ଚାକିରି ଅପେକ୍ଷାରେ ମେଧାବୀ, ଅବସରପ୍ରାପ୍ତଙ୍କୁ ପୁନଃ ନିଯୁକ୍ତି; ସରକାରଙ୍କୁ ଘେରିଲା ଛାତ୍ର ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ଦୀର୍ଘ ୨ ବର୍ଷ ହେଲା ଏସ୍‌ଏସ୍‌ବି ଅଧ୍ୟାପକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ପୂର୍ବରୁ ନିଯୁକ୍ତି ଯୋଗ୍ୟତା ନେଇ ହାଇକୋର୍ଟରେ ମାମଲା ଥିବାବେଳେ ସରକାର ନିଜର ପକ୍ଷ ରଖୁନାହାନ୍ତି। ଫଳରେ ପ୍ରାୟ ୫୦ ହଜାର ଉଚ୍ଚଶିକ୍ଷିତ ଆଶାୟୀ ହତାଶ ହୋଇପଡ଼ିଥିବା ଅଭିଯୋଗ କରି ବିଜୁ ଜନତା ଦଳ ସରକାରଙ୍କ ଉପରେ ବର୍ଷିଛି। 

ଆହୁରି ପଢ଼ନ୍ତୁ: ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ଶଙ୍ଖ ଭବନରେ ଅନୁଷ୍ଠିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ ଓ କାର୍ଯ୍ୟକାରୀ ସଭାପତି ପ୍ରଦୋଷ ପରିଡ଼ା କହିଛନ୍ତି ଯେ ୨୦୨୨ ମସିହାରେ ନିଯୁକ୍ତି ନେଇ ହାଇକୋର୍ଟରେ ମାମଲା ହୋଇଥିବା ସତ୍ତ୍ୱେ ତତ୍କାଳୀନ ବିଜେଡି ସରକାର ହସ୍ତକ୍ଷେପ କରି ୧୦୬୫ ଅଧ୍ୟାପକଙ୍କୁ ନିଯୁକ୍ତି ଦେଇଥିଲେ। ୨୦୨୪ ମାର୍ଚ୍ଚରେ ପୁନର୍ବାର ଅଧ୍ୟାପକ ନିଯୁକ୍ତି ପାଇଁ ବିଜେଡି ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲା। ଜୁନ୍‌ରେ ସରକାର ପରିବର୍ତ୍ତନ ହେଲା ଓ ପୂର୍ବଭଳି କିଛି ଆଶାୟୀ ହାଇକୋର୍ଟରେ ମାମଲା ରୁଜୁ କଲେ। ମାତ୍ର ଏ କ୍ଷେତ୍ରରେ ଦୀର୍ଘ ୨ ବର୍ଷ ହେଲା ବିଜେପି ସରକାର ତତ୍ପରତା ଦେଖାଉ ନାହାନ୍ତି। ତାରିଖ ପରେ ତାରିଖ ଗଡ଼ୁଥିଲେ ମଧ୍ୟ ସରକାରୀ ଓକିଲ ପକ୍ଷ ରଖୁନାହାନ୍ତି। ଆଶାୟୀମାନେ ବାରମ୍ୱାର ଉଚ୍ଚଶିକ୍ଷା ମନ୍ତ୍ରୀ, ଆଇନ ମନ୍ତ୍ରୀ, ଉଚ୍ଚଶିକ୍ଷା ବିଭାଗ ସଚିବ, ମୁଖ୍ୟ ଶାସନ ସଚିବ ଓ ଆଡଭୋକେଟ୍‌ ଜେନେରାଲଙ୍କୁ ଭେଟିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ସେହି କେସ୍‌ର ଶୁଣାଣି ପାଇଁ ଆସନ୍ତା ୩୦ ତାରିଖକୁ ହାଇକୋର୍ଟ ଧାର୍ଯ୍ୟ କରିଛନ୍ତି। ସେହି ଶୁଣାଣିରେ ସରକାରୀ ଓକିଲ ଅଂଶଗ୍ରହଣ କରି ୫୦ ହଜାର ଆଶାୟୀଙ୍କୁ ସରକାର ନ୍ୟାୟ ପ୍ରଦାନ କରନ୍ତୁ ବୋଲି ବିସିଜେଡି ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସାହୁ ଦାବି କରିଛନ୍ତି। ଅନ୍ୟଥା ମେଧାବୀଙ୍କ ପାଇଁ ବିଜୁ ଛାତ୍ର ଜନତା ଦଳ ତୀବ୍ର ଆନ୍ଦୋଳନ କରିବ ବୋଲି ସେ ଚେତାବନୀ ଦେଇଛନ୍ତି। 

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତିଙ୍କ ସହ ମିଶି ଆଦିବାସୀଙ୍କ ଗୋଷାଣୀ ପୀଠରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ

ସେହିପରି ଶ୍ରୀ ପରିଡ଼ା କହିଛନ୍ତି ଯେ, ରାଜ୍ୟରେ ହଜାର ହଜାର ଉଚ୍ଚଶିକ୍ଷିତ ମେଧାବୀ ଚାକିରି ପାଇଁ ଅପେକ୍ଷାରେ ଥିବାବେଳେ ସେମାନଙ୍କ ସ୍ୱାର୍ଥକୁ ସରକାର ପଦାଘାତ କରି ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ପୁନଃ ନିଯୁକ୍ତି ପାଇଁ ୨୦୨୫ ଅକ୍ଟୋବର ୨୩ ରେ ବିଜ୍ଞପ୍ତି ପ୍ରକାଶ କଲେ। ରାଜ୍ୟର ମେଧାବୀ ଯୁବକ ଯୁବତୀଙ୍କୁ ସରକାର ପ୍ରତାରଣା କରି ଅବସରପ୍ରାପ୍ତଙ୍କୁ ପୁନଃ ନିଯୁକ୍ତି ଦେବା କାହା ସ୍ୱାର୍ଥରେ ବୋଲି ସେ ପ୍ରଶ୍ନ କରିଛନ୍ତି।  

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା ରେଳଧାରଣାରୁ ପୂର୍ବତନ ବାର୍ ଆସୋସିଏସନ୍ ସଭାପତି ତ୍ରିନାଥ ଗୁଆଲଙ୍କ ମୃତଦେହ ଉଦ୍ଧାର

23 Jun 2026 By Madhusudan Das

ଚାକିରି ଅପେକ୍ଷାରେ ମେଧାବୀ, ଅବସରପ୍ରାପ୍ତଙ୍କୁ ପୁନଃ ନିଯୁକ୍ତି; ସରକାରଙ୍କୁ ଘେରିଲା ଛାତ୍ର ବିଜେଡି

ଭୁବନେଶ୍ୱର: ଦୀର୍ଘ ୨ ବର୍ଷ ହେଲା ଏସ୍‌ଏସ୍‌ବି ଅଧ୍ୟାପକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ପୂର୍ବରୁ ନିଯୁକ୍ତି ଯୋଗ୍ୟତା ନେଇ ହାଇକୋର୍ଟରେ ମାମଲା ଥିବାବେଳେ ସରକାର ନିଜର ପକ୍ଷ ରଖୁନାହାନ୍ତି। ଫଳରେ ପ୍ରାୟ ୫୦ ହଜାର ଉଚ୍ଚଶିକ୍ଷିତ ଆଶାୟୀ ହତାଶ ହୋଇପଡ଼ିଥିବା ଅଭିଯୋଗ କରି ବିଜୁ ଜନତା ଦଳ ସରକାରଙ୍କ ଉପରେ ବର୍ଷିଛି। 

ଶଙ୍ଖ ଭବନରେ ଅନୁଷ୍ଠିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ ଓ କାର୍ଯ୍ୟକାରୀ ସଭାପତି ପ୍ରଦୋଷ ପରିଡ଼ା କହିଛନ୍ତି ଯେ ୨୦୨୨ ମସିହାରେ ନିଯୁକ୍ତି ନେଇ ହାଇକୋର୍ଟରେ ମାମଲା ହୋଇଥିବା ସତ୍ତ୍ୱେ ତତ୍କାଳୀନ ବିଜେଡି ସରକାର ହସ୍ତକ୍ଷେପ କରି ୧୦୬୫ ଅଧ୍ୟାପକଙ୍କୁ ନିଯୁକ୍ତି ଦେଇଥିଲେ। ୨୦୨୪ ମାର୍ଚ୍ଚରେ ପୁନର୍ବାର ଅଧ୍ୟାପକ ନିଯୁକ୍ତି ପାଇଁ ବିଜେଡି ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲା। ଜୁନ୍‌ରେ ସରକାର ପରିବର୍ତ୍ତନ ହେଲା ଓ ପୂର୍ବଭଳି କିଛି ଆଶାୟୀ ହାଇକୋର୍ଟରେ ମାମଲା ରୁଜୁ କଲେ। ମାତ୍ର ଏ କ୍ଷେତ୍ରରେ ଦୀର୍ଘ ୨ ବର୍ଷ ହେଲା ବିଜେପି ସରକାର ତତ୍ପରତା ଦେଖାଉ ନାହାନ୍ତି। ତାରିଖ ପରେ ତାରିଖ ଗଡ଼ୁଥିଲେ ମଧ୍ୟ ସରକାରୀ ଓକିଲ ପକ୍ଷ ରଖୁନାହାନ୍ତି। ଆଶାୟୀମାନେ ବାରମ୍ୱାର ଉଚ୍ଚଶିକ୍ଷା ମନ୍ତ୍ରୀ, ଆଇନ ମନ୍ତ୍ରୀ, ଉଚ୍ଚଶିକ୍ଷା ବିଭାଗ ସଚିବ, ମୁଖ୍ୟ ଶାସନ ସଚିବ ଓ ଆଡଭୋକେଟ୍‌ ଜେନେରାଲଙ୍କୁ ଭେଟିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ସେହି କେସ୍‌ର ଶୁଣାଣି ପାଇଁ ଆସନ୍ତା ୩୦ ତାରିଖକୁ ହାଇକୋର୍ଟ ଧାର୍ଯ୍ୟ କରିଛନ୍ତି। ସେହି ଶୁଣାଣିରେ ସରକାରୀ ଓକିଲ ଅଂଶଗ୍ରହଣ କରି ୫୦ ହଜାର ଆଶାୟୀଙ୍କୁ ସରକାର ନ୍ୟାୟ ପ୍ରଦାନ କରନ୍ତୁ ବୋଲି ବିସିଜେଡି ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସାହୁ ଦାବି କରିଛନ୍ତି। ଅନ୍ୟଥା ମେଧାବୀଙ୍କ ପାଇଁ ବିଜୁ ଛାତ୍ର ଜନତା ଦଳ ତୀବ୍ର ଆନ୍ଦୋଳନ କରିବ ବୋଲି ସେ ଚେତାବନୀ ଦେଇଛନ୍ତି। 

ସେହିପରି ଶ୍ରୀ ପରିଡ଼ା କହିଛନ୍ତି ଯେ, ରାଜ୍ୟରେ ହଜାର ହଜାର ଉଚ୍ଚଶିକ୍ଷିତ ମେଧାବୀ ଚାକିରି ପାଇଁ ଅପେକ୍ଷାରେ ଥିବାବେଳେ ସେମାନଙ୍କ ସ୍ୱାର୍ଥକୁ ସରକାର ପଦାଘାତ କରି ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ପୁନଃ ନିଯୁକ୍ତି ପାଇଁ ୨୦୨୫ ଅକ୍ଟୋବର ୨୩ ରେ ବିଜ୍ଞପ୍ତି ପ୍ରକାଶ କଲେ। ରାଜ୍ୟର ମେଧାବୀ ଯୁବକ ଯୁବତୀଙ୍କୁ ସରକାର ପ୍ରତାରଣା କରି ଅବସରପ୍ରାପ୍ତଙ୍କୁ ପୁନଃ ନିଯୁକ୍ତି ଦେବା କାହା ସ୍ୱାର୍ଥରେ ବୋଲି ସେ ପ୍ରଶ୍ନ କରିଛନ୍ତି।  

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର