୨୦ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଝାଞ୍ଜ ପାହାଡ଼ରୁ ସୁରକ୍ଷିତ ଉଦ୍ଧାର ହେଲେ ୨ ନିଖୋଜ ଯୁବକ

Madhusudan Das Picture
Published On

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଘଞ୍ଚ ଝାଞ୍ଜ ପାହାଡ଼ରେ ନିଖୋଜ ଥିବା ଦୁଇ ଜଣ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପ୍ରାୟ ୨୦ ଘଣ୍ଟା ଧରି ଚାଲିଥିବା ଖୋଜାଖୋଜି ପ୍ରକ୍ରିୟା ପରେ ଏହି ସଫଳତା ମିଳିଛି। ଉଦ୍ଧାର ହୋଇଥିବା ଯୁବକ ଦ୍ୱୟ ହେଲେ କାନସିଂହା ଗାଁର ରାଜ ମଲ୍ଲିକ ଏବଂ ଗଣେଶ ଦୁଦୁକା। ମିଳିଥିବା ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଦିନ ୯ ଜଣ ଯୁବକଙ୍କ ଏକ ଦଳ ଝାଞ୍ଜ ପାହାଡ଼ର ପାଦଦେଶରେ ଥିବା କୁଥିଖୋଲ ଅଭିମୁଖେ ଯାଇଥିଲେ। ପରବର୍ତ୍ତୀ ସମୟରେ ସେମାନେ ପାହାଡ଼ ଉପରକୁ ଚଢ଼ିଥିଲେ ଏବଂ ସେହି ସମୟରେ ରାଜ ଓ ଗଣେଶ ଦଳର ଅନ୍ୟମାନଙ୍କଠାରୁ ଅଲଗା ହୋଇ ରାସ୍ତା ଭୁଲିଯାଇଥିଲେ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

ଯୁବକମାନେ ନିଖୋଜ ହେବା ଖବର ପାଇବା ପରେ ମଙ୍ଗଳବାର ରାତିରୁ ହିଁ ବନ ବିଭାଗ, ସ୍ଥାନୀୟ ଗ୍ରାମବାସୀ ଏବଂ ସ୍ୱେଚ୍ଛାସେବୀଙ୍କ ପକ୍ଷରୁ ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ରାତି ତମାମ ଖୋଜାଖୋଜି ଜାରି ରହିଥିଲା ଏବଂ ଶେଷରେ ବୁଧବାର ଦିନ ଛତିଶଗଡ଼ ସୀମାନ୍ତ ଭାନୁଭଟା ଗାଁ ଅଞ୍ଚଳରୁ ଦୁଇ ଯୁବକଙ୍କୁ ସୁରକ୍ଷିତ ଭାବେ ଠାବ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ବର୍ତ୍ତମାନ ଉଭୟ ରାଜ ଏବଂ ଗଣେଶ ସୁରକ୍ଷିତ ଅଛନ୍ତି ଏବଂ ସେମାନଙ୍କୁ ଘରକୁ ଅଣାଯାଇଛି। ନିଜ ପିଲାମାନଙ୍କୁ ସୁରକ୍ଷିତ ଫେରି ପାଇବା ପରେ ସେମାନଙ୍କ ପରିବାର ଲୋକେ ବେଶ୍ ଆଶ୍ୱସ୍ତି ଲାଭ କରିଛନ୍ତି। ଏହି ଅକ୍ଳାନ୍ତ ପରିଶ୍ରମ ତଥା ସଫଳ ଉଦ୍ଧାର କାର୍ଯ୍ୟ ପାଇଁ ପରିବାର ବର୍ଗ ଉଦ୍ଧାରକାରୀ ଦଳ, ସ୍ଥାନୀୟ ପ୍ରଶାସନ ଏବଂ ବନ ବିଭାଗ ଅଧିକାରୀଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର