ୟୁନେସ୍କୋ ହେରିଟେଜ୍‌ ତାଲିକାରେ ରଥଯାତ୍ରାକୁ ସାମିଲ ପ୍ରସଙ୍ଗ: ବିଜେଡି କହିଲା, 'ଅପବାଦରୁ ବଞ୍ଚିବା ଲାଗି ଲୋକଦେଖାଣିଆ ପଦକ୍ଷେପ'

Madhusudan Das Picture
Published On

ଭୁବନେଶ୍ୱର: ପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ୟୁନେସ୍କୋ ହେରିଟେଜ ତାଲିକାରେ ସାମିଲ କରିବା ପାଇଁ କେନ୍ଦ୍ର ସରକାରଙ୍କର ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚିଠି ଲେଖିଥିବା ବେଳେ ବିଜେଡି ଏହାକୁ ନେଇ କଟାକ୍ଷ କରିଛି। ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରଠାରୁ ଆୟୋଜିତ ହୋଇଥିବା ସମସ୍ତ ତିନୋଟି ରଥଯାତ୍ରା ତ୍ରୁଟିଶୂନ୍ୟ ଭାବେ ପରିଚାଳନା କରିବାରେ ସରକାର ସକ୍ଷମ ହୋଇନାହାନ୍ତି। ଏପରି ସମୟରେ ୟୁନେସ୍କୋ ହେରିଟେଜ ତାଲିକାରେ ସାମିଲ ପାଇଁ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା କେବଳ ଏକ ଲୋକ ଦେଖାଣିଆ ପଦକ୍ଷେପ ଓ ରଥଯାତ୍ରାରେ ଘଟିଥିବା ଅଘଟଣଜନିତ ଅପବାଦରୁ ବଞ୍ଚିବା ପାଇଁ ଏକ ବାହାନା ବୋଲି କହିଛି ବିଜେଡି । 

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଯେ ପବିତ୍ର ରଥଯାତ୍ରାକୁ ତ୍ରୁଟିଶୂନ୍ୟ ଭାବେ ଆୟୋଜନ କରିବାରେ ରାଜ୍ୟ ସରକାର ସଫଳ ହୋଇପାରି ନାହାନ୍ତି ।  ୩ ବର୍ଷ ହେଲା ରଥଯାତ୍ରାରେ ବିଭ୍ରାଟ ଦେଖିବାକୁ ମିଳୁଛି। କେତେବେଳେ ଭକ୍ତମାନେ ଦଳାଚକଟାରେ ପ୍ରାଣ ହରାଉଛନ୍ତି ପୁଣି କେତେବେଳେ ନୀତି ନିୟମରେ ବିଭ୍ରାଟ ଦେଖିବାକୁ ମିଳୁଛି। ବଡ଼ଠାକୁର ପହଣ୍ଡି ବେଳେ ଖସି ପଡ଼ୁଛନ୍ତି, ବିନା ଟାହିଆରେ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି କରାଯାଉଛି, ଠାକୁରଙ୍କ ମୋଦକ ଚୋରି ହୋଇ ଯାଉଛି, ଠିକ୍‌ ସମୟରେ ରଥ ଟଣା ଯାଇ ପାରୁନାହିଁ। ପ୍ରତିବର୍ଷ ରଥଯାତ୍ରାବେଳେ ଶ୍ରଦ୍ଧାଳୁଙ୍କ ମୁଣ୍ଡ ଗଡ଼ୁଛି । ବିଭିନ୍ନ ସମୟରେ ଘଟୁଥିବା ଘଟଣାର ତଦନ୍ତ କେବଳ ନିର୍ଦ୍ଦେଶ ଭିତରେ ଅଟକି ଯାଇଛି। ଗୋଟିଏ ବି ତଦନ୍ତର ରିପୋର୍ଟ ସାର୍ବଜନୀନ ହୋଇ ପାରୁନାହିଁ। ବିଫଳ ପରିଚାଳନାର ଅପବାଦ ସରକାରଙ୍କ ମଥାରେ ଲାଗିଛି। ଏହଥିରୁ ମୁକୁଳିବା ପାଇଁ ୟୁନେସ୍କୋ ହେରିଟେଜ ତାଲିକାରେ ରଥଯାତ୍ରାକୁ ଅନ୍ତର୍ଭୁକ୍ତ କରିବା ପାଇଁ ଚିଠି ଲେଖା କେବଳ ଏକ ଲୋକ ଦେଖାଣିଆ ପଦକ୍ଷେପ। ୟୁନେସ୍କୋର ହେରିଟେଜ ତାଲିକାରେ ରଥଯାତ୍ରାକୁ ସାମିଲ କରିବା ପୂର୍ବରୁ ରଥଯାତ୍ରା ତ୍ରୁଟିଶୂନ୍ୟ ଭାବେ ଆୟୋଜନ କରନ୍ତୁ ବୋଲି ସେ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର