ଚନ୍ଦ୍ରିକା ମୃତ୍ୟୁ ମାମଲା: ଅଭିଯୁକ୍ତ ପ୍ରେମିକ ଭୀମସେନ ଟୁଡୁଙ୍କ ଜାମିନ ଆବେଦନ ଖାରଜ

Madhusudan Das Picture
Published On

କଟକ: ଚନ୍ଦ୍ରିକା ମୃତ୍ୟୁ ମାମଲାରେ ଅଭିଯୁକ୍ତ ଭୀମସେନ ଟୁଡୁଙ୍କ ଜାମିନ ଆବେଦନ ଖାରଜ । ଜାମିନ ଆବେଦନ ଖାରଜ କଲେ କଟକର ସ୍ବତନ୍ତ୍ର ଏଡିଜେ କୋର୍ଟ । କଟକର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଅଭିଯୁକ୍ତ ତଥା ତାଙ୍କ ବୟଫ୍ରେଣ୍ଡ ଭୀମସେନ ଟୁଡୁଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ସମାଜ ଉପରେ ଏହି ଘଟଣାର ଗମ୍ଭୀର ପ୍ରଭାବ ଏବଂ ଅଭିଯୁକ୍ତଙ୍କ ବିରୋଧରେ ଥିବା ସଙ୍ଗିନ ଅଭିଯୋଗକୁ ଦୃଷ୍ଟିରେ ରଖି କୋର୍ଟ ଏହି ରାୟ ଶୁଣାଇଛନ୍ତି।

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍କଳ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା: ବୋମାମାଡ଼ ଆତଙ୍କ ପରେ କ୍ୟାମ୍ପସରେ ପୋଲିସ ଛାଉଣି

ସୂଚନାଯୋଗ୍ୟ ଯେ, ବାଲେଶ୍ୱର ସ୍ଥିତ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲର ତୃତୀୟ ବର୍ଷର ଛାତ୍ରୀ ଥିଲେ ଚନ୍ଦ୍ରିକା। ଗତ ଜୁନ ୪ ତାରିଖରେ ବାରଙ୍ଗ ଥାନା ଅନ୍ତର୍ଗତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁ ନିକଟ କାଠଯୋଡ଼ି ନଦୀ ପଠାରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ବାରଙ୍ଗ ପୋଲିସ ମାମଲା ରୁଜୁ କରିବା ସହ ତାଙ୍କ ପ୍ରେମିକ ଭୀମସେନ ଟୁଡୁଙ୍କୁ ଗିରଫ କରିଥିଲା।

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜ୍ୟର ବିଭିନ୍ନ କଲେଜ କ୍ୟାମ୍ପସ୍‌ ଅଶାନ୍ତ: କେଉଁଠି ବୋମାମାଡ଼ ତ ଆଉ କେଉଁଠି ପ୍ରାର୍ଥୀଙ୍କୁ ଆକ୍ରମଣ

ପୋଲିସ ତଦନ୍ତରୁ ଜଣାପଡିଛି ଯେ, ଉଭୟ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କରେ ଥିଲେ। ମାତ୍ର ଭୀମସେନ ବାରମ୍ବାର ଚନ୍ଦ୍ରିକାଙ୍କୁ ତାଙ୍କ ଜାତି ଏବଂ ପେସାକୁ ନେଇ ମାନସିକ ନିର୍ଯାତନା ଦେଉଥିଲେ। ପରେ ଅନ୍ୟ ଜଣେ ଯୁବତୀଙ୍କ ସହ ଭୀମସେନଙ୍କର ସମ୍ପର୍କ ଗଢ଼ି ଉଠିବା ଫଳରେ ପରିସ୍ଥିତି ଆହୁରି ଖରାପ ହୋଇଥିଲା, ଯାହା ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିଥିଲା। ଚନ୍ଦ୍ରିକାଙ୍କ ଆତ୍ମହତ୍ୟା ପଛରେ ଏହା ମୁଖ୍ୟ କାରଣ ବୋଲି ସନ୍ଦେହ କରାଯାଉଥିବା ବେଳେ ଟୁଡୁଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ବିବେଚନା କରାଯାଉଛି।

ଆହୁରି ପଢ଼ନ୍ତୁ: ଡିଜିଟାଲ୍‌ ଯୁଗରେ ଅଲୋଡ଼ା ହେଉଛି ପୁରୁଣା ବହି, ଅନଲାଇନ ସାଜୁଛି ବାଧକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର