ଆନ୍ତରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ରିମାଣ୍ଡରେ ନେବାକୁ STF କାର୍ଯ୍ୟାଳୟରେ ଛତିଶଗଡ଼ ପୋଲିସ

Madhusudan Das Picture
Published On

ଭୁବନେଶ୍ୱର: ଆନ୍ତରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ରିମାଣ୍ଡରେ ନେବ ଛତିଶଗଡ଼ ପୋଲିସ । ନିଶା ମାଫିଆଙ୍କୁ ପଚରାଉଚରା ପରେ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିବ ଛତିଶଗଡ଼ ପୋଲିସ। ଦୁର୍ବାସା ସାହୁ,ଅରୁଣ ରଣା,ସୁବୁଦ୍ଧି ସାହୁ,ପ୍ରକାଶ ଖଟୁଆଙ୍କୁ ରିମାଣ୍ଡରେ ନେବାକୁ ଆସି STF କାର୍ଯ୍ୟାଳୟରେ ପହଞ୍ଚିଛି ଛତିଶଗଡ଼ ପୋଲିସ । ଓଡିଶାରୁ ୟୁପିକୁ କନ୍ଧମାଳ ଗଞ୍ଜେଇ ଚାଲାଣ ବେଳେ ପୂର୍ବରୁ ସେମାନଙ୍କ ଠାରୁ ପାଖାପାଖି ୩୦ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ଆଜି ଦିନକ ପାଇଁ STF ସେମାନଙ୍କୁ ରିମାଣ୍ଡରେ ଆଣିବା ପରେ ଚାଲିଛି ଅଧିକ ଛାନଭିନ । 

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଏହି ଅଭିଯୁକ୍ତମାନେ ପୂର୍ବରୁ ୩ହଜାର କିଲୋ ଗଞ୍ଜେଇ ଓଡିଶାରୁ ୟୁପି ଚାଲାଣ ବେଳେ, ଛତିଶଗଡ଼ ପୁଲିସ ଧରିଥିଲା । ହେଲେ ଅଭିଯୁକ୍ତ ମାନେ ଛତିଶଗଡ଼ ପୁଲିସକୁ ମାଡ଼ ମାରି ଫେରାର ହୋଇଯାଇଥିଲେ । ସେମାନଙ୍କୁ ଓଡ଼ିଶା STF ଗିରଫ କରିଥିବା ବେଳେ,ରିମାଣ୍ଡରେ ନେବାକୁ ପ୍ରକ୍ରିୟା ଆରମ୍ଭ କରାଯାଇଛି । 

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର