ରଥଯାତ୍ରା ନୀତିକାନ୍ତି ପାଇଁ ପୁରୀ ଶ୍ରୀମନ୍ଦିରରେ ପହଞ୍ଚିଲା ୩୮୦ କେଜି ‘ବାସୁଙ୍ଗା ପାଟ’

Madhusudan Das Picture
Published On

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଖେଇ ଆସୁଥିବା ବେଳେ ଶ୍ରୀକ୍ଷେତ୍ରରେ ପ୍ରସ୍ତୁତି ଜୋରଦାର ଚାଲିଛି। ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ ଶ୍ରୀମନ୍ଦିରରେ ୩୮୦ କିଲୋଗ୍ରାମ ପବିତ୍ର ବାସୁଙ୍ଗା ପାଟ ସୁତା ପହଞ୍ଚିଛି । ମହାପ୍ରଭୁଙ୍କର ବିଭିନ୍ନ ପାରମ୍ପରିକ ଏବଂ ଗୁପ୍ତ ନୀତିରେ ଏହି ସୂତା ବ୍ୟବହାର କରାଯିବ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଲଗାଣ ବର୍ଷା ଜାରି: ଆଜି ଅତି ପ୍ରବଳ ବର୍ଷା ହେବା ନେଇ ଆଶଙ୍କା

ଭୁବନେଶ୍ୱରସ୍ଥିତ ସହିଦ ନଗରରେ ଥିବା ଓଡ଼ିଶା ରାଜ୍ୟ ସମବାୟ ଟସର ଏବଂ ରେଶମ ଫେଡେରେସନ୍ (ସେରିଫେଡ୍) କାର୍ଯ୍ୟାଳୟ ପରିସରରୁ ଏହି ବାସୁଙ୍ଗା ପାଟ ସୂତାକୁ ପୁରୀକୁ ପଠାଯାଇଛି। ଓଡ଼ିଶାର ହସ୍ତତନ୍ତ, ବୟନଶିଳ୍ପ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଏହାର ଶୁଭାରମ୍ଭ କରିଥିଲେ। ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯିବା ପୂର୍ବରୁ ଏହି ପାଟ ସୂତାକୁ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ପବିତ୍ର ନୀତି, ବିଶେଷ କରି 'ଗୁପ୍ତ ନୀତି' ପାଇଁ ବାସୁଙ୍ଗା ପାଟ ସୂତାର ଏକ ସ୍ୱତନ୍ତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ସୂତାରୁ ଶ୍ରୀଜିଉଙ୍କ ପାଇଁ 'ବିଜୟ ଡୋରି', 'ପଇତା', 'ରକ୍ଷୀ' ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ପବିତ୍ର ସାମଗ୍ରୀ ପ୍ରସ୍ତୁତ କରାଯାଇଥାଏ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର