ଲିଙ୍ଗରା ନାଳରେ ପାଣି ଉଠାଉଥିବା ବେଳେ ଭାସିଗଲେ ଦୁଇ କାଉଡ଼ିଆ, ଜଣେ ଉଦ୍ଧାର ଓ ଅନ୍ୟ ଜଣେ ନିଖୋଜ

Madhusudan Das Picture
Published On

ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ଏକ ବଡ଼ ଅଘଟଣ ଘଟିଛି। ଟିପିରିସିଂହା ନିକଟସ୍ଥ ଲିଙ୍ଗରା ନାଳରେ ପାଣି ଉଠାଇବା ବେଳେ ପ୍ରବଳ ସୁଅରେ ଦୁଇ ଜଣ କାଉଡ଼ିଆ ଭାସିଯାଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ଏବେ ବି ନିଖୋଜ ଅଛନ୍ତି।

ଆହୁରି ପଢ଼ନ୍ତୁ: ମାଷ୍ଟର କ୍ୟାଣ୍ଟିନ୍ ଛକରେ ବ୍ୟାପକ ହିଂସାକାଣ୍ଡ ଘଟଣା: କ୍ଷମା ମାଗିଲେ ଅନ୍‌ଲାଇନ୍ ଅଟୋ ସଂଘ ସଭାପତି

ସୂଚନା ଅନୁଯାୟୀ, ଆଜି ଦ୍ୱିତୀୟ ଶ୍ରାବଣ ସୋମବାର ଉପଲକ୍ଷେ ଟିପିରିସିଂହା ମନ୍ଦିରରେ ଜଳାଭିଷେକ ପାଇଁ ଉଭୟ ଭକ୍ତ ଲିଙ୍ଗରା ନାଳକୁ ପାଣି ଆଣିବାକୁ ଯାଇଥିଲେ। ତେବେ ପାଣି ସଂଗ୍ରହ କରୁଥିବା ସମୟରେ ହଠାତ୍ ପାଣିର ପ୍ରବଳ ସୁଅ ଆସିବାରୁ ଉଭୟେ ଭାସି ଯାଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ପଦକ୍ଷେପ ନେଇ ଜଣେ କାଉଡ଼ିଆଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ମାତ୍ର ଦ୍ୱିତୀୟ କାଉଡ଼ିଆଙ୍କର ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳିପାରି ନାହିଁ।

ଆହୁରି ପଢ଼ନ୍ତୁ: ସୁଭଦ୍ରା ଯୋଜନାକୁ ନେଇ ବଡ ଅପଡେଟ୍: ୨୭ ଅଗଷ୍ଟ ନୁହେଁ, ୨୮ରେ ମିଳିବ ପଞ୍ଚମ କିସ୍ତି

ଖବର ପାଇବା ମାତ୍ରେ ଅନୁଗୋଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବ୍ୟାପକ ଖୋଜାଖୋଜି ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ପ୍ରାଥମିକ ସୂଚନାରୁ ଜଣାପଡିଛି ଯେ ନିଖୋଜ କାଉଡ଼ିଆ ଜଣକ ବେଣ୍ଟପୁର ଅଞ୍ଚଳର ହୋଇଥାଇପାରନ୍ତି, ତେବେ ତାଙ୍କର ପ୍ରକୃତ ପରିଚୟ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଲଗାଣ ବର୍ଷା କାରଣରୁ ନାଳରେ ଜଳପତ୍ତନ ବୃଦ୍ଧି ପାଇବା ସହ ପାଣିର ସୁଅ ଅତ୍ୟନ୍ତ ପ୍ରଖର ରହିଛି, ଯାହା ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରୁଛି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ମଙ୍ଗଳ ଆଳତୀ ସମୟରେ ଅପ୍ରୀତିକର ପରିସ୍ଥିତି: ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାଡ଼ଗୋଳ, ଉଭୟ ପକ୍ଷ ଅଟକ

ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧାରଣ ଜନତାଙ୍କୁ ସତର୍କ କରାଯାଇଛି। ବର୍ତ୍ତମାନ ସମୟରେ ନଦୀ, ନାଳ କିମ୍ବା କୌଣସି ଜଳାଶୟ ନିକଟକୁ ଗଲାବେଳେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର