ଭାରୀ ବର୍ଷା ଓ ବନ୍ୟା ଆଶଙ୍କା: ଆଜି ଭଦ୍ରକ, ସୁନ୍ଦରଗଡ଼ ଓ ଯାଜପୁରରେ ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ

Madhusudan Das Picture
Published On

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଭାରୀ ବର୍ଷା ଏବଂ ଉଦ୍‌ବେଗଜନକ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଅର୍ଥାତ୍ ଅଗଷ୍ଟ ୧୮ ତାରିଖରେ ରାଜ୍ୟର ଅନେକ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ୩ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସୁନ୍ଦରଗଡ଼, ଭଦ୍ରକ ଓ ମୟୂରଭଞ୍ଜରେ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏସବୁ ଜିଲ୍ଲାରେ ଆଜି ସବୁ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ବିଶେଷ କରି ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ଆହୁରି ପଢ଼ନ୍ତୁ: ବରିଷ୍ଠ ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ: ହିମାଂଶୁ କୁମାର ଲାଲ୍ ହେଲେ ଇଓଡବ୍ଲ୍ୟୁ ଆଇଜି

ଭଦ୍ରକ ଜିଲ୍ଲାର ୬ଟି ବନ୍ୟା ପ୍ରଭାବିତ ବ୍ଲକରେ ଥିବା ୨୬୮ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ତେବେ ଏହି ନିର୍ଦ୍ଦେଶନାମାରୁ କେବଳ ବନ୍ତ ବ୍ଲକକୁ ବାଦ୍ ଦିଆଯାଇଛି। ଏହା ସହିତ ପ୍ରଭାବିତ ଅଞ୍ଚଳରେ ଥିବା ୫୬୭ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ଆଜି ବନ୍ଦ ରହିବ। ରାସ୍ତାଘାଟରେ ପାଣି ଜମି ରହିବା ଏବଂ ପ୍ରତିକୂଳ ପାଗ ଯୋଗୁଁ ପିଲାମାନଙ୍କୁ ଯାତାୟାତରେ ଅସୁବିଧା ହେଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଆସନ୍ତା ୩୧ ଓ ସେପ୍ଟେମ୍ବର ୧ ତାରିଖରେ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି

ଅନୁରୂପ ଭାବେ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଭାରୀ ବର୍ଷାର ପୂର୍ବାନୁମାନ ଏବଂ ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ବିଚାରକୁ ନେଇ ଆଜି ସମସ୍ତ ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଯାଜପୁର ଜିଲ୍ଲାରେ ଥିବା ସମସ୍ତ ସରକାରୀ, ବେସରକାରୀ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV) ଗୁଡ଼ିକୁ ଆଜି ବନ୍ଦ ରଖିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଜାରି କରିଛି।

ଆହୁରି ପଢ଼ନ୍ତୁ: ପାରାଦୀପ ଉପକୂଳରୁ ଚୀନ୍ ଯାଉଥିବା ପାନାମା ଜାହାଜ 'ଏମ୍‌ଭି ଓସେନ୍ ୱିନର' ବୁଡ଼ିଲା: ୨ ଜଣ ଉଦ୍ଧାର, ୨୨ ନିଖୋଜ

ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ କଲ୍ୟାଣ ପ୍ରଶାସନର ପ୍ରାଥମିକତା ହୋଇଥିବାରୁ, ପିଲାମାନଙ୍କୁ ଘରେ ସୁରକ୍ଷିତ ରଖିବା ଏବଂ ଜଳମଗ୍ନ ଅଞ୍ଚଳକୁ ନଯିବା ପାଇଁ ପିତାମାତାଙ୍କୁ ନିବେଦନ କରାଯାଇଛି।

18 Aug 2026 By Madhusudan Das

ଭାରୀ ବର୍ଷା ଓ ବନ୍ୟା ଆଶଙ୍କା: ଆଜି ଭଦ୍ରକ, ସୁନ୍ଦରଗଡ଼ ଓ ଯାଜପୁରରେ ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଭାରୀ ବର୍ଷା ଏବଂ ଉଦ୍‌ବେଗଜନକ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଅର୍ଥାତ୍ ଅଗଷ୍ଟ ୧୮ ତାରିଖରେ ରାଜ୍ୟର ଅନେକ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ୩ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସୁନ୍ଦରଗଡ଼, ଭଦ୍ରକ ଓ ମୟୂରଭଞ୍ଜରେ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏସବୁ ଜିଲ୍ଲାରେ ଆଜି ସବୁ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ବିଶେଷ କରି ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ଭଦ୍ରକ ଜିଲ୍ଲାର ୬ଟି ବନ୍ୟା ପ୍ରଭାବିତ ବ୍ଲକରେ ଥିବା ୨୬୮ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ତେବେ ଏହି ନିର୍ଦ୍ଦେଶନାମାରୁ କେବଳ ବନ୍ତ ବ୍ଲକକୁ ବାଦ୍ ଦିଆଯାଇଛି। ଏହା ସହିତ ପ୍ରଭାବିତ ଅଞ୍ଚଳରେ ଥିବା ୫୬୭ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ଆଜି ବନ୍ଦ ରହିବ। ରାସ୍ତାଘାଟରେ ପାଣି ଜମି ରହିବା ଏବଂ ପ୍ରତିକୂଳ ପାଗ ଯୋଗୁଁ ପିଲାମାନଙ୍କୁ ଯାତାୟାତରେ ଅସୁବିଧା ହେଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଅନୁରୂପ ଭାବେ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଭାରୀ ବର୍ଷାର ପୂର୍ବାନୁମାନ ଏବଂ ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ବିଚାରକୁ ନେଇ ଆଜି ସମସ୍ତ ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଯାଜପୁର ଜିଲ୍ଲାରେ ଥିବା ସମସ୍ତ ସରକାରୀ, ବେସରକାରୀ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV) ଗୁଡ଼ିକୁ ଆଜି ବନ୍ଦ ରଖିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଜାରି କରିଛି।

ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ କଲ୍ୟାଣ ପ୍ରଶାସନର ପ୍ରାଥମିକତା ହୋଇଥିବାରୁ, ପିଲାମାନଙ୍କୁ ଘରେ ସୁରକ୍ଷିତ ରଖିବା ଏବଂ ଜଳମଗ୍ନ ଅଞ୍ଚଳକୁ ନଯିବା ପାଇଁ ପିତାମାତାଙ୍କୁ ନିବେଦନ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର