ବସୁନ୍ଧରା ଯୋଜନା ଜମି ଜାଲିଆତି ଘଟଣାରେ ୫ ଜଣଙ୍କୁ ଗିରଫ କଲା ଭିଜିଲାନ୍ସ

The Sakala Picture
Published On

କଟକ: ବସୁନ୍ଧରା ଯୋଜନା ଜମି ଜାଲିଆତି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ । କୁଜଙ୍ଗର ପୂର୍ବତନ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡାଙ୍କ ସମେତ ୪ ଜଣ ଆରଆଇଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗିରଫ ଆରଆଇମାନେ ହେଲେ ଝିମଣୀ ସର୍କଲର ପୂର୍ବତନ ରାଜସ୍ୱ ନୀରିକ୍ଷକ ସନ୍ତୋଷ କୁମାର ମଲ୍ଲିକ, ଅବସରପ୍ରାପ୍ତ ପାରାଦୀପ ଗଡର ପୂର୍ବତନ ରାଜସ୍ୱ ନୀରିକ୍ଷକ ନରେନ୍ଦ୍ର କୁମାର ଲେଙ୍କା, କୁଜଙ୍ଗର ପୂର୍ବତନ ଆରଆଇ ସୁବାସ ଚନ୍ଦ୍ର ଦାସ ଓ ପାଣ୍ଡୁଆ ସର୍କଲର ପୂର୍ବତନ […]

କଟକ: ବସୁନ୍ଧରା ଯୋଜନା ଜମି ଜାଲିଆତି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ । କୁଜଙ୍ଗର ପୂର୍ବତନ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡାଙ୍କ ସମେତ ୪ ଜଣ ଆରଆଇଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗିରଫ ଆରଆଇମାନେ ହେଲେ ଝିମଣୀ ସର୍କଲର ପୂର୍ବତନ ରାଜସ୍ୱ ନୀରିକ୍ଷକ ସନ୍ତୋଷ କୁମାର ମଲ୍ଲିକ, ଅବସରପ୍ରାପ୍ତ ପାରାଦୀପ ଗଡର ପୂର୍ବତନ ରାଜସ୍ୱ ନୀରିକ୍ଷକ ନରେନ୍ଦ୍ର କୁମାର ଲେଙ୍କା, କୁଜଙ୍ଗର ପୂର୍ବତନ ଆରଆଇ ସୁବାସ ଚନ୍ଦ୍ର ଦାସ ଓ ପାଣ୍ଡୁଆ ସର୍କଲର ପୂର୍ବତନ ଆରଆଇ ଜ୍ୟୋତି ଭୂଷଣ ବାରିକ । ଏହି ଘଟଣାରେ ଆଜି ଭୁବନେଶ୍ୱର, କଟକ, ଭଦ୍ରକ ଓ ଜଗତସିଂହପୁରର ମୋଟ ୯ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍ । ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ବସୁନ୍ଧରା ଯୋଜନାରେ ଜମି ଜାଲିଆତି ହୋଇଥିବା ଅଭିଯୋଗ ହୋଇଥିଲା।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ସୂଚନା ଅନୁଯାୟୀ, ଅପରାଧିକ ଯୋଜନା, ଅନିୟମିତତା , ଜାଲିଆତି ଏବଂ ଅପରାଧିକ ଷଡ଼ଯନ୍ତ୍ର କରି ବ୍ୟାପକ ଠକେଇ କରିଥିବା ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ । ଏନେଇ ପୂର୍ବତନ କୁଜଙ୍ଗ ତହସିଲଦାର ତଥା ବର୍ତ୍ତମାନ ତିହିଡିର ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା, ଜଗତସିଂହପୁରର ପୂର୍ବତନ ସବ କଲେକ୍ଟର ମହେନ୍ଦ୍ର ପ୍ରସାଦ ମହାନ୍ତି, ଝିମାଣୀ ସର୍କଲର ପୂର୍ବତନ ଆରଆଇ ସନ୍ତୋଷ କୁମାର ମଲ୍ଲିକ, ପାରାଦ୍ୱୀପଗଡ଼ର ପୂର୍ବତନ ଆରଆଇ ନରେନ୍ଦ୍ର କୁମାର ଲେଙ୍କା, କୁଜଙ୍ଗର ପୂର୍ବତନ ଆରଆଇ ସୁବାସ ଚଦ୍ର ଦାସ ଓ ପଣ୍ଡୁଆ ସର୍କଲର ପୂର୍ବତନ ଆରଆଇ ଜ୍ୟୋତି ଭୂଷଣ ବାରିକଙ୍କ ଘରେ ଭିଜିଲାନ୍ସ ରେଡ୍ କରାଯାଇଛି।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

ତେବେ ରେଡ୍ ସମୟରେ ସଂପୃକ୍ତ ଅଧିକାରୀଙ୍କ କୋଠା, ବ୍ୟାଙ୍କ ବାଲାନ୍ସ, ସୁନା, ଗହଣା, ଜମି ଓ ଗାଡି ଥିବା ଠାବ କରିଛି ଟିମ। ସରକାରୀ ଅଫିସର ମାନେ ଯୋଗ୍ୟ ହିତାଧିକାରୀଙ୍କ ବଦଳରେ ଅଯୋଗ୍ୟମାନଙ୍କୁ ଚଞ୍ଚକତା କରି ସରକାରଙ୍କ ମୂଲ୍ୟବାନ ଜମିକୁ ସେମାନଙ୍କ ହାତକୁ ଜମି ଟେକି ଦେଇଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ରାଜଭବନ ସାମ୍ନାରେ ଗର୍ଜିଲା ବିଜେଡି: ରାଜ୍ୟର ଅର୍ଥନୈତିକ ଅଧିକାରକୁ ଛଡ଼ାଇ ନେଇଛି ଡବଲ ଇଞ୍ଜିନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର