ରଥଯାତ୍ରା ନ ସରିବା ଯାଏଁ ରିଲିଜ୍ ହୋଇପାରିବ ନାହିଁ ଆନିମେଟେଡ୍ ଫିଲ୍ମ 'ମହାପ୍ରଭୁ ଜଗନ୍ନାଥ': ସୁପ୍ରିମକୋର୍ଟ

Madhusudan Das Picture
Published On

ନୂଆଦିଲ୍ଲୀ: ଆନିମେଟେଡ୍ ଫିଲ୍ମ 'ମହାପ୍ରଭୁ ଜଗନ୍ନାଥ' ର ରିଲିଜ୍ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି। ଆସନ୍ତା ଜୁଲାଇ ୨୭ ତାରିଖରେ ପବିତ୍ର ରଥଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଏହି ଚଳଚ୍ଚିତ୍ରକୁ ମୁକ୍ତିଲାଭ କରାଇବାକୁ ସର୍ବୋଚ୍ଚ ନ୍ୟାୟାଳୟ ବାରଣ କରିଛନ୍ତି। ଶୁକ୍ରବାର ଦିନ ଫିଲ୍ମର ନିର୍ମାତାଙ୍କ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି କରି ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଶୁଣାଣିକୁ ସେପ୍ଟେମ୍ବର ୭କୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ସୂଚନାଯୋଗ୍ୟ, ଏହି ଆନିମେସନ ଫିଲ୍ମରେ ମହାପ୍ରଭୁଙ୍କ ସଂସ୍କୃତି, ରୀତିନୀତି ଓ ପରମ୍ପରାକୁ କଦର୍ଥ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମହେଶ ସାହୁ ପିଟିସନ କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟରେ ପକ୍ଷ ରଖିଥିଲେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଜି ପୀତାମ୍ବର ଆଚାର୍ଯ୍ୟ ପକ୍ଷ ରଖିଥିଲେ।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ବି.ଭି. ନାଗରତ୍ନା ଏବଂ ଜଷ୍ଟିସ୍ ଆର୍. ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ଉପରେ ସ୍ଥଗିତାଦେଶ ଦେବାକୁ ମନା କରିଦେଇଛନ୍ତି। ଏହି ଫିଲ୍ମଟି ସ୍କନ୍ଦ ପୁରାଣ ଉପରେ ପର୍ଯ୍ୟବସିତ ନୁହେଁ ବୋଲି ଦର୍ଶାଇ ଓଡ଼ିଶା ହାଇକୋର୍ଟ ଏହାର ରିଲିଜ୍ ଉପରେ ରୋକ ଲଗାଇଥିଲେ। ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ହସ୍ତକ୍ଷେପ ନକରି ସ୍ପଷ୍ଟ କରିଛନ୍ତି ଯେ, ବର୍ତ୍ତମାନ ରଥଯାତ୍ରା ଚାଲିଥିବାରୁ ଏହି ସମୟ ମଧ୍ୟରେ ଫିଲ୍ମଟିକୁ ରିଲିଜ୍ କରାଯାଇପାରିବ ନାହିଁ। 

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର