କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ, ଆସନ୍ତା ୪ ତାରିଖରେ ବରଗଡ଼ ଆସିବାର ଥିଲା

Madhusudan Das Picture
Published On

ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରସ୍ତାବିତ ଓଡ଼ିଶା ଗସ୍ତ ବାତିଲ ହୋଇଛି। ଆସନ୍ତା ୪ ତାରିଖରେ ବରଗଡ଼ ଆସିବାର କାର୍ଯ୍ୟକ୍ରମ ରହିଥିଲା। ଗସ୍ତ ବାତିଲ ହୋଇଥିବା ନେଇ ବିଜେପି ରାଜ୍ୟ ସଭାପତିଙ୍କ ସୂଚନା । ତେବେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତ ବାତିଲ କ'ଣ ପାଇଁ ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।  କେବଳ ଗସ୍ତ ବାତିଲ ନେଇ ସୂଚନା ଦିଆଯାଇଛି । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସମ୍ବଲପୁର, ବରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାରେ ହେବାକୁ ଥିବା ତାଙ୍କର ସମସ୍ତ କାର୍ଯ୍ୟକ୍ରମକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। 

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଶ୍ରୀ ଶାହ ଜୁଲାଇ ୪ ଏବଂ ୫ ତାରିଖରେ ବରଗଡ଼ ଓ ସମ୍ବଲପୁରଠାରେ ଦୁଇଟି ବିଶାଳ ସାଧାରଣ ସଭାକୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ଥିଲା। ଏହା ବ୍ୟତୀତ ପଶ୍ଚିମ ଓଡ଼ିଶାର ଏହି ପ୍ରମୁଖ ଜିଲ୍ଲାଗୁଡ଼ିକରେ ଦଳର ସାଙ୍ଗଠନିକ ସ୍ଥିତିକୁ ମଜବୁତ କରିବା ସହ ଜନସମ୍ପର୍କ ଅଭିଯାନରେ ସାମିଲ ହେବାର ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଥିଲା। 

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର