ପୂର୍ବତନ ଡିଜିପି ୱାଇ.ବି. ଖୁରାନିଆଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ, କାରଣ ଦର୍ଶାଅ ନୋଟିସ୍‌ ଜାରି କଲେ ହାଇକୋର୍ଟ

Madhusudan Das Picture
Published On

କଟକ: ଓଡ଼ିଶା ହାଇକୋର୍ଟ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ.ବି. ଖୁରାନିଆଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଗତ ୨୦୨୫ ମସିହା ସେପ୍ଟେମ୍ବର ୨୫ ତାରିଖରେ କୋର୍ଟ ଦେଇଥିବା ନିର୍ଦ୍ଦେଶର ଉଲ୍ଲଂଘନ ଅଭିଯୋଗରେ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ହେବା ସହ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ଜେନ୍‌-ଜିଙ୍କ ମନୋବଳ ବଢ଼ାଇଲେ ନବୀନ; ‘ଏକ୍ସ’ରେ ଛଅ ଧାଡ଼ିଆ ପୋଷ୍ଟକୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା

ଏହି ମାମଲା ଆବେଦନକାରୀ ସାଗରିକା ପରିଡ଼ାଙ୍କ ସହ ଜଡିତ ଅଟେ। ତାଙ୍କୁ ୪ ସପ୍ତାହ ମଧ୍ୟରେ ପୁନଃ ଚାକିରିରେ ଅବସ୍ଥାପିତ କରିବା ପାଇଁ ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ଖଣ୍ଡପୀଠ ପୁନର୍ବାର ସ୍ପଷ୍ଟ କରିଛନ୍ତି ଯେ ବିନା ବିଳମ୍ବରେ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ପଡ଼ିବ। ବାରମ୍ବାର ସୁଯୋଗ ଦିଆଯିବା ସତ୍ତ୍ୱେ କୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ ନକରିବା ଏବଂ ବିଭ୍ରାନ୍ତିକର ସତ୍ୟପାଠ ଦାଖଲ କରାଯାଇଥିବା ନେଇ କୋର୍ଟ ତୀବ୍ର କ୍ଷୋଭ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ; କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍‌ କଟକଣା ଜାରି

ଗତ ଅଗଷ୍ଟ ୧୬ ତାରିଖରେ ଅବସର ଗ୍ରହଣ କରିଥିବା ଖୁରାନିଆଙ୍କ ବିରୋଧରେ ଅଦାଲତ ଅବମାନନା ଆଇନର ଧାରା ୧୨ ଅନୁଯାୟୀ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ, ସେ ନେଇ ତାଙ୍କୁ ଜବାବ ମାଗିଛନ୍ତି ହାଇକୋର୍ଟ। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଅବସର ଗ୍ରହଣ କରିବା ଅଦାଲତ ଅବମାନନା ମାମଲାରୁ ବର୍ତ୍ତିବା ପାଇଁ କୌଣସି ଆଧାର ନୁହେଁ। ଆଇଜି (କର୍ମଚାରୀ)ଙ୍କ ଦ୍ୱାରା ଏହି ନୋଟିସ ପ୍ରଦାନ କରାଯିବ ଏବଂ ଖୁରାନିଆଙ୍କୁ ୭ ଦିନ ମଧ୍ୟରେ ନିଜର ଉତ୍ତର ରଖିବାକୁ ପଡିବ।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୂଜା ଗେଟ୍ ଏବଂ ତୋରଣ ହଟାଇବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଯଦି କୋର୍ଟଙ୍କ ନିର୍ଦ୍ଦେଶକୁ ତୁରନ୍ତ ପାଳନ କରାଗଲା ନାହିଁ, ତେବେ ବର୍ତ୍ତମାନର ଡିଜିପି ଏବଂ ଆଇଜି (କର୍ମଚାରୀ)ଙ୍କୁ ଆସନ୍ତା ସେପ୍ଟେମ୍ବର ୨୮ ତାରିଖରେ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର