୨୦ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଝାଞ୍ଜ ପାହାଡ଼ରୁ ସୁରକ୍ଷିତ ଉଦ୍ଧାର ହେଲେ ୨ ନିଖୋଜ ଯୁବକ

Madhusudan Das Picture
Published On

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଘଞ୍ଚ ଝାଞ୍ଜ ପାହାଡ଼ରେ ନିଖୋଜ ଥିବା ଦୁଇ ଜଣ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପ୍ରାୟ ୨୦ ଘଣ୍ଟା ଧରି ଚାଲିଥିବା ଖୋଜାଖୋଜି ପ୍ରକ୍ରିୟା ପରେ ଏହି ସଫଳତା ମିଳିଛି। ଉଦ୍ଧାର ହୋଇଥିବା ଯୁବକ ଦ୍ୱୟ ହେଲେ କାନସିଂହା ଗାଁର ରାଜ ମଲ୍ଲିକ ଏବଂ ଗଣେଶ ଦୁଦୁକା। ମିଳିଥିବା ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଦିନ ୯ ଜଣ ଯୁବକଙ୍କ ଏକ ଦଳ ଝାଞ୍ଜ ପାହାଡ଼ର ପାଦଦେଶରେ ଥିବା କୁଥିଖୋଲ ଅଭିମୁଖେ ଯାଇଥିଲେ। ପରବର୍ତ୍ତୀ ସମୟରେ ସେମାନେ ପାହାଡ଼ ଉପରକୁ ଚଢ଼ିଥିଲେ ଏବଂ ସେହି ସମୟରେ ରାଜ ଓ ଗଣେଶ ଦଳର ଅନ୍ୟମାନଙ୍କଠାରୁ ଅଲଗା ହୋଇ ରାସ୍ତା ଭୁଲିଯାଇଥିଲେ।

ଆହୁରି ପଢ଼ନ୍ତୁ: ବିଜେପି ଶାସନରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଅସୁରକ୍ଷିତ, ମହିଳା ଓ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ: ବିଜେଡି

ଯୁବକମାନେ ନିଖୋଜ ହେବା ଖବର ପାଇବା ପରେ ମଙ୍ଗଳବାର ରାତିରୁ ହିଁ ବନ ବିଭାଗ, ସ୍ଥାନୀୟ ଗ୍ରାମବାସୀ ଏବଂ ସ୍ୱେଚ୍ଛାସେବୀଙ୍କ ପକ୍ଷରୁ ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ରାତି ତମାମ ଖୋଜାଖୋଜି ଜାରି ରହିଥିଲା ଏବଂ ଶେଷରେ ବୁଧବାର ଦିନ ଛତିଶଗଡ଼ ସୀମାନ୍ତ ଭାନୁଭଟା ଗାଁ ଅଞ୍ଚଳରୁ ଦୁଇ ଯୁବକଙ୍କୁ ସୁରକ୍ଷିତ ଭାବେ ଠାବ କରାଯାଇଥିଲା।

ଆହୁରି ପଢ଼ନ୍ତୁ: କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ; କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍‌ କଟକଣା ଜାରି

ବର୍ତ୍ତମାନ ଉଭୟ ରାଜ ଏବଂ ଗଣେଶ ସୁରକ୍ଷିତ ଅଛନ୍ତି ଏବଂ ସେମାନଙ୍କୁ ଘରକୁ ଅଣାଯାଇଛି। ନିଜ ପିଲାମାନଙ୍କୁ ସୁରକ୍ଷିତ ଫେରି ପାଇବା ପରେ ସେମାନଙ୍କ ପରିବାର ଲୋକେ ବେଶ୍ ଆଶ୍ୱସ୍ତି ଲାଭ କରିଛନ୍ତି। ଏହି ଅକ୍ଳାନ୍ତ ପରିଶ୍ରମ ତଥା ସଫଳ ଉଦ୍ଧାର କାର୍ଯ୍ୟ ପାଇଁ ପରିବାର ବର୍ଗ ଉଦ୍ଧାରକାରୀ ଦଳ, ସ୍ଥାନୀୟ ପ୍ରଶାସନ ଏବଂ ବନ ବିଭାଗ ଅଧିକାରୀଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ନବୀନଙ୍କ ଅନୁମୋଦନ: ନଭେମ୍ବର ୩୦ ଯାଏଁ ବଢ଼ିଲା ବିଜେଡିର ଜନ ସମ୍ପର୍କ ପଦଯାତ୍ରା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର