ମନୋରଞ୍ଜନ

ଦିବ୍ୟାଙ୍ଗଙ୍କ ଉପରେ ମନ୍ତବ୍ୟ ଦେଇ ଫସିଥିଲେ କମେଡିଆନ୍ ସମୟ ରାଇନା: ଏବେ ସବୁ ଏଫଆଇଆର ଖାରଜ କଲେ ସୁପ୍ରିମକୋର୍ଟ
ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ଚୁପ୍ କାହିଁକି ଥିଲେ ସୋନୁ ନିଗମ? ଦେଲେ ଏମିତି ଉତ୍ତର, କହିଲେ- 'ବାପାଙ୍କୁ କଥା ଦେଇଛି...'
ଭାରତରେ ପ୍ରତିବନ୍ଧକ ନେଇ ମୁହଁ ଖୋଲିଲେ ଅତିଫ ଅସଲାମ: କହିଲେ- 'ଯେଉଁମାନେ ବ୍ୟାନ୍ ଲଗାଇଲେ ସେମାନଙ୍କୁ ଧନ୍ୟବାଦ, ଫ୍ୟାନ୍ସ ଭିପିଏନରେ ଶୁଣୁଛନ୍ତି ଗୀତ'
୭୩ ବର୍ଷୀୟ ବଲିଉଡ ନିର୍ଦ୍ଦେଶକ ଶକିଲ ନୁରାନୀ ଗିରଫ, ୩୩ ବର୍ଷୀୟା ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଓ ବ୍ଲାକମେଲ୍ ଅଭିଯୋଗ
ଗୋଆ ଏୟାରବିଏନବିରୁ ଦୈନିକ ୪୦,୦୦୦ ଟଙ୍କା ରୋଜଗାର ଆଶା ଫେଲ୍: ବାସ୍ତବତାକୁ ସ୍ୱୀକାର କଲେ ଅଭିନେତ୍ରୀ ପାରୁଲ ଗୁଲାଟୀ

ଓଡ଼ିଶା ଡିଜିପି ନିଯୁକ୍ତି ଉପରେ ସୁପ୍ରିମକୋର୍ଟଙ୍କ ରୋକ୍: ଅଗଷ୍ଟ ୧୮ ଯାଏଁ ପ୍ରକ୍ରିୟା ସ୍ଥଗିତ ରଖିବାକୁ ନିର୍ଦ୍ଦେଶ

Madhusudan Das Picture
Published On

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାର ନୂତନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତି ପ୍ରକ୍ରିୟା ଉପରେ ସୁପ୍ରିମକୋର୍ଟ ଅସ୍ଥାୟୀ ରୋକ୍ ଲଗାଇଛନ୍ତି। ଆସନ୍ତା ଅଗଷ୍ଟ ୧୮ ତାରିଖ ପର୍ଯ୍ୟନ୍ତ ଏହି ନିଯୁକ୍ତି ପ୍ରକ୍ରିୟାକୁ ଚୂଡ଼ାନ୍ତ ନକରିବାକୁ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) କୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ୧୩୨୬ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ଓଡ଼ିଶା ଡିଜିପି ନିଯୁକ୍ତି ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ) ର ଉଲ୍ଲେଖ କରିବା ପରେ, ବିଚାରପତି ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଜାରି କରିଛନ୍ତି।

ଆହୁରି ପଢ଼ନ୍ତୁ: ଗଞ୍ଜେଇ ଚାଷ ପାଇଁ ସାର ଯୋଗାଉଥିବା ଡିଲରଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ: ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ

ପୋଲିସ ସଂସ୍କାର ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ପ୍ରକାଶ ସିଂ ରାୟର ମାର୍ଗଦର୍ଶିକାକୁ ଏହି ଚୟନ ପ୍ରକ୍ରିୟାରେ ପାଳନ କରାଯାଉନାହିଁ ବୋଲି ଆବେଦନରେ ଦର୍ଶାଯାଇଛି। ଡିଜିପି ପ୍ୟାନେଲକୁ ଚୂଡ଼ାନ୍ତ କରିବା ପାଇଁ ଗୁରୁବାର ଦିନ ୟୁପିଏସସିର ଏକ ବୈଠକ ଅନୁଷ୍ଠିତ ହେବାର ଥିଲା ବୋଲି ଶ୍ରୀ ଚିଦାମ୍ବରମ୍ ଅଦାଲତଙ୍କୁ ଅବଗତ କରାଇଥିଲେ। କୌଣସି ଜଣେ ନିର୍ଦ୍ଦିଷ୍ଟ ଅଧିକାରୀଙ୍କୁ ୟୁପିଏସସି ସର୍ଟଲିଷ୍ଟରେ ସାମିଲ କରିବାରେ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ବୁଧବାର ଦିନ ତାଙ୍କୁ ତରବରିଆ ଭାବେ ପଦୋନ୍ନତି ଦିଆଯାଇଥିବା ସେ ଅଭିଯୋଗ କରିଥିଲେ। 

ଆହୁରି ପଢ଼ନ୍ତୁ: ଇଥାନଲ ଯନ୍ତ୍ରଣା; ଗାଡ଼ି ଷ୍ଟାର୍ଟ ଓ ମାଇଲେଜରେ ଦେଖାଉଛି ଅସୁବିଧା, ମାସକରେ ଫସିଲା ୪୫୦୦ ଗାଡ଼ି

ଓଡ଼ିଶାର ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ। କୌଣସି ନିୟମର ଉଲ୍ଲଂଘନ ହୋଇନାହିଁ ଏବଂ ଏହା ଏକ ଚାକିରି ସମ୍ବନ୍ଧୀୟ ମାମଲା ହୋଇଥିବାରୁ ପିଆଇଏଲ୍ ଗ୍ରହଣଯୋଗ୍ୟ ନୁହେଁ ବୋଲି ସେ ଯୁକ୍ତି ବାଢ଼ିଥିଲେ। ଏହି ପ୍ରକ୍ରିୟା ଦ୍ୱାରା ପ୍ରଭାବିତ ହୋଇଥିବା କୌଣସି ଅଧିକାରୀ ଅଦାଲତଙ୍କ ଦ୍ୱାରସ୍ଥ ହୋଇନଥିବା ବେଳେ ଏହି ପିଆଇଏଲ୍ କିପରି ଗ୍ରହଣ କରାଯାଇପାରିବ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ।

ତେବେ, ପ୍ରକାଶ ସିଂ ମାମଲାରେ ଅଦାଲତଙ୍କୁ ସହଯୋଗ କରୁଥିବା ଆମିକସ୍ କ୍ୟୁରୀ ତଥା ବରିଷ୍ଠ ଆଇନଜୀବୀ ରାଜୁ ରାମଚନ୍ଦ୍ରନଙ୍କ ମତାମତ ଖଣ୍ଡପୀଠ ଲୋଡ଼ିଥିଲେ। ରାଜୁ ରାମଚନ୍ଦ୍ରନ୍ ଆବେଦନକାରୀଙ୍କ ଯୁକ୍ତିକୁ ସମର୍ଥନ କରିବା ସହ ଓଡ଼ିଶା ଡିଜିପି ନିଯୁକ୍ତି ପ୍ରକ୍ରିୟା ସୁପ୍ରିମକୋର୍ଟଙ୍କ ମାର୍ଗଦର୍ଶିକାର ବିରୁଦ୍ଧାଚରଣ କରୁଛି ବୋଲି କହିଥିଲେ। ଆମିକସ୍ କ୍ୟୁରୀଙ୍କ ମତକୁ ବିଚାରକୁ ନେଇ, ଚୟନ ପ୍ରକ୍ରିୟାକୁ ଚୂଡ଼ାନ୍ତ କରିବା ପାଇଁ ହେବାକୁ ଥିବା ବୈଠକକୁ ସ୍ଥଗିତ ରଖିବାକୁ ଖଣ୍ଡପୀଠ ୟୁପିଏସସିର ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

13 Aug 2026 By Madhusudan Das

ଓଡ଼ିଶା ଡିଜିପି ନିଯୁକ୍ତି ଉପରେ ସୁପ୍ରିମକୋର୍ଟଙ୍କ ରୋକ୍: ଅଗଷ୍ଟ ୧୮ ଯାଏଁ ପ୍ରକ୍ରିୟା ସ୍ଥଗିତ ରଖିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାର ନୂତନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତି ପ୍ରକ୍ରିୟା ଉପରେ ସୁପ୍ରିମକୋର୍ଟ ଅସ୍ଥାୟୀ ରୋକ୍ ଲଗାଇଛନ୍ତି। ଆସନ୍ତା ଅଗଷ୍ଟ ୧୮ ତାରିଖ ପର୍ଯ୍ୟନ୍ତ ଏହି ନିଯୁକ୍ତି ପ୍ରକ୍ରିୟାକୁ ଚୂଡ଼ାନ୍ତ ନକରିବାକୁ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) କୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।

ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ଓଡ଼ିଶା ଡିଜିପି ନିଯୁକ୍ତି ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ) ର ଉଲ୍ଲେଖ କରିବା ପରେ, ବିଚାରପତି ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଜାରି କରିଛନ୍ତି।

ପୋଲିସ ସଂସ୍କାର ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ପ୍ରକାଶ ସିଂ ରାୟର ମାର୍ଗଦର୍ଶିକାକୁ ଏହି ଚୟନ ପ୍ରକ୍ରିୟାରେ ପାଳନ କରାଯାଉନାହିଁ ବୋଲି ଆବେଦନରେ ଦର୍ଶାଯାଇଛି। ଡିଜିପି ପ୍ୟାନେଲକୁ ଚୂଡ଼ାନ୍ତ କରିବା ପାଇଁ ଗୁରୁବାର ଦିନ ୟୁପିଏସସିର ଏକ ବୈଠକ ଅନୁଷ୍ଠିତ ହେବାର ଥିଲା ବୋଲି ଶ୍ରୀ ଚିଦାମ୍ବରମ୍ ଅଦାଲତଙ୍କୁ ଅବଗତ କରାଇଥିଲେ। କୌଣସି ଜଣେ ନିର୍ଦ୍ଦିଷ୍ଟ ଅଧିକାରୀଙ୍କୁ ୟୁପିଏସସି ସର୍ଟଲିଷ୍ଟରେ ସାମିଲ କରିବାରେ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ବୁଧବାର ଦିନ ତାଙ୍କୁ ତରବରିଆ ଭାବେ ପଦୋନ୍ନତି ଦିଆଯାଇଥିବା ସେ ଅଭିଯୋଗ କରିଥିଲେ। 

ଓଡ଼ିଶାର ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ। କୌଣସି ନିୟମର ଉଲ୍ଲଂଘନ ହୋଇନାହିଁ ଏବଂ ଏହା ଏକ ଚାକିରି ସମ୍ବନ୍ଧୀୟ ମାମଲା ହୋଇଥିବାରୁ ପିଆଇଏଲ୍ ଗ୍ରହଣଯୋଗ୍ୟ ନୁହେଁ ବୋଲି ସେ ଯୁକ୍ତି ବାଢ଼ିଥିଲେ। ଏହି ପ୍ରକ୍ରିୟା ଦ୍ୱାରା ପ୍ରଭାବିତ ହୋଇଥିବା କୌଣସି ଅଧିକାରୀ ଅଦାଲତଙ୍କ ଦ୍ୱାରସ୍ଥ ହୋଇନଥିବା ବେଳେ ଏହି ପିଆଇଏଲ୍ କିପରି ଗ୍ରହଣ କରାଯାଇପାରିବ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ।

ତେବେ, ପ୍ରକାଶ ସିଂ ମାମଲାରେ ଅଦାଲତଙ୍କୁ ସହଯୋଗ କରୁଥିବା ଆମିକସ୍ କ୍ୟୁରୀ ତଥା ବରିଷ୍ଠ ଆଇନଜୀବୀ ରାଜୁ ରାମଚନ୍ଦ୍ରନଙ୍କ ମତାମତ ଖଣ୍ଡପୀଠ ଲୋଡ଼ିଥିଲେ। ରାଜୁ ରାମଚନ୍ଦ୍ରନ୍ ଆବେଦନକାରୀଙ୍କ ଯୁକ୍ତିକୁ ସମର୍ଥନ କରିବା ସହ ଓଡ଼ିଶା ଡିଜିପି ନିଯୁକ୍ତି ପ୍ରକ୍ରିୟା ସୁପ୍ରିମକୋର୍ଟଙ୍କ ମାର୍ଗଦର୍ଶିକାର ବିରୁଦ୍ଧାଚରଣ କରୁଛି ବୋଲି କହିଥିଲେ। ଆମିକସ୍ କ୍ୟୁରୀଙ୍କ ମତକୁ ବିଚାରକୁ ନେଇ, ଚୟନ ପ୍ରକ୍ରିୟାକୁ ଚୂଡ଼ାନ୍ତ କରିବା ପାଇଁ ହେବାକୁ ଥିବା ବୈଠକକୁ ସ୍ଥଗିତ ରଖିବାକୁ ଖଣ୍ଡପୀଠ ୟୁପିଏସସିର ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର