ହୀରାକୁଦରେ ବଢୁଛି ଜଳସ୍ତର, ମୋଟ ୧୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

Madhusudan Das Picture
Published On

ସମ୍ବଲପୁର: ଉପରମୁଣ୍ଡରେ ବର୍ଷା ଏବଂ ଛତିଶଗଡ଼ରେ କଲମା ଡ୍ୟାମ ଓ ବ୍ୟାରେଜ୍‌ରୁ ଜଳ ନିଷ୍କାସନ ପରେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ସୋମବାର ୪ଟି ଗେଟ୍‌ ଖୋଲାଯାଇଥିବାବେଳେ  ମଙ୍ଗଳବାର ପର୍ଯ୍ୟାୟକ୍ରମେ ଆଉ ୬ଟି ଗେଟ୍‌ ଖୋଲାଯାଇଛି। ମୋଟ ୧୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। 

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ଉଲ୍ଲେଖଯୋଗ୍ୟ ଯେ, ଗତ ୯ ତାରିଖ ହୀରାକୁଦ ନଦୀବନ୍ଧରୁ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ୧୦ଟି ଗେଟ୍‌ ଦେଇ ଆରମ୍ଭ ହୋଇଥିଲା। ଜଳପ୍ରବେଶ ପରିମାଣ ଓ ଜଳସ୍ତର ହ୍ରାସ ପାଇବାସହ ବର୍ଷା ବନ୍ଦ ହୋଇଯିବାରୁ ପରବର୍ତ୍ତୀ ଦିନ ମାନଙ୍କରେ ପର୍ଯ୍ୟାୟକ୍ରମେ ଗେଟ୍‌ ଗୁଡ଼ିକ ବନ୍ଦ କରି ଦିଆଯାଇଥିଲା। ମଙ୍ଗଳବାର ସନ୍ଧ୍ୟା ୬ଟା ସମୟରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୩.୪୭ ଫୁଟ୍‌ ରହିଛି। ନଦୀବନ୍ଧର ବାମପାଶ୍ୱର୍ର ୭ଟି ଏବଂ ଡାହାଣ ପାଶ୍ୱର୍ର ୩ଟି ଏହିପରି ମୋଟ ୧୦ଟି ସ୍ଲୁଇସ୍‌ ଗେଟ୍‌ ଖୋଲାରହିଛି। ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୧,୪୭,୫୪୬ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବାବେଳେ ପାୱାର ଚେନାଲ, ଶିଳ୍ପାନୁଷ୍ଠାନ, କେନାଲ ଆଦି ଦେଇ ୧,୫୯,୫୮୧ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର