ଛେଳି ପାଇଁ ବନ୍ଧା ପଡିଲେ ପ୍ରାଣୀଧନ ନିରୀକ୍ଷକ

The Sakala Picture
Published On

ବଲାଙ୍ଗିର: ପ୍ରାଣୀଧନ ନିରୀକ୍ଷକଙ୍କ ଭୁଲ ଚିକିତ୍ସା ଯୋଗୁଁ ଛେଳିର ଜୀବନ ଚାଲିଗଲା। ହୃଷ୍ଟପୃଷ୍ଟ ଥିବା ଛେଳି ମାତ୍ର କେଇ ଘଣ୍ଟା ମଧ୍ୟରେ ଆଖି ବୁଜିଦେଲା। ତେବେ ଡାକ୍ତର ଅବହେଳା ଯୋଗୁଁ ଏସବୁ ହୋଇଥିବା ଅଭିଯୋଗ ନେଇ ମାଲିକ ଡାକ୍ତରଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରେ ବାନ୍ଧି ରଖିବା ଭଳି ଘଟଣା ଘଟିଛି ବଲାଙ୍ଗିର ସଦର ଥାନା ଅର୍ନ୍ତଗତ ଛତାମଖନା ପଞ୍ଚାୟତର ପ୍ରଧାନପାଲି ଗାଁରେ। ସୂଚନା ଅନୁସାରେ ପ୍ରଧାନପାଲି ଗାଁର ସତ୍ୟ ପ୍ରଧାନଙ୍କ ଛେଳି ହଠାତ ଅସୁସ୍ଥ ହୋଇପଡିଥିଲା। […]

ବଲାଙ୍ଗିର: ପ୍ରାଣୀଧନ ନିରୀକ୍ଷକଙ୍କ ଭୁଲ ଚିକିତ୍ସା ଯୋଗୁଁ ଛେଳିର ଜୀବନ ଚାଲିଗଲା। ହୃଷ୍ଟପୃଷ୍ଟ ଥିବା ଛେଳି ମାତ୍ର କେଇ ଘଣ୍ଟା ମଧ୍ୟରେ ଆଖି ବୁଜିଦେଲା। ତେବେ ଡାକ୍ତର ଅବହେଳା ଯୋଗୁଁ ଏସବୁ ହୋଇଥିବା ଅଭିଯୋଗ ନେଇ ମାଲିକ ଡାକ୍ତରଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରେ ବାନ୍ଧି ରଖିବା ଭଳି ଘଟଣା ଘଟିଛି ବଲାଙ୍ଗିର ସଦର ଥାନା ଅର୍ନ୍ତଗତ ଛତାମଖନା ପଞ୍ଚାୟତର ପ୍ରଧାନପାଲି ଗାଁରେ।

ଆହୁରି ପଢ଼ନ୍ତୁ: ବଦଳିଲା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାଁ, ହେଲା 'ଆଞ୍ଚଳିକ ବିଦ୍ୟାଳୟ ଶିକ୍ଷା ନିର୍ଦ୍ଦେଶାଳୟ'

ସୂଚନା ଅନୁସାରେ ପ୍ରଧାନପାଲି ଗାଁର ସତ୍ୟ ପ୍ରଧାନଙ୍କ ଛେଳି ହଠାତ ଅସୁସ୍ଥ ହୋଇପଡିଥିଲା। ତା’ର ଚିକିତ୍ସା ପାଇଁ ସତ୍ୟ ଛତାମଖନାରେ ଥିବା ପ୍ରାଣୀଧନ ନିରୀକ୍ଷକଙ୍କୁ ଯୋଗାଯୋଗ କରିଥିଲେ। ତେବେ ଏଲଆଇ ଅବହେଳା କରି ବିଳମ୍ବରେ ଆସିଥିଲେ। ଚିକିତ୍ସା ସମୟରେ ସେ କୌଣସି ଏକ ଇଞ୍ଜେକ୍ସନ ଦେବାରୁ ହଠାତ ଛେଳିର ମୃତ୍ୟୁ ହୋଇଥିବା ସତ୍ୟ ଅଭିଯୋଗ କରିଥିଲେ। ଏନେଇ ସେ ଅସନ୍ତୋଷ ପ୍ରକାଶ କରିବା ସହ ଭୁଲ ଚିକିତ୍ସା କରିଥିବା କହି ଏଲଆଇ ଏବଂ ତିନି ଜଣ ସହଯୋଗୀଙ୍କୁ ଗାଁରେ ଅଟକ ରଖିଥିଲେ। ଗତ ସପ୍ତାହରେ ୨୨ ହଜାର ଟଙ୍କା ଦେଇ କିଣିଥିବା ଛେଳି ର ମୃତ୍ୟୁ ଚିକିତ୍ସକ ଙ୍କ ଅବହେଳା ଯୋଗୁଁ ହୋଇଥିବା ନେଇ ସେ ପ୍ରକାଶ କରିବା ସହ ଛେଳି ମୃତ୍ୟୁର କ୍ଷତିପୂରଣ ଦେବାକୁ ସେ ଦାବି କରିଥିଲେ। ଦୀର୍ଘ ୫ ଘଣ୍ଟା ସମୟ ଧରି ଏଲଆଇ ଅଟକ ରହିଥିଲେ। ପରେ କ୍ଷତିପୂରଣ ବାବଦକୁ ୧୦ ହଜାର ଟଙ୍କା ଦେବାକୁ ପ୍ରତିଶୃତି ଦେବାପରେ ସେମାନଙ୍କୁ ଛାଡି ଦିଆଯାଇଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ପୁଣି କରୋନା ଛନକା: ଗଞ୍ଜାମରେ ଚିହ୍ନଟ ହେଲେ ନୂଆ କୋଭିଡ-୧୯ ଆକ୍ରାନ୍ତ !

19 Aug 2021 By The Sakala

ଛେଳି ପାଇଁ ବନ୍ଧା ପଡିଲେ ପ୍ରାଣୀଧନ ନିରୀକ୍ଷକ

ବଲାଙ୍ଗିର: ପ୍ରାଣୀଧନ ନିରୀକ୍ଷକଙ୍କ ଭୁଲ ଚିକିତ୍ସା ଯୋଗୁଁ ଛେଳିର ଜୀବନ ଚାଲିଗଲା। ହୃଷ୍ଟପୃଷ୍ଟ ଥିବା ଛେଳି ମାତ୍ର କେଇ ଘଣ୍ଟା ମଧ୍ୟରେ ଆଖି ବୁଜିଦେଲା। ତେବେ ଡାକ୍ତର ଅବହେଳା ଯୋଗୁଁ ଏସବୁ ହୋଇଥିବା ଅଭିଯୋଗ ନେଇ ମାଲିକ ଡାକ୍ତରଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରେ ବାନ୍ଧି ରଖିବା ଭଳି ଘଟଣା ଘଟିଛି ବଲାଙ୍ଗିର ସଦର ଥାନା ଅର୍ନ୍ତଗତ ଛତାମଖନା ପଞ୍ଚାୟତର ପ୍ରଧାନପାଲି ଗାଁରେ।

ସୂଚନା ଅନୁସାରେ ପ୍ରଧାନପାଲି ଗାଁର ସତ୍ୟ ପ୍ରଧାନଙ୍କ ଛେଳି ହଠାତ ଅସୁସ୍ଥ ହୋଇପଡିଥିଲା। ତା’ର ଚିକିତ୍ସା ପାଇଁ ସତ୍ୟ ଛତାମଖନାରେ ଥିବା ପ୍ରାଣୀଧନ ନିରୀକ୍ଷକଙ୍କୁ ଯୋଗାଯୋଗ କରିଥିଲେ। ତେବେ ଏଲଆଇ ଅବହେଳା କରି ବିଳମ୍ବରେ ଆସିଥିଲେ। ଚିକିତ୍ସା ସମୟରେ ସେ କୌଣସି ଏକ ଇଞ୍ଜେକ୍ସନ ଦେବାରୁ ହଠାତ ଛେଳିର ମୃତ୍ୟୁ ହୋଇଥିବା ସତ୍ୟ ଅଭିଯୋଗ କରିଥିଲେ। ଏନେଇ ସେ ଅସନ୍ତୋଷ ପ୍ରକାଶ କରିବା ସହ ଭୁଲ ଚିକିତ୍ସା କରିଥିବା କହି ଏଲଆଇ ଏବଂ ତିନି ଜଣ ସହଯୋଗୀଙ୍କୁ ଗାଁରେ ଅଟକ ରଖିଥିଲେ। ଗତ ସପ୍ତାହରେ ୨୨ ହଜାର ଟଙ୍କା ଦେଇ କିଣିଥିବା ଛେଳି ର ମୃତ୍ୟୁ ଚିକିତ୍ସକ ଙ୍କ ଅବହେଳା ଯୋଗୁଁ ହୋଇଥିବା ନେଇ ସେ ପ୍ରକାଶ କରିବା ସହ ଛେଳି ମୃତ୍ୟୁର କ୍ଷତିପୂରଣ ଦେବାକୁ ସେ ଦାବି କରିଥିଲେ। ଦୀର୍ଘ ୫ ଘଣ୍ଟା ସମୟ ଧରି ଏଲଆଇ ଅଟକ ରହିଥିଲେ। ପରେ କ୍ଷତିପୂରଣ ବାବଦକୁ ୧୦ ହଜାର ଟଙ୍କା ଦେବାକୁ ପ୍ରତିଶୃତି ଦେବାପରେ ସେମାନଙ୍କୁ ଛାଡି ଦିଆଯାଇଥିବା ଜଣାପଡିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର