ଟିଟିଲାଗଡ଼ ନିକଟରେ କୋଇଲା ବୋଝେଇ ମାଲଗାଡ଼ି ଲାଇନଚ୍ୟୁତ, ରେଳ ଚଳାଚଳ ପ୍ରଭାବିତ

Suryakanta Picture
Published On

ବଲାଙ୍ଗୀର ରେଳ ଜଙ୍କସନରୁ ଟିଟିଲାଗଡ଼ ଅଭିମୁଖେ ଆସୁଥିବା ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ ଆଜି ସକାଳେ ଲାଇନଚ୍ୟୁତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ସିକେର ଏବଂ ଟିଟିଲାଗଡ଼ ରେଳ ଜଙ୍କସନ ମଧ୍ୟରେ ଏହି ଅଘଟଣ ଘଟିଛି। ଟ୍ରେନଟି ଟିଟିଲାଗଡ଼ ଷ୍ଟେସନରେ ପହଞ୍ଚିବାକୁ ପ୍ରାୟ ୧ କିଲୋମିଟର ବାକି ଥିବା ବେଳେ ଏହାର ୧୪ ନମ୍ବର ୱାଗନ ଲାଇନଚ୍ୟୁତ ହୋଇଥିଲା। ଫଳରେ ସମ୍ପୃକ୍ତ ରେଳ ଧାରଣାରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଆହୁରି ପଢ଼ନ୍ତୁ: ମାଣତ୍ରୀ ଏସଏସଡି ବାଳିକା ହଷ୍ଟେଲରେ ଝାଡ଼ାବାନ୍ତି ଆତଙ୍କ; ୩୫ରୁ ଉର୍ଦ୍ଧ୍ୱ ଛାତ୍ରୀ ଆକ୍ରାନ୍ତ, ଡାକ୍ତରଖାନାରେ ଭର୍ତ୍ତି

ଜିଆରପିଙ୍କ ସୂଚନା ଏବଂ ବର୍ତ୍ତମାନର ସ୍ଥିତି

ଏହି ଘଟଣା ସମ୍ପର୍କରେ ଟିଟିଲାଗଡ଼ ଜିଆରପି ଅଧିକାରୀ ସନ୍ତୋଷିନୀ ମହନ୍ତ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ କୋଇଲା ଗାଡିର କେବଳ ଗୋଟିଏ ୱାଗନ ଲାଇନଚ୍ୟୁତ ହୋଇଛି ଏବଂ ଏଥିରେ କୌଣସି ପ୍ରକାରର ଧନଜୀବନ କ୍ଷୟକ୍ଷତି ହୋଇନାହିଁ। ଯଦିଓ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍‌ରେ ରେଳ ଚଳାଚଳ ପ୍ରଭାବିତ ହୋଇଛି, ତଥାପି ଅନ୍ୟ ରେଳ ଧାରଣାଗୁଡ଼ିକରେ ରେଳ ଚଳାଚଳ ସମ୍ପୂର୍ଣ୍ଣ ସ୍ୱାଭାବିକ ରହିଛି।

ଆହୁରି ପଢ଼ନ୍ତୁ: ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି ବେଦାନ୍ତ ଆଲୁମିନିୟମର 'ବେଦକ୍ଷତା'

ତଦନ୍ତ ଏବଂ ମରାମତି କାର୍ଯ୍ୟ ଆରମ୍ଭ

ଖବର ପାଇବା ମାତ୍ରେ ରେଳ ବିଭାଗର ଏକ ସ୍ୱତନ୍ତ୍ର ଟେକ୍ନିକାଲ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଟ୍ରେନଟି କେଉଁ କାରଣରୁ ଲାଇନଚ୍ୟୁତ ହେଲା ସେ ନେଇ ଟିମ୍ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ଖୁବଶୀଘ୍ର ଟ୍ରାକ୍ ମରାମତି କରି ରେଳ ଚଳାଚଳକୁ ସ୍ୱାଭାବିକ କରିବା ପାଇଁ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି।

ଆହୁରି ପଢ଼ନ୍ତୁ: ଉମରକୋଟ କଲେଜରେ ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ହିଂସା: ଗୋଷ୍ଠୀ ସଂଘର୍ଷରେ ଯୁବକଙ୍କୁ ଛୁରାମାଡ଼

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର