ନିଟ୍‌‌ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ: ଭୁବନେଶ୍ୱରରେ ପହଞ୍ଚି ପୁଣି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦୋହରାଇଲେ ନବୀନ

Madhusudan Das Picture
Published On

ଭୁବନେଶ୍ୱର: ନିଟ୍‌‌ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗ । ଭୁବନେଶ୍ୱରରେ ପହଞ୍ଚି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ପୁଣି ଦୋହରାଇଛନ୍ତି। ନିଟ୍‌‌ ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ବିରୋଧ କରୁଥିବା ଛାତ୍ରଛାତ୍ରୀଙ୍କ ସମର୍ଥନରେ ବିଜେଡି ସମଗ୍ର ଓଡ଼ିଶାରେ ଆନ୍ଦୋଳନକୁ ତୀବ୍ର କରିବ ବୋଲି ସେ ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ନୂଆଦିଲ୍ଲୀରୁ ଫେରିବା ପରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ପରୀକ୍ଷାକୁ ନେଇ ଉପୁଜିଥିବା ବିବାଦ ଦେଶକୁ ସ୍ତବ୍ଧ କରିଦେଇଛି ଏବଂ ଉଚ୍ଚ ସ୍ତରରେ ଏହାର ଜବାବଦେହିତା ରହିବା ଆବଶ୍ୟକ। ଯୁବ ଛାତ୍ରଛାତ୍ରୀ ଏବଂ ବିଶ୍ୱବିଦ୍ୟାଳୟ ପରୀକ୍ଷା ସହିତ ଯାହା ଘଟିଛି ତାହାକୁ ନେଇ ସାରା ଦେଶରେ ଆନ୍ଦୋଳନ ଚାଲିଛି। ତେଣୁ ବିଜେଡି ପକ୍ଷରୁ ଓଡ଼ିଶାରେ ମଧ୍ୟ ଆନ୍ଦୋଳନ କରାଯିବ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ନବୀନ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି ଯେ କେବଳ ଭାରତରେ ନୁହେଁ, ବରଂ ବିଦେଶରେ ଥିବା ଭାରତୀୟ ଦୂତାବାସ ବାହାରେ ମଧ୍ୟ ବିକ୍ଷୋଭକାରୀମାନେ ଶ୍ରୀ ପ୍ରଧାନଙ୍କ ଇସ୍ତଫା ଦାବି କରୁଛନ୍ତି। ଲୋକମାନେ ତାଙ୍କ ଇସ୍ତଫା ଦାବି କରୁଛନ୍ତି, ତେଣୁ ଏହି ସମ୍ବେଦନଶୀଳ ଘଟଣା ପରେ ସେ ନିଜ ପଦରୁ ଇସ୍ତଫା ଦେବା ଉଚିତ୍ ବୋଲି ନବୀନ କହିଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

ବିକ୍ଷୋଭ ପ୍ରଦର୍ଶନକାରୀ ଛାତ୍ର ଏବଂ ବିରୋଧୀ ଦଳ ନେତାମାନଙ୍କ ଉପରେ ପୋଲିସର ଅତ୍ୟଧିକ ବଳ ପ୍ରୟୋଗକୁ ମଧ୍ୟ ନବୀନ କଡ଼ା ସମାଲୋଚନା କରିଛନ୍ତି। ଯୁବ ଛାତ୍ରଛାତ୍ରୀଙ୍କ ଉପରେ ଅନାବଶ୍ୟକ ପୋଲିସ ହିଂସା ସମସ୍ତଙ୍କୁ ଗଭୀର ଆଘାତ ଦେଇଛି। କେବଳ ଛାତ୍ରଛାତ୍ରୀ ନୁହନ୍ତି, ସଂସଦରେ ବିରୋଧୀ ଦଳ ନେତା ଏବଂ ଅନ୍ୟାନ୍ୟ ବରିଷ୍ଠ ରାଜନେତାମାନଙ୍କ ପ୍ରତି ପୋଲିସର ବ୍ୟବହାର ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ ପ୍ରକାଶ କରିଛନ୍ତି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର