ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଛାତ୍ର ଓ ଯୁବ ବିଜେଡିର ବିକ୍ଷୋଭ

Madhusudan Das Picture
Published On

ଭୁବନେଶ୍ୱର: ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ ଏବଂ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁଙ୍କ ନେତୃତ୍ୱରେ ବୁଧବାର ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।  ଦେଶରେ ବାରମ୍ୱାର ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌, ଶିକ୍ଷା ବ୍ୟବସ୍ଥାରେ ସରକାରଙ୍କ ବିଫଳତାକୁ ନେଇ ଏହି ବିକ୍ଷୋଭ ଆୟୋଜନ କରାଯାଇଥିଲା। ଶତାଧିକ ଯୁବ ଓ ଛାତ୍ର ନେତା, କର୍ମକର୍ତ୍ତା, କାର୍ଯ୍ୟକର୍ତ୍ତା ଓ ବିଜେଡି ସମର୍ଥକ ଏଥିରେ ଯୋଗଦେଇ ସରକାରଙ୍କ ବିରୋଧରେ ନାରାବାଜି ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। 

ଆହୁରି ପଢ଼ନ୍ତୁ: ସ୍ତ୍ରୀଙ୍କ ଜନ୍ମଦିନ ପାଳନ ପରେ ଇଞ୍ଜିନିୟର ସ୍ୱାମୀଙ୍କ ସନ୍ଦେହଜନକ ମୃତ୍ୟୁ, ପରକୀୟା ପ୍ରୀତିରୁ ହତ୍ୟା ଅଭିଯୋଗ

ଚିନ୍ମୟ ସାହୁ କହିଥିଲେ ଯେ ଦେଶରେ ବାରମ୍ୱାର ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଯୋଗୁଁ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ଏବେ ଚିନ୍ତାରେ ଦିନ କାଟୁଛନ୍ତି। ପରୀକ୍ଷା ସୁପରିଚାଳନା କରିବାରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ସରକାରଙ୍କ ଅପାରଗତା ଯୋଗୁଁ ଲକ୍ଷଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବିପନ୍ନ ହୋଇଛି।  ଏହି ସମସ୍ତ ବିଫଳତା ପାଇଁ ନୈତିକ ଦାୟିତ୍ୱ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ ଇସ୍ତଫା ଦିଅନ୍ତୁ। ଇପ୍ସିତା ସାହୁ କହିଥିଲେ ଯେ ବାରମ୍ୱାର ପ୍ରଶ୍ନପତ୍ର ଲିକ୍‌ ଓ ପରୀକ୍ଷାରେ ଅନିୟମିତତା ଯୋଗୁଁ ଦେଶର ଛାତ୍ରଛାତ୍ରୀମାନେ ଅନିଶ୍ଚିତତା ମଧ୍ୟରେ ଜୀବନ ବିତାଉଛନ୍ତି। ସରକାରୀ ଅବହେଳା ଓ ପ୍ରଶାସନିକ ଅପାରଗତା ପାଇଁ ଆଜି ଦେଶର ଯୁବପିଢ଼ିଙ୍କ ଭବିଷ୍ୟତକୁ ବଳି ପକାଯାଉଛି। ପ୍ରତ୍ୟେକ ମେଧାବୀ ଛାତ୍ରଛାତ୍ରୀଙ୍କର ଏକ ସ୍ୱଚ୍ଛ, ନିରପେକ୍ଷ ଓ ଦୁର୍ନୀତିମୁକ୍ତ ପରୀକ୍ଷା ବ୍ୟବସ୍ଥାରେ ପ୍ରତିଯୋଗିତା କରିବାର ଅଧିକାର ରହିଛି। ଦେଶରେ ପରୀକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆଣିବାକୁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ । ନୈତିକତା ଦୃଷ୍ଟିରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ। 

ଆହୁରି ପଢ଼ନ୍ତୁ: ମନଗଢ଼ା ମନ୍ତବ୍ୟ ଦେଇ ଫସିଗଲେ ବିଜେପି ସାଂସଦ: ଭର୍ତ୍ତୃହରି ମହତାବଙ୍କୁ ବିଜେଡି ସାଂସଦଙ୍କ କଟୁ ଭର୍ତ୍ସନା

ବିଜୁ ଯୁବ ଓ ଛାତ୍ର ଜନତା ଦଳର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ମେୟର ସୁଲୋଚନା ଦାସ, ମନ୍ମଥ ରାଉତରାୟ, ସେଖ ଆମୀର, କାର୍ଯ୍ୟକାରୀ ସଭାପତି ସୋଫିଆ ଆଲମ, ସାଧାରଣ ସମ୍ପାଦକ ଅମରଜିତ ସେନାପତି, ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀ ସଭାପତି ଚିନ୍ମୟ ଦାସ, ପ୍ରଦୋଷ ପରିଡା, ମହାସଚିବ ରକି ଦାସ, ବିଜୁ ଛାତ୍ର ଜନତା ଦଳର ବରିଷ୍ଠ ଉପସଭାପତି ସୌମ୍ୟ ରଞ୍ଜନ ମହାପାତ୍ର, ଅମିତ ଜେନା, ଅଶୋକ ନାୟକ, ଯୋଗେଶ ଜେନା, ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଦୀପକ ଜେନା, ଅନନ୍ତ ଶତପଥୀ, ସୁବ୍ରଜିତ ପାଢ଼ୀ, ଆଶିଷ ସାହୁ, ସତ୍ୟଜିତ ପଟ୍ଟନାୟକ, ନୀଳମାଧବ ମହାନ୍ତି, ଉପସଭାପତି ସ୍ମୃତି ରଞ୍ଜନ ପଟ୍ଟନାୟକ, ବିଜୟ କେତନ ସାହୁ, ସୌମ୍ୟ ସାର୍ଥକ ରାୟ, ଆଫତାବ ଆଲମ ଖାନ, ଅବିନାଶ ପ୍ରଧାନ, ମନୋଜ ମହାନ୍ତି, କନିଷ୍କ ଜେନା, ସ୍ମୃତି ରଞ୍ଜନ ନାୟକ, ସଞ୍ଜିତ ମହାନ୍ତି, ସୌମ୍ୟ ରଞ୍ଜନ ତ୍ରିପାଠୀ, ଅରୂପ ଶ୍ରୀଚନ୍ଦନ, ବିକ୍ରମ ପଟ୍ଟନାୟକ, ଅମ୍ୱିକା ଦାସ, ଦୀପକ ବେହେରା, ମନୋରଞ୍ଜନ ସ୍ୱାଇଁ, ସୋନାଲି ପ୍ରିୟଦର୍ଶିନୀ, ଚାନ୍ଦିନୀ ପଣ୍ଡା,ଦୀପକ ମହାପାତ୍ର, ଜ୍ଞାନରଞ୍ଜନ ମାନସିଂହ, ପ୍ରଦୀପ ବିଶ୍ୱାଳ, ଅବିନାଶ ଠାକୁର, ବିଜୁ ଛାତ୍ର ଜନତା ଦଳର ଉପସଭାପତି ସ୍ନେହାଶିଷ ଜେନା, ତବ୍ରେଜ ଖାନ, ସମିମ ଅଖତର, ଏସ୍‌. କେ. ନୱାଜ, ସାଧାରଣ ସମ୍ପାଦକ ଏମ୍‌. ଡି. ସାହିଲ, ଏମ୍‌. ଡି, ଏସ୍‌. କେ. ଗୁଫରାନ, ସ୍ୱୟଂଶ୍ରୀ ସିଂ, ଦିଗବିଜୟ ପ୍ରଧାନ, ରବୀନ୍ଦ୍ର ମହାରଣା ଏବଂ ସୁଦିପ୍ତା ପଣ୍ଡା ପ୍ରମୁଖ ସାମିଲ ଥିଲେ।

ଆହୁରି ପଢ଼ନ୍ତୁ: ଆତଙ୍କିତ ହେବାର ଆବଶ୍ୟକତା ନାହିଁ, କୋଭିଡ୍ ବର୍ତ୍ତମାନ ସାଧାରଣ ଫ୍ଲୁ ଭଳି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

22 Jul 2026 By Madhusudan Das

ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଛାତ୍ର ଓ ଯୁବ ବିଜେଡିର ବିକ୍ଷୋଭ

ଭୁବନେଶ୍ୱର: ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ ଏବଂ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁଙ୍କ ନେତୃତ୍ୱରେ ବୁଧବାର ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।  ଦେଶରେ ବାରମ୍ୱାର ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌, ଶିକ୍ଷା ବ୍ୟବସ୍ଥାରେ ସରକାରଙ୍କ ବିଫଳତାକୁ ନେଇ ଏହି ବିକ୍ଷୋଭ ଆୟୋଜନ କରାଯାଇଥିଲା। ଶତାଧିକ ଯୁବ ଓ ଛାତ୍ର ନେତା, କର୍ମକର୍ତ୍ତା, କାର୍ଯ୍ୟକର୍ତ୍ତା ଓ ବିଜେଡି ସମର୍ଥକ ଏଥିରେ ଯୋଗଦେଇ ସରକାରଙ୍କ ବିରୋଧରେ ନାରାବାଜି ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। 

ଚିନ୍ମୟ ସାହୁ କହିଥିଲେ ଯେ ଦେଶରେ ବାରମ୍ୱାର ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଯୋଗୁଁ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ଏବେ ଚିନ୍ତାରେ ଦିନ କାଟୁଛନ୍ତି। ପରୀକ୍ଷା ସୁପରିଚାଳନା କରିବାରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ସରକାରଙ୍କ ଅପାରଗତା ଯୋଗୁଁ ଲକ୍ଷଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବିପନ୍ନ ହୋଇଛି।  ଏହି ସମସ୍ତ ବିଫଳତା ପାଇଁ ନୈତିକ ଦାୟିତ୍ୱ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ ଇସ୍ତଫା ଦିଅନ୍ତୁ। ଇପ୍ସିତା ସାହୁ କହିଥିଲେ ଯେ ବାରମ୍ୱାର ପ୍ରଶ୍ନପତ୍ର ଲିକ୍‌ ଓ ପରୀକ୍ଷାରେ ଅନିୟମିତତା ଯୋଗୁଁ ଦେଶର ଛାତ୍ରଛାତ୍ରୀମାନେ ଅନିଶ୍ଚିତତା ମଧ୍ୟରେ ଜୀବନ ବିତାଉଛନ୍ତି। ସରକାରୀ ଅବହେଳା ଓ ପ୍ରଶାସନିକ ଅପାରଗତା ପାଇଁ ଆଜି ଦେଶର ଯୁବପିଢ଼ିଙ୍କ ଭବିଷ୍ୟତକୁ ବଳି ପକାଯାଉଛି। ପ୍ରତ୍ୟେକ ମେଧାବୀ ଛାତ୍ରଛାତ୍ରୀଙ୍କର ଏକ ସ୍ୱଚ୍ଛ, ନିରପେକ୍ଷ ଓ ଦୁର୍ନୀତିମୁକ୍ତ ପରୀକ୍ଷା ବ୍ୟବସ୍ଥାରେ ପ୍ରତିଯୋଗିତା କରିବାର ଅଧିକାର ରହିଛି। ଦେଶରେ ପରୀକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆଣିବାକୁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ । ନୈତିକତା ଦୃଷ୍ଟିରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ। 

ବିଜୁ ଯୁବ ଓ ଛାତ୍ର ଜନତା ଦଳର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ମେୟର ସୁଲୋଚନା ଦାସ, ମନ୍ମଥ ରାଉତରାୟ, ସେଖ ଆମୀର, କାର୍ଯ୍ୟକାରୀ ସଭାପତି ସୋଫିଆ ଆଲମ, ସାଧାରଣ ସମ୍ପାଦକ ଅମରଜିତ ସେନାପତି, ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀ ସଭାପତି ଚିନ୍ମୟ ଦାସ, ପ୍ରଦୋଷ ପରିଡା, ମହାସଚିବ ରକି ଦାସ, ବିଜୁ ଛାତ୍ର ଜନତା ଦଳର ବରିଷ୍ଠ ଉପସଭାପତି ସୌମ୍ୟ ରଞ୍ଜନ ମହାପାତ୍ର, ଅମିତ ଜେନା, ଅଶୋକ ନାୟକ, ଯୋଗେଶ ଜେନା, ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଦୀପକ ଜେନା, ଅନନ୍ତ ଶତପଥୀ, ସୁବ୍ରଜିତ ପାଢ଼ୀ, ଆଶିଷ ସାହୁ, ସତ୍ୟଜିତ ପଟ୍ଟନାୟକ, ନୀଳମାଧବ ମହାନ୍ତି, ଉପସଭାପତି ସ୍ମୃତି ରଞ୍ଜନ ପଟ୍ଟନାୟକ, ବିଜୟ କେତନ ସାହୁ, ସୌମ୍ୟ ସାର୍ଥକ ରାୟ, ଆଫତାବ ଆଲମ ଖାନ, ଅବିନାଶ ପ୍ରଧାନ, ମନୋଜ ମହାନ୍ତି, କନିଷ୍କ ଜେନା, ସ୍ମୃତି ରଞ୍ଜନ ନାୟକ, ସଞ୍ଜିତ ମହାନ୍ତି, ସୌମ୍ୟ ରଞ୍ଜନ ତ୍ରିପାଠୀ, ଅରୂପ ଶ୍ରୀଚନ୍ଦନ, ବିକ୍ରମ ପଟ୍ଟନାୟକ, ଅମ୍ୱିକା ଦାସ, ଦୀପକ ବେହେରା, ମନୋରଞ୍ଜନ ସ୍ୱାଇଁ, ସୋନାଲି ପ୍ରିୟଦର୍ଶିନୀ, ଚାନ୍ଦିନୀ ପଣ୍ଡା,ଦୀପକ ମହାପାତ୍ର, ଜ୍ଞାନରଞ୍ଜନ ମାନସିଂହ, ପ୍ରଦୀପ ବିଶ୍ୱାଳ, ଅବିନାଶ ଠାକୁର, ବିଜୁ ଛାତ୍ର ଜନତା ଦଳର ଉପସଭାପତି ସ୍ନେହାଶିଷ ଜେନା, ତବ୍ରେଜ ଖାନ, ସମିମ ଅଖତର, ଏସ୍‌. କେ. ନୱାଜ, ସାଧାରଣ ସମ୍ପାଦକ ଏମ୍‌. ଡି. ସାହିଲ, ଏମ୍‌. ଡି, ଏସ୍‌. କେ. ଗୁଫରାନ, ସ୍ୱୟଂଶ୍ରୀ ସିଂ, ଦିଗବିଜୟ ପ୍ରଧାନ, ରବୀନ୍ଦ୍ର ମହାରଣା ଏବଂ ସୁଦିପ୍ତା ପଣ୍ଡା ପ୍ରମୁଖ ସାମିଲ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର