ତାଳଚୁଆ ସାମୁଦ୍ରିକ ଥାନାରେ ମା’ପୁଅଙ୍କୁ ଥାର୍ଡ ଡିଗ୍ରୀ ଘଟଣା: ଆଗୁଆ ଜାମିନ ଆବେଦନ କଲେ ନିଲମ୍ବିତ IIC

Madhusudan Das Picture
Published On

କେନ୍ଦ୍ରାପଡ଼ା: ତାଳଚୁଆଥାନା ସାମୁଦ୍ରିକ ଥାନାରେ ମା’ପୁଅଙ୍କୁ ଥାର୍ଡ ଡିଗ୍ରୀ ଘଟଣାରେ ଆଗୁଆ ଜାମିନ ଆବେଦନ କଲେ ନିଲମ୍ବିତ IIC  । କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆ ସାମୁଦ୍ରିକ ଥାନା ହାଜତରେ ମା’ପୁଅଙ୍କୁ ବର୍ବରୋଚିତ ନିର୍ଯାତନା ଦେବା ଦେବା ମାମଲାରେ ନିଲମ୍ବିତ IIC ସନ୍ଧ୍ୟାରାଣୀ ଜେନା ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗିରଫଦାରୀ ଏଡ଼ାଇବା ପାଇଁ ସେ ଗତ ଜୁନ ୨୯ ତାରିଖରେ ହାଇକୋର୍ଟରେ ଏକ ଆଗୁଆ ଜାମିନ ଆବେଦନ କରିଛନ୍ତି। 

ଆହୁରି ପଢ଼ନ୍ତୁ: ପୋଲ ଉପରେ ସ୍କୁଟି ରଖି ଦେବୀ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଗତ ମେ ୨୫ ତାରିଖରେ ଗିରିଆପାହି ଗାଁର ଅନ୍ନପୂର୍ଣ୍ଣା ମଣ୍ଡଳ (୫୮) ଓ ତାଙ୍କ ପୁଅ ଅନନ୍ତ କୁମାର ମଣ୍ଡଳ ଏକ ପାରିବାରିକ ବିବାଦ ସମ୍ପର୍କରେ ଅଭିଯୋଗ କରିବାକୁ ଥାନାକୁ ଯାଇଥିଲେ। ସେଠାରେ ଉଭୟଙ୍କୁ ବେଆଇନ ଭାବେ ଅଟକ ରଖାଯିବା ସହ ତୃତୀୟ ଶ୍ରେଣୀ (ଥାର୍ଡ ଡିଗ୍ରୀ) ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଅନ୍ନପୂର୍ଣ୍ଣାଙ୍କ ଅଭିଯୋଗ ଅନୁଯାୟୀ, ଆଇଆଇସି ସନ୍ଧ୍ୟାରାଣୀ ଜେନା ତାଙ୍କ କେଶ ଧରି ଘୋଷାଡ଼ିବା ସହ ଚାପୁଡ଼ା ମାରିଥିଲେ ଏବଂ ତାଙ୍କ ମୁଣ୍ଡରୁ ସିନ୍ଦୂର ଲିଭାଇ ଦେଇଥିଲେ। ସେହିପରି ପୁଅ ଅନନ୍ତଙ୍କୁ ଶୌଚାଳୟ ଭିତରେ ମାଡ଼ ମରାଯିବା ସହ ତାଙ୍କ ତଣ୍ଟି ଚିପି ଧରାଯାଇଥିଲା। ଏହାବ୍ୟତୀତ ସେମାନଙ୍କୁ ସାଦା କାଗଜରେ ଦସ୍ତଖତ କରିବାକୁ ବାଧ୍ୟ କରାଯାଇଥିଲା। ୫ ଘଣ୍ଟାରୁ ଅଧିକ ସମୟ ଅଟକ ରଖିବା ପରେ ପୋଲିସ ସେମାନଙ୍କୁ ଛାଡ଼ିଥିଲା।

ଆହୁରି ପଢ଼ନ୍ତୁ: ନେପାଳ ବନ୍ୟାରୁ ସୁରକ୍ଷିତ ଘରକୁ ଫେରିଲେ ବାରିପଦାର ଝିଅ କୁଲସୁମ୍ ନିଗାର୍, ବଖାଣିଲେ ପ୍ରଳୟଙ୍କରୀ ବନ୍ୟାର ଲୋମଟାଙ୍କୁରା ଅନୁଭୂତି

ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (CHC)ରେ ହୋଇଥିବା ଡାକ୍ତରୀ ମାଇନାରୁ ଅନ୍ନପୂର୍ଣ୍ଣାଙ୍କ ହାତ ଏବଂ ଅନନ୍ତଙ୍କ ବେକ, ଗୋଡ଼ ଓ ପିଠିରେ ଏକାଧିକ କ୍ଷତ ଚିହ୍ନ ଥିବା ସ୍ପଷ୍ଟ ହୋଇଥିଲା। ଏହି ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ପରେ ଓଡ଼ିଶା ପୋଲିସ ପକ୍ଷରୁ ସନ୍ଧ୍ୟାରାଣୀଙ୍କୁ ତୁରନ୍ତ ନିଲମ୍ବନ କରାଯାଇଥିଲା। ତାଙ୍କ ନାମରେ ଭାରତୀୟ ନ୍ୟାୟ ସଂହିତା (BNS)ର ବିଭିନ୍ନ ଦଫା ଅଧୀନରେ ତାଳଚୁଆ ସାମୁଦ୍ରିକ ଥାନାରେ ଏକ ଅପରାଧିକ ମାମଲା ରୁଜୁ ହୋଇଛି। ଏତେ ସଙ୍ଗିନ ଅଭିଯୋଗ ଓ ମାମଲା ରୁଜୁ ହେବା ସତ୍ତ୍ୱେ ଅଭିଯୁକ୍ତ ଆଇଆଇସିଙ୍କୁ କାହିଁକି ଏଯାଏଁ ଗିରଫ କରାଯାଇ ନାହିଁ, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର