ମନୋରଞ୍ଜନ

ଆମେରିକାରେ ଶାହରୁଖ୍ ଖାନଙ୍କ ନୂଆ କ୍ରିକେଟ୍ ଷ୍ଟାଡିୟମ୍: ଉଦ୍‌ଘାଟନୀ ଭିଡିଓରେ ନଜର ଆସିଲେ ପାକିସ୍ତାନୀ ବଂଶୋଦ୍ଭବ ଖେଳାଳି
ରିଆଲିଟି ସୋ 'ଦି ଆଲାଏନ୍ସ'ରେ ସୋହେଲ୍ ଖାନ୍‌ଙ୍କ ୱାଇଲ୍ଡ କାର୍ଡ ଏଣ୍ଟ୍ରି: ସଲମାନଙ୍କ ରିଆକ୍ସନ ବିଷୟରେ କହିଲେ ଅଭିନେତା
'କାଲା ହିରଣ' ବିବାଦ: ସେନ୍ସର ବୋର୍ଡକୁ ଯାଇନାହିଁ ଫିଲ୍ମ, ସଲମାନ ଖାନଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ସ୍ଥଗିତ
'ଟକ୍ସିକ୍'ର ନୂଆ ଟିଜର ରିଲିଜ୍: ଆକ୍ସନ୍ ବଦଳରେ ବୋଲ୍ଡ ସିନ୍ ଦେଖି ତାଜୁବ୍ ଫ୍ୟାନ୍ସ, ୟଶ୍ ଏବଂ କିଆରାଙ୍କ ରୋମାନ୍ସକୁ ନେଇ ଟ୍ରୋଲ୍ ହେଲେ ମେକର୍ସ
ବିବାହ ପୂର୍ବରୁ ଲିଭ୍-ଇନ୍‌ରେ ରହିବାକୁ ପରାମର୍ଶ ଦେଲେ ଭେଟେରାନ୍ ଅଭିନେତ୍ରୀ ଜୀନତ ଅମାନ, କହିଲେ '୧୫ ବର୍ଷ ଦୁଃଖରେ ରହିବା ଅପେକ୍ଷା ୫ ବର୍ଷ ଖୁସି ଭଲ'

ରାଜ୍ୟରେ SIR ପ୍ରକ୍ରିୟାରେ ବାଦ ପଡ଼ିପାରନ୍ତି ପ୍ରାୟ ୨୦ ଲକ୍ଷ ଭୋଟର !

୫ରେ ପ୍ରକାଶ ପାଇବ ଚିଠା ଭୋଟର ତାଲିକା

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ(ଏସଆଇଆର) ପ୍ରକ୍ରିୟାରେ ବାଦ ପଡ଼ିପାରନ୍ତି ପ୍ରାୟ ୨୦ ଲକ୍ଷ ଭୋଟର । ଭୋଟରଙ୍କୁ ବଣ୍ଟାଯାଇଥିବା ପରିଗଣନା ଫର୍ମ ମଧ୍ୟରୁ ମୋଟ ୨୦ ଲକ୍ଷ ୨୦ ହଜାର ୧୫୦ଟି ଫର୍ମ ସଂଗୃହୀତ ହୋଇ ନ ଥିବା କୁହାଯାଉଥିବାରୁ ଭୋଟର ତାଲିକାରୁ ଏମାନେ ବାଦ ପଡ଼ିବା ଆପାତତଃ ଚୂଡ଼ାନ୍ତ ବୋଲି ମନେ କରାଯାଉଛି । ମୃତ୍ୟୁ, ସ୍ଥାନାନ୍ତରଣ, ସ୍ଥାୟୀ ଅନୁପସ୍ଥିତି ଓ ଅନ୍ୟାନ୍ୟ କାରଣରୁ ଏହି ପରିଗଣନା ଫର୍ମ ମିଳି ନଥିବା ଓ ଭୋଟର ତାଲିକାରେ ଥିବା ଏହି ନାମଗୁଡ଼ିକର ଡ଼ିଜିଟାଇଜେସନ ହୋଇ ନ ଥିବା କୁହାଯାଉଛି। 

ଆହୁରି ପଢ଼ନ୍ତୁ: ଆରମ୍ଭ ହେଲା ଶ୍ରୀଜିଉଙ୍କ ଦିବ୍ୟ ସ୍ନାନ, ୧୦୮ ଗରା ସୁବାସିତ ଜଳରେ ସ୍ନାନ କରୁଛନ୍ତି ମହାବାହୁ

ରାଜ୍ୟରେ ଏସଆଇଆର ପୂର୍ବରୁ ରାଜ୍ୟରେ ଭୋଟର ସଂଖ୍ୟା ଥିଲା  ୩ କୋଟି ୩୩ ଲକ୍ଷ ୯୯ ହଜାର ୫୯୧ । ଗତ ମେ ମାସ ୩୦ ତାରିଖରେ ରାଜ୍ୟରେ ଏସଆଇଆର ଅଭିଯାନ ଆରମ୍ଭ ହୋଇଥିଲା। ଏହି ଅଭିଯାନରେ ରାଜ୍ୟରେ ୩ କୋଟି ୩୩ ଲକ୍ଷ ୭୭ ହଜାର ୯୪୨ ଜଣଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଥିଲା। ଯାହା ମୋଟ ଭୋଟରଙ୍କର ୯୯.୯୪ ପ୍ରତିଶତ ଥିଲା। ଆଜି ଶେଷଦିନ ସୁଦ୍ଧା  ୩ କୋଟି ୧୩ ଲକ୍ଷ ୭୯ ହଜାର ୪୨୭ ଜଣ ଭୋଟରଙ୍କର ତଥ୍ୟ ଡିଜିଟାଇଜେସନ ହୋଇଛି। ତେବେ ବଳକା ୨୦ ଲକ୍ଷ ୨୦ ହଜାର ୧୫୦ ଭୋଟର ଡ଼ିଜିଟାଇଜେସନରୁ ବଞ୍ଚିତ ହୋଇଥିବା କୁହାଯାଉଛି। ତେଣୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆସନ୍ତା ୫ ତାରିଖରେ ପ୍ରକାଶ ପାଇବାକୁ ଥିବା ଚିଠା ଭୋଟର ତାଲିକା ଉପରେ ସମସ୍ତଙ୍କର ନଜର ରହିଛି । ଯଦିଓ ଚିଠା ଭୋଟର ତାଲିକା ପ୍ରକାଶ ପରେ ଆପତ୍ତି ଅଭିଯୋଗ କରିବାକୁ ମଧ୍ୟ ସୁଯୋଗ ଦିଆଯାଇଛି, ତଥାପି ଏହା ଅନେକଙ୍କ ମନରେ ଭିନ୍ନଭିନ୍ନ ଶଙ୍କା ସୃଷ୍ଟି କରିଛି। ସୂଚନାନୁସାରେ  ଚିଠା ଭୋଟର ତାଲିକାକୁ ନେଇ କୌଣସି ପ୍ରକାରର ଆପତ୍ତି କିମ୍ୱା ଅଭିଯୋଗ ଥିଲେ, ଆସନ୍ତା ଜୁଲାଇ ୫ ତାରିଖରୁ ଅଗଷ୍ଟ ୪ ତାରିଖ ମଧ୍ୟରେ ଆପତ୍ତି ଦାଖଲ କରାଯାଇପାରିବ। ଜୁଲାଇ ୫ ତାରିଖ ପରେ ଯଦି ଚିଠା ଭୋଟର ତାଲିକାରେ କୌଣସି ତ୍ରୁଟି ପରିଲକ୍ଷିତ ହୁଏ,ଫର୍ମ-୬ ମାଧ୍ୟମରେ ନୂତନ ନାମ ଯୋଡ଼ିପାରିବେ। ଫର୍ମ-୭ ଦେଇ ଭୋଟର ତାଲିକାରୁ ନାମ ବାଦ୍‌ ଓ ଫର୍ମ-୮ ମାଧ୍ୟମରେ ଯେକୌଣସି ପ୍ରକାରର ସଂଶୋଧନ କରିପାରିବାର ବ୍ୟବସ୍ଥା ରହିଛି । 

ଆହୁରି ପଢ଼ନ୍ତୁ: ତାଳଚୁଆ ସାମୁଦ୍ରିକ ଥାନାରେ ମା’ପୁଅଙ୍କୁ ଥାର୍ଡ ଡିଗ୍ରୀ ଘଟଣା: ଆଗୁଆ ଜାମିନ ଆବେଦନ କଲେ ନିଲମ୍ବିତ IIC

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏସଆଇଆର ପ୍ରକ୍ରିୟାକୁ ନେଇ ବିଭିନ୍ନ ରାଜ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ବହୁ ଭୋଟରଙ୍କ ନାମ ତାଲିକାରୁ କଟିଯାଇଥିବା ନେଇ ସଂପୃକ୍ତ ରାଜ୍ୟମାନଙ୍କରେ ଅଭିଯୋଗ ହୋଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଏକ ସମ୍ପୂର୍ଣ୍ଣ, ସଠିକ୍‌ ଏବଂ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ନିର୍ବାଚନ କମିଶନ ଗୁରତ୍ୱାରୋପ କରି ଆସୁଛନ୍ତି। ତେବେ ଚିଠା ଭୋଟର ତାଲିକା ପ୍ରକାଶ ପାଇବା ପରେ ଏସ୍‌ଆଇଆର୍‌ରେ କେତେ ଭୋଟର ବାଦ ପଡ଼ିଛନ୍ତି ତାହା ସ୍ପଷ୍ଟ ହେବ ବୋଲି କୁହାଯାଉଛି ।

ଆହୁରି ପଢ଼ନ୍ତୁ: ଆନ୍ତରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ରିମାଣ୍ଡରେ ନେବାକୁ STF କାର୍ଯ୍ୟାଳୟରେ ଛତିଶଗଡ଼ ପୋଲିସ

29 Jun 2026 By Madhusudan Das

ରାଜ୍ୟରେ SIR ପ୍ରକ୍ରିୟାରେ ବାଦ ପଡ଼ିପାରନ୍ତି ପ୍ରାୟ ୨୦ ଲକ୍ଷ ଭୋଟର !

୫ରେ ପ୍ରକାଶ ପାଇବ ଚିଠା ଭୋଟର ତାଲିକା

ଭୁବନେଶ୍ୱର: ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ(ଏସଆଇଆର) ପ୍ରକ୍ରିୟାରେ ବାଦ ପଡ଼ିପାରନ୍ତି ପ୍ରାୟ ୨୦ ଲକ୍ଷ ଭୋଟର । ଭୋଟରଙ୍କୁ ବଣ୍ଟାଯାଇଥିବା ପରିଗଣନା ଫର୍ମ ମଧ୍ୟରୁ ମୋଟ ୨୦ ଲକ୍ଷ ୨୦ ହଜାର ୧୫୦ଟି ଫର୍ମ ସଂଗୃହୀତ ହୋଇ ନ ଥିବା କୁହାଯାଉଥିବାରୁ ଭୋଟର ତାଲିକାରୁ ଏମାନେ ବାଦ ପଡ଼ିବା ଆପାତତଃ ଚୂଡ଼ାନ୍ତ ବୋଲି ମନେ କରାଯାଉଛି । ମୃତ୍ୟୁ, ସ୍ଥାନାନ୍ତରଣ, ସ୍ଥାୟୀ ଅନୁପସ୍ଥିତି ଓ ଅନ୍ୟାନ୍ୟ କାରଣରୁ ଏହି ପରିଗଣନା ଫର୍ମ ମିଳି ନଥିବା ଓ ଭୋଟର ତାଲିକାରେ ଥିବା ଏହି ନାମଗୁଡ଼ିକର ଡ଼ିଜିଟାଇଜେସନ ହୋଇ ନ ଥିବା କୁହାଯାଉଛି। 

ରାଜ୍ୟରେ ଏସଆଇଆର ପୂର୍ବରୁ ରାଜ୍ୟରେ ଭୋଟର ସଂଖ୍ୟା ଥିଲା  ୩ କୋଟି ୩୩ ଲକ୍ଷ ୯୯ ହଜାର ୫୯୧ । ଗତ ମେ ମାସ ୩୦ ତାରିଖରେ ରାଜ୍ୟରେ ଏସଆଇଆର ଅଭିଯାନ ଆରମ୍ଭ ହୋଇଥିଲା। ଏହି ଅଭିଯାନରେ ରାଜ୍ୟରେ ୩ କୋଟି ୩୩ ଲକ୍ଷ ୭୭ ହଜାର ୯୪୨ ଜଣଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଥିଲା। ଯାହା ମୋଟ ଭୋଟରଙ୍କର ୯୯.୯୪ ପ୍ରତିଶତ ଥିଲା। ଆଜି ଶେଷଦିନ ସୁଦ୍ଧା  ୩ କୋଟି ୧୩ ଲକ୍ଷ ୭୯ ହଜାର ୪୨୭ ଜଣ ଭୋଟରଙ୍କର ତଥ୍ୟ ଡିଜିଟାଇଜେସନ ହୋଇଛି। ତେବେ ବଳକା ୨୦ ଲକ୍ଷ ୨୦ ହଜାର ୧୫୦ ଭୋଟର ଡ଼ିଜିଟାଇଜେସନରୁ ବଞ୍ଚିତ ହୋଇଥିବା କୁହାଯାଉଛି। ତେଣୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆସନ୍ତା ୫ ତାରିଖରେ ପ୍ରକାଶ ପାଇବାକୁ ଥିବା ଚିଠା ଭୋଟର ତାଲିକା ଉପରେ ସମସ୍ତଙ୍କର ନଜର ରହିଛି । ଯଦିଓ ଚିଠା ଭୋଟର ତାଲିକା ପ୍ରକାଶ ପରେ ଆପତ୍ତି ଅଭିଯୋଗ କରିବାକୁ ମଧ୍ୟ ସୁଯୋଗ ଦିଆଯାଇଛି, ତଥାପି ଏହା ଅନେକଙ୍କ ମନରେ ଭିନ୍ନଭିନ୍ନ ଶଙ୍କା ସୃଷ୍ଟି କରିଛି। ସୂଚନାନୁସାରେ  ଚିଠା ଭୋଟର ତାଲିକାକୁ ନେଇ କୌଣସି ପ୍ରକାରର ଆପତ୍ତି କିମ୍ୱା ଅଭିଯୋଗ ଥିଲେ, ଆସନ୍ତା ଜୁଲାଇ ୫ ତାରିଖରୁ ଅଗଷ୍ଟ ୪ ତାରିଖ ମଧ୍ୟରେ ଆପତ୍ତି ଦାଖଲ କରାଯାଇପାରିବ। ଜୁଲାଇ ୫ ତାରିଖ ପରେ ଯଦି ଚିଠା ଭୋଟର ତାଲିକାରେ କୌଣସି ତ୍ରୁଟି ପରିଲକ୍ଷିତ ହୁଏ,ଫର୍ମ-୬ ମାଧ୍ୟମରେ ନୂତନ ନାମ ଯୋଡ଼ିପାରିବେ। ଫର୍ମ-୭ ଦେଇ ଭୋଟର ତାଲିକାରୁ ନାମ ବାଦ୍‌ ଓ ଫର୍ମ-୮ ମାଧ୍ୟମରେ ଯେକୌଣସି ପ୍ରକାରର ସଂଶୋଧନ କରିପାରିବାର ବ୍ୟବସ୍ଥା ରହିଛି । 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏସଆଇଆର ପ୍ରକ୍ରିୟାକୁ ନେଇ ବିଭିନ୍ନ ରାଜ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ବହୁ ଭୋଟରଙ୍କ ନାମ ତାଲିକାରୁ କଟିଯାଇଥିବା ନେଇ ସଂପୃକ୍ତ ରାଜ୍ୟମାନଙ୍କରେ ଅଭିଯୋଗ ହୋଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଏକ ସମ୍ପୂର୍ଣ୍ଣ, ସଠିକ୍‌ ଏବଂ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ନିର୍ବାଚନ କମିଶନ ଗୁରତ୍ୱାରୋପ କରି ଆସୁଛନ୍ତି। ତେବେ ଚିଠା ଭୋଟର ତାଲିକା ପ୍ରକାଶ ପାଇବା ପରେ ଏସ୍‌ଆଇଆର୍‌ରେ କେତେ ଭୋଟର ବାଦ ପଡ଼ିଛନ୍ତି ତାହା ସ୍ପଷ୍ଟ ହେବ ବୋଲି କୁହାଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର