ଆଜି ଦେବଦମ୍ପତ୍ତିଙ୍କ ବାହାଘର, ଉତ୍ସବମୁଖର ସାରା ଭୁବନେଶ୍ୱର

Madhusudan Das Picture
Published On

ଭୁବନେଶ୍ୱର: ଆଜି ଦେବଦମ୍ପତ୍ତିଙ୍କ ବାହାଘର । ମଧ୍ୟରାତ୍ରିରେ ପଡ଼ିବ ହାତଗଣ୍ଠି । ଦେବ ବିବାହ ପାଇଁ ଲିଙ୍ଗରାଜ ମନ୍ଦିର ଓ କେଦାରଗୌରୀ ମନ୍ଦିର ଉତ୍ସବମୁଖର ହୋଇପଡ଼ିଛି । ଦୁଇ ମନ୍ଦିରକୁ ରଙ୍ଗିନ ଆଲୋକ ଓ ଫୁଲରେ ସଜାଯାଇଛି । ବିଭିନ୍ନ ମଠ ସମେତ ଧର୍ମଶାଳାରେ ଶ୍ରଦ୍ଧାଳୁମାନେ ଡେରା ପକାଇଛନ୍ତି। ଗତକାଲିରାତି ପ୍ରାୟ ସାଢ଼େ ୮ଟାରେ ସନ୍ଧ୍ୟା ଧୂପ ନୀତି ପରେ ଶ୍ରୀଲିଙ୍ଗରାଜଙ୍କ ପକ୍ଷରୁ ଅଷ୍ଟଚଣ୍ଡୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ସେବାୟତମାନେ ଫୁଲ, ଚନ୍ଦନ, ବେଲପତ୍ର ଓ ଠାକୁରଙ୍କ ମହାପ୍ରସାଦକୁ ସମର୍ପଣ କରି ଅଷ୍ଟଚଣ୍ଡୀଙ୍କୁ ନିମନ୍ତ୍ରଣ କରିଛନ୍ତି । କେଦାରଗୌରୀ ମନ୍ଦିରରେ ବି ମଙ୍ଗନ ବିଧି ଯଥାରୀତି ସଂପନ୍ନ ହୋଇଛି । ଅଷ୍ଟପ୍ରହର ନାମଯଜ୍ଞ ସହ ମଙ୍ଗନ କାର୍ଯ୍ୟ କରାଯାଇଛି । ବିବାହ ନିମନ୍ତେ ଗୁରୁବାର ସନ୍ଧ୍ୟାଧୂପ ବଢିବା ପରେ ଚଳନ୍ତି ପ୍ରତିମାଙ୍କ ଶୋଭାଯାତ୍ରା କରାଯିବ । ବରାନୁଗମନ ଶୋଭାଯାତ୍ରା ନିର୍ଦ୍ଧାରିତ ସମୟ ରାତି ୧୧ଟାରେ ମହାଖଳା, ବଢେଇବାଙ୍କ, ବଡଦାଣ୍ଡ ଓ ବିନ୍ଦୁ ସାଗର ବିଶ୍ରାମଘାଟ ଦେଇ କେଦାରଗୌରୀ ମନ୍ଦିରକୁ ପହଞ୍ଚିବ । 

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ପ୍ରଭୁ ଲିଙ୍ଗରାଜଙ୍କ ବରଯାତ୍ରୀକୁ ସ୍ବାଗତ କରିବାକୁ ସବୁ ପ୍ରସ୍ତୁତି ସରିଛି । ଲିଙ୍ଗରାଜଙ୍କ ଚଳନ୍ତି ବିଗ୍ରହଙ୍କୁ ବରବେଶରେ ସଜେଇ ବିଭିନ୍ନ ପାରମ୍ପରିକ ବାଦ୍ୟ ବଜାଇ ଓ ରୋଷଣି କରି ବରଯାତ୍ରୀ ବାହାରି କେଦାରଗୌରୀ ମନ୍ଦିରକୁ ଯିବେ ।ପ୍ରଭୁ ଲିଙ୍ଗରାଜ ଯେତେବେଳେ ବରଯାତ୍ରୀଙ୍କୁ ନେଇ କେଦାର ଗୌରୀ ମନ୍ଦିର ନିକଟରେ ଆସି ପହଞ୍ଚିବେ ତାଙ୍କୁ ବରଣୀ କରି ନିଆଯିବ। ବିଧି ମୁତାବକ ରାତି ସାଢ଼େ୧୧ଟା ସୁଦ୍ଧା ବରଯାତ୍ରୀ ମନ୍ଦିରରୁ ବାହାରିବେ। ବଢ଼େଇବାଙ୍କ ଛକ, ତିନିମୁଣ୍ଡିଆ ଛକ ଓ ଏକାମ୍ର ବନ ନିକଟ ଦେଇ ଶୋଭାଯାତ୍ରା ଯିବ।  ମନ୍ଦିରର ଜ୍ୟୋତିଷଙ୍କ ଧାର୍ଯ୍ୟ ସମୟ ଅନୁଯାୟୀ ରାତି ୧୨ଟାରୁ ସାଢ଼େ ୩ଟା ମଧ୍ୟରେ ହାତଗଣ୍ଠି ପଡ଼ିବ। ଲିଙ୍ଗରାଜଙ୍କୁ ଝିଅଘର ପକ୍ଷରୁ ବା କେଦାର ଗୌରୀ ମନ୍ଦିର ପକ୍ଷରୁ ଯୌତୁକରେ ଇନ୍ଦ୍ର ହାତୀ ଦିଆଯିବ। ଏହି ଇନ୍ଦ୍ରହାତୀକୁ ଛୋଟ ଶଗଡ଼ଚକା ଦୁଇଟି ସହ ବାଉଁଶପାତ, କପଡ଼ା ଦେଇ ଇନ୍ଦ୍ର ହାତି ତିଆରି କରାଯାଏ। ଏହି ହାତୀକୁ ଲୋକମାନେ ଭିଡ଼ି ଭିଡ଼ ନେଇକି ଯାଇଥାନ୍ତି ବୋଲି କେଦାରଗୌରୀ ମନ୍ଦିରର ସେକ୍ରେଟାରୀ ନରେନ୍ଦ୍ର କୁମାର ମହାପାତ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର