ମନୋରଞ୍ଜନ

ଦିବ୍ୟାଙ୍ଗଙ୍କ ଉପରେ ମନ୍ତବ୍ୟ ଦେଇ ଫସିଥିଲେ କମେଡିଆନ୍ ସମୟ ରାଇନା: ଏବେ ସବୁ ଏଫଆଇଆର ଖାରଜ କଲେ ସୁପ୍ରିମକୋର୍ଟ
ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ଚୁପ୍ କାହିଁକି ଥିଲେ ସୋନୁ ନିଗମ? ଦେଲେ ଏମିତି ଉତ୍ତର, କହିଲେ- 'ବାପାଙ୍କୁ କଥା ଦେଇଛି...'
ଭାରତରେ ପ୍ରତିବନ୍ଧକ ନେଇ ମୁହଁ ଖୋଲିଲେ ଅତିଫ ଅସଲାମ: କହିଲେ- 'ଯେଉଁମାନେ ବ୍ୟାନ୍ ଲଗାଇଲେ ସେମାନଙ୍କୁ ଧନ୍ୟବାଦ, ଫ୍ୟାନ୍ସ ଭିପିଏନରେ ଶୁଣୁଛନ୍ତି ଗୀତ'
୭୩ ବର୍ଷୀୟ ବଲିଉଡ ନିର୍ଦ୍ଦେଶକ ଶକିଲ ନୁରାନୀ ଗିରଫ, ୩୩ ବର୍ଷୀୟା ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଓ ବ୍ଲାକମେଲ୍ ଅଭିଯୋଗ
ଗୋଆ ଏୟାରବିଏନବିରୁ ଦୈନିକ ୪୦,୦୦୦ ଟଙ୍କା ରୋଜଗାର ଆଶା ଫେଲ୍: ବାସ୍ତବତାକୁ ସ୍ୱୀକାର କଲେ ଅଭିନେତ୍ରୀ ପାରୁଲ ଗୁଲାଟୀ

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକଙ୍କୁ ବିଧାୟକଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ; ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଘଟଣାକୁ ଚାପି ଦେବାକୁ ଉଦ୍ୟମ ହୋଇଛି କହିଲା ବିଜେଡି

ବିଧାୟକଙ୍କ ଦୋଷକୁ ରାଜ୍ୟ ସରକାର ଘଣ୍ଟ ଘୋଡାଉଛନ୍ତି

Madhusudan Das Picture
Published On

ଭୁବନେଶ୍ୱର: କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ସେଠୀଙ୍କ ଦ୍ୱାରା ଦୁର୍ବ୍ୟବହାର ଅଭିଯୋଗ ଆଣି ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ସମୂହ ଇସ୍ତଫା ଦେଇଥିବା ତିରିଶ ଜଣ ୱାର୍ଡେନ ଓ ଡେପୁଟି "ୱାର୍ଡେନଙ୍କ ସ୍ଥାନରେ ନୂତନ ଚିପ୍ ୱାଡେନ, ୱାର୍ଡେନ ଓ ଡେପୁଟି ୱାର୍ଡେନ ନିଯୁକ୍ତି ଦିଆଯାଇଛି, ଯାହାକୁ ନେଇ ଆଜି ବିଜୁ ଜନତା ଦଳ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି । ସରକାରଙ୍କ ଚାପରେ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ଉପୁଜିଥିବା ବିବାଦକୁ ଚାପି ଦେବା ପାଇଁ ଉଦ୍ୟମ କରାଯାଇଛି, ଯାହା ରେଭେନ୍ସା ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣକୁ ନଷ୍ଟ କରିଛି ବୋଲି ବିଜେଡି ଅଭିଯୋଗ କରିଛି ।  

ଆହୁରି ପଢ଼ନ୍ତୁ: ବନ୍ୟା ପ୍ରଭାବିତ ଖୋର୍ଦ୍ଧା ଜିଲ୍ଲାର ଟିଙ୍କିପଡ଼ା ଗାଁ ପରିଦର୍ଶନ କଲେ ପୋଲିସ କମିଶନର, ଲୋକଙ୍କୁ ବାଣ୍ଟିଲେ ରିଲିଫ୍

ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ସଭାପତି ଇପ୍ସିତା ସାହୁ ଓ ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ ଲେନିନ ମହାନ୍ତି, ରାଜ୍ୟରେ ବିଜେପି ସରକାରଙ୍କ ଶାସନରେ ଶିକ୍ଷା ଅନୁଷ୍ଠାନରେ ଗୌରୀକ କରଣ ହେବା ସହିତ ଶୈକ୍ଷିକ ବାତାବରଣ ଅବକ୍ଷୟ ହେଉଛି ବୋଲି ଅଭିଯୋଗ କରିଛନ୍ତି । 

ଆହୁରି ପଢ଼ନ୍ତୁ: ଆଧାର କାର୍ଡ ଭଳି ଚାଷୀଙ୍କୁ ମିଳିବ ଏଗ୍ରିଷ୍ଟାକ୍ ଆଇଡି, ହେଲେ ଏହା ବାଧ୍ୟତାମୂଳକ ନୁହେଁ କହିଲେ ସମବାୟ ମନ୍ତ୍ରୀ

ଇପ୍ସିତା ସାହୁ କହିଥିଲେ, ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ର ମାନଙ୍କ ଦ୍ୱାରା ଆନେ୍ଦାଳନ ଚାଲିଥିଲା ବେଳେ ବିନା ନିମନ୍ତ୍ରଣରେ କଟକ ସଦର ବିଧାୟକ ସେଠାରେ ପହଞ୍ଚି ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିଲେ । ସେହି ସମୟରେ, ସେଠାରେ ଉପସ୍ଥିତ ଅଧ୍ୟାପକ ମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏହାର ପ୍ରତିବାଦରେ ବିଶ୍ୱବିଦ୍ୟାଳୟର ପ୍ରାୟ ତିରିଶ ଜଣ "ୱାର୍ଡେନ ସମୂହ ଇସ୍ତଫା ଦେଇଥିଲେ । ବିଧାୟକ କେଉଁ ଅଧିକାରରେ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଭିତରକୁ ପ୍ରବେଶ କରିଥିଲେ ବୋଲି ପ୍ରଶ୍ନ ହେବାରୁ ସେ ନିଜକୁ ସିନେଟ ସଦସ୍ୟ ଥିବା ଦାବି କରିଥିଲେ । ଅବଶ୍ୟ ପରେ ସେ ସିନେଟ ସଦସ୍ୟ ନାହାନ୍ତି ବୋଲି ରୋଟା କର୍ତ୍ତୃପକ୍ଷ ସ୍ପଷ୍ଟ କରିଥିଲେ । ବିଧାୟକଙ୍କ ଦୋଷକୁ ଘୋଡାଇବା ଉଦେ୍ଦଶ୍ୟରେ ଏବେ ଇସ୍ତଫା ଦେଇଥିବା ଚିପ୍ ୱାଡେନ, ୱାର୍ଡେନ ଓ ଡେପୁଟି ୱାର୍ଡେନଙ୍କ ସ୍ଥାନରେ କର୍ତ୍ତୃପକ୍ଷ ନୂତନ ଚିପ୍ ୱାଡେନ, ୱାଡେନ ଓ ଡେପୁଟି ୱାଡେନ ନିଯୁକ୍ତି ଦେଇଛନ୍ତି । ରାଜ୍ୟ ସରକାର ଚାପରେ ଏହି ପଦକ୍ଷେପ ନିଆଯାଇଛି । ବିଜେପି ସରକାରଙ୍କ ସମୟରେ ନ୍ୟାୟ ପାଇବାରୁ ବଞ୍ଚିତ ହୋଇ ସୋମ୍ୟାଶ୍ରୀ ଆତ୍ମଦାହ କଲା, ରମାଦେବୀ ବିଶ୍ୱବିଦ୍ୟାଳୟରେ ବିଜେପିର ଗୁଣ୍ଡା ଶ୍ରେଣୀୟ ସମର୍ଥକ ମାନେ ପଶି ଛାତ୍ରୀ ମାନଙ୍କୁ ଦୁର୍ବ୍ୟବହାର କଲେ ଓ ଏବେ ବିଧାୟକ ଅଧ୍ୟାପକ ମାନଙ୍କୁ ଦୁର୍ବ୍ୟବହାର କରିବା ଭଳି ଘଟଣା ରାଜ୍ୟର ଶିକ୍ଷାନୁଷ୍ଠାନରେ ଶୈକ୍ଷିକ ବାତାବରଣକୁ ନଷ୍ଟ କରୁଛି । ପରିସ୍ଥିତି ଏପରି ରହିଲେ, ବିଜୁ ଛାତ୍ର ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ କହିଥିଲେ ।  

ଆହୁରି ପଢ଼ନ୍ତୁ: ପୁରୀ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହେଲା ତାଳଚେର-ପୁରୀ ମେମୋ ପାସେଞ୍ଜର ଟ୍ରେନ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଡ.ମହାନ୍ତି କହିଥିଲେ, ରାଜ୍ୟ ସରକାରଙ୍କ ଚାପରେ ବିଧାୟକ ପ୍ରକାଶ ସେଠୀଙ୍କ ଦ୍ୱାରା ଦୁର୍ବ୍ୟବହାର ଯୋଗୁ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଉପୁଜିଥିବା ବିବାଦକୁ ଚାପି ଦେବାକୁ ଉଦ୍ୟମ କରାଯାଇଛି, ଯାହାକୁ ଆମେ ନିନ୍ଦା କରୁଛୁ । ରାଜ୍ୟର ଉଚ୍ଚଶିକ୍ଷାମନ୍ତ୍ରୀ ମଧ୍ୟ ଏହି ପ୍ରସଙ୍ଗରେ ମୁହଁ ଖୋଲିନାହାନ୍ତି, ଯାହା ଦୁର୍ଭାଗ୍ୟଜନକ । ବିଜେପି କ୍ଷମତାସୀନ ହେବା ପରଠାରୁ, ଶିକ୍ଷା ଅନୁଷ୍ଠାନ ଗୁଡିକରେ ଅନାବଶ୍ୟକ ହସ୍ତକ୍ଷେପ, ଶିକ୍ଷା ଅନୁଷ୍ଠାନ ଗୁଡିକରେ ଗୌରୀକ କରଣ ଯୋଗୁ ରାଜ୍ୟର ଶୈକ୍ଷିକ ବାତାବରଣ ନଷ୍ଟ ହେବାରେ ଲାଗିଛି । ପୂର୍ବତନ କେନ୍ଦ୍ରଶିକ୍ଷା ମନ୍ତ୍ରୀ    ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ହଠାତ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ପାଇଁ ଏକ ଅନାବଶ୍ୟକ ପ୍ରସ୍ତାବ ରଖିଥିଲେ, ଯାହାକୁ ନେଇ ପ୍ରାୟ ୬ ମାସ କାଳ ପ୍ରତିବାଦ ଲାଗି ରହିଥିଲା ଓ ଏଥିଯୋଗୁ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣ ନଷ୍ଟ ହୋଇଥିଲା । ରେଭେନ୍ସା ବିଶ୍ୱବିଦ୍ୟାଳୟ ପ୍ରସଙ୍ଗରେ ବିଜେଡି ଚୁପ ବସିବ ନାହିଁ । ସମ୍ୱିଧାନର ବିଧି ବ୍ୟବସ୍ଥାରେ ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁ ଉଦ୍ୟମ ଜାରି ରଖିବ ବୋଲି ଡ. ମହାନ୍ତି କହିଥିଲେ ।

13 Aug 2026 By Madhusudan Das

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକଙ୍କୁ ବିଧାୟକଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ; ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଘଟଣାକୁ ଚାପି ଦେବାକୁ ଉଦ୍ୟମ ହୋଇଛି କହିଲା ବିଜେଡି

ବିଧାୟକଙ୍କ ଦୋଷକୁ ରାଜ୍ୟ ସରକାର ଘଣ୍ଟ ଘୋଡାଉଛନ୍ତି

ଭୁବନେଶ୍ୱର: କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ସେଠୀଙ୍କ ଦ୍ୱାରା ଦୁର୍ବ୍ୟବହାର ଅଭିଯୋଗ ଆଣି ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ସମୂହ ଇସ୍ତଫା ଦେଇଥିବା ତିରିଶ ଜଣ ୱାର୍ଡେନ ଓ ଡେପୁଟି "ୱାର୍ଡେନଙ୍କ ସ୍ଥାନରେ ନୂତନ ଚିପ୍ ୱାଡେନ, ୱାର୍ଡେନ ଓ ଡେପୁଟି ୱାର୍ଡେନ ନିଯୁକ୍ତି ଦିଆଯାଇଛି, ଯାହାକୁ ନେଇ ଆଜି ବିଜୁ ଜନତା ଦଳ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି । ସରକାରଙ୍କ ଚାପରେ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ଉପୁଜିଥିବା ବିବାଦକୁ ଚାପି ଦେବା ପାଇଁ ଉଦ୍ୟମ କରାଯାଇଛି, ଯାହା ରେଭେନ୍ସା ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣକୁ ନଷ୍ଟ କରିଛି ବୋଲି ବିଜେଡି ଅଭିଯୋଗ କରିଛି ।  

ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ସଭାପତି ଇପ୍ସିତା ସାହୁ ଓ ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ ଲେନିନ ମହାନ୍ତି, ରାଜ୍ୟରେ ବିଜେପି ସରକାରଙ୍କ ଶାସନରେ ଶିକ୍ଷା ଅନୁଷ୍ଠାନରେ ଗୌରୀକ କରଣ ହେବା ସହିତ ଶୈକ୍ଷିକ ବାତାବରଣ ଅବକ୍ଷୟ ହେଉଛି ବୋଲି ଅଭିଯୋଗ କରିଛନ୍ତି । 

ଇପ୍ସିତା ସାହୁ କହିଥିଲେ, ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ର ମାନଙ୍କ ଦ୍ୱାରା ଆନେ୍ଦାଳନ ଚାଲିଥିଲା ବେଳେ ବିନା ନିମନ୍ତ୍ରଣରେ କଟକ ସଦର ବିଧାୟକ ସେଠାରେ ପହଞ୍ଚି ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିଲେ । ସେହି ସମୟରେ, ସେଠାରେ ଉପସ୍ଥିତ ଅଧ୍ୟାପକ ମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏହାର ପ୍ରତିବାଦରେ ବିଶ୍ୱବିଦ୍ୟାଳୟର ପ୍ରାୟ ତିରିଶ ଜଣ "ୱାର୍ଡେନ ସମୂହ ଇସ୍ତଫା ଦେଇଥିଲେ । ବିଧାୟକ କେଉଁ ଅଧିକାରରେ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଭିତରକୁ ପ୍ରବେଶ କରିଥିଲେ ବୋଲି ପ୍ରଶ୍ନ ହେବାରୁ ସେ ନିଜକୁ ସିନେଟ ସଦସ୍ୟ ଥିବା ଦାବି କରିଥିଲେ । ଅବଶ୍ୟ ପରେ ସେ ସିନେଟ ସଦସ୍ୟ ନାହାନ୍ତି ବୋଲି ରୋଟା କର୍ତ୍ତୃପକ୍ଷ ସ୍ପଷ୍ଟ କରିଥିଲେ । ବିଧାୟକଙ୍କ ଦୋଷକୁ ଘୋଡାଇବା ଉଦେ୍ଦଶ୍ୟରେ ଏବେ ଇସ୍ତଫା ଦେଇଥିବା ଚିପ୍ ୱାଡେନ, ୱାର୍ଡେନ ଓ ଡେପୁଟି ୱାର୍ଡେନଙ୍କ ସ୍ଥାନରେ କର୍ତ୍ତୃପକ୍ଷ ନୂତନ ଚିପ୍ ୱାଡେନ, ୱାଡେନ ଓ ଡେପୁଟି ୱାଡେନ ନିଯୁକ୍ତି ଦେଇଛନ୍ତି । ରାଜ୍ୟ ସରକାର ଚାପରେ ଏହି ପଦକ୍ଷେପ ନିଆଯାଇଛି । ବିଜେପି ସରକାରଙ୍କ ସମୟରେ ନ୍ୟାୟ ପାଇବାରୁ ବଞ୍ଚିତ ହୋଇ ସୋମ୍ୟାଶ୍ରୀ ଆତ୍ମଦାହ କଲା, ରମାଦେବୀ ବିଶ୍ୱବିଦ୍ୟାଳୟରେ ବିଜେପିର ଗୁଣ୍ଡା ଶ୍ରେଣୀୟ ସମର୍ଥକ ମାନେ ପଶି ଛାତ୍ରୀ ମାନଙ୍କୁ ଦୁର୍ବ୍ୟବହାର କଲେ ଓ ଏବେ ବିଧାୟକ ଅଧ୍ୟାପକ ମାନଙ୍କୁ ଦୁର୍ବ୍ୟବହାର କରିବା ଭଳି ଘଟଣା ରାଜ୍ୟର ଶିକ୍ଷାନୁଷ୍ଠାନରେ ଶୈକ୍ଷିକ ବାତାବରଣକୁ ନଷ୍ଟ କରୁଛି । ପରିସ୍ଥିତି ଏପରି ରହିଲେ, ବିଜୁ ଛାତ୍ର ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ କହିଥିଲେ ।  

ଡ.ମହାନ୍ତି କହିଥିଲେ, ରାଜ୍ୟ ସରକାରଙ୍କ ଚାପରେ ବିଧାୟକ ପ୍ରକାଶ ସେଠୀଙ୍କ ଦ୍ୱାରା ଦୁର୍ବ୍ୟବହାର ଯୋଗୁ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଉପୁଜିଥିବା ବିବାଦକୁ ଚାପି ଦେବାକୁ ଉଦ୍ୟମ କରାଯାଇଛି, ଯାହାକୁ ଆମେ ନିନ୍ଦା କରୁଛୁ । ରାଜ୍ୟର ଉଚ୍ଚଶିକ୍ଷାମନ୍ତ୍ରୀ ମଧ୍ୟ ଏହି ପ୍ରସଙ୍ଗରେ ମୁହଁ ଖୋଲିନାହାନ୍ତି, ଯାହା ଦୁର୍ଭାଗ୍ୟଜନକ । ବିଜେପି କ୍ଷମତାସୀନ ହେବା ପରଠାରୁ, ଶିକ୍ଷା ଅନୁଷ୍ଠାନ ଗୁଡିକରେ ଅନାବଶ୍ୟକ ହସ୍ତକ୍ଷେପ, ଶିକ୍ଷା ଅନୁଷ୍ଠାନ ଗୁଡିକରେ ଗୌରୀକ କରଣ ଯୋଗୁ ରାଜ୍ୟର ଶୈକ୍ଷିକ ବାତାବରଣ ନଷ୍ଟ ହେବାରେ ଲାଗିଛି । ପୂର୍ବତନ କେନ୍ଦ୍ରଶିକ୍ଷା ମନ୍ତ୍ରୀ    ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ହଠାତ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ପାଇଁ ଏକ ଅନାବଶ୍ୟକ ପ୍ରସ୍ତାବ ରଖିଥିଲେ, ଯାହାକୁ ନେଇ ପ୍ରାୟ ୬ ମାସ କାଳ ପ୍ରତିବାଦ ଲାଗି ରହିଥିଲା ଓ ଏଥିଯୋଗୁ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣ ନଷ୍ଟ ହୋଇଥିଲା । ରେଭେନ୍ସା ବିଶ୍ୱବିଦ୍ୟାଳୟ ପ୍ରସଙ୍ଗରେ ବିଜେଡି ଚୁପ ବସିବ ନାହିଁ । ସମ୍ୱିଧାନର ବିଧି ବ୍ୟବସ୍ଥାରେ ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁ ଉଦ୍ୟମ ଜାରି ରଖିବ ବୋଲି ଡ. ମହାନ୍ତି କହିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର