ମହିଳାଙ୍କୁ ନିର୍ଯାତନା ଦେଇ ଉତ୍ସବ ମନାଉଛନ୍ତି ସରକାର: ବିଜେଡି

ବିଜେପିର ନାରୀ ଶକ୍ତି ବନ୍ଦନ ଆଜି ମହିଳା ଦମନରେ ପରିଣତ

Madhusudan Das Picture
Published On

ଭୁବନେଶ୍ୱର: ମହାକାଳପଡ଼ା ବ୍ଲକ ତିଖିରୀ ପଞ୍ଚାୟତର ସରପଞ୍ଚ ଚାମେଲୀ ଓଝାଙ୍କ ସହ ଘଟିଥିବା ଦୁର୍ବ୍ୟବହାର, ଶାରୀରିକ ଆକ୍ରମଣ, ଧମକ ଘଟଣା ଓଡ଼ିଶାରେ ମହିଳା ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଜେପିର ନାରୀଶକ୍ତି ବନ୍ଦନ ସ୍ଲୋଗାନ ଏକ ପ୍ରହସନରେ ପରିଣତ ହୋଇଛି। ବିଜେପି ସରକାରରେ ଜଣେ ମହିଳା ସରପଞ୍ଚଙ୍କୁ ନିଜ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ସମ୍ପର୍କିତ ପ୍ରଶ୍ନ ପଚାରି ଅପମାନିତ ଏବଂ ଆକ୍ରମଣର ଶିକାର ହେବାକୁ ପଡ଼ୁଛି । ରାଜ୍ୟ ସରକାର ୨ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଥିବା ବେଳେ ଜଣେ ନିର୍ବାଚିତ ମହିଳା ଜନପ୍ରତିନିଧିଙ୍କୁ ସର୍ବସମ୍ମୁଖରେ ଅପମାନିତ କରାଯିବା ଅତ୍ୟନ୍ତ ଲଜ୍ଜାଜନକ ଓ ନିନ୍ଦନୀୟ ବୋଲି କହିଛି ବିଜେଡି। 

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ଶାଶୁ ଓ ଶ୍ୱଶୁରଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ଜ୍ୱାଇଁ

 ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ସୁଲତା ଦେଓ କହିଛନ୍ତି ଯେ ଚାମେଲୀ ଓଝା ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ସ୍ଥାନୀୟ ବିଧାୟକ ଓ ବିଡିଓଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ ବିଜେପି ଦଳର ସକ୍ରିୟ ସଦସ୍ୟା ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରି ନ୍ୟାୟ ଭିକ୍ଷା କରିଛନ୍ତି। ଚାମେଲୀଙ୍କ ପ୍ରତି ହୋଇଥିବା ଅପମାନ ସମଗ୍ର ନାରୀ ଜାତି ଓ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ପାଇଁ ଆହ୍ୱାନ ସୃଷ୍ଟି କରିଛି । ମହିଳା ସଶକ୍ତିକରଣ ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହୁଥିବା ବେଳେ ବିଜେପି ସମର୍ଥିତ ଜଣେ ନିର୍ବାଚିତ ମହିଳା ଜନପ୍ରତିନିଧି ଯେଉଁଭଳି ଭାବେ ଆକ୍ରମଣର ଶିକାର ହୋଇଛନ୍ତି, ତାହା ବିଜେପିର ଦୋମୁହାଁ ନୀତିକୁ ପଦାରେ ପକାଇଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଚାମେଲୀଙ୍କ ମୋବାଇଲ ଫୋନ୍‌ ଛଡ଼ାଇ ନେଉଥିବା ଲୋକଙ୍କୁ ପୁଲିସ ବର୍ତ୍ତମାନ ସୁଦ୍ଧା ଗିରଫ କରିନାହିଁ।  ଚାମେଲୀଙ୍କ ଅଭିଯୋଗ ଅନୁଯାୟୀ ଉକ୍ତ ମୋବାଇଲ ଫୋନରେ ଥିବା ଅନେକ ତଥ୍ୟ ଓ ପ୍ରମାଣକୁ ନଷ୍ଟ କରିବାକୁ ପୁଲିସ ଉଦ୍ୟମ କରିଛି। ଯେଉଁଭଳି ଭାବେ ପୁଲିସ ତାଙ୍କୁ ଘୋଷାରି ନେବା ଏବଂ ପରବର୍ତ୍ତୀ ଅବସ୍ଥାରେ ଥାନା ଓ ହସ୍ପିଟାଲରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଚାମେଲୀଙ୍କ ବୟାନରୁ ସ୍ପଷ୍ଟ ଯେ ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦିଆଯାଇଛି। ତାଙ୍କ ବାପା ଓ ଭାଇଙ୍କୁ ପୁଲିସ ମାଡ଼ ମାରିଥିବା ଅଭିଯୋଗ ମଧ୍ୟ ସେ କରିଛନ୍ତି। ସ୍ୱର୍ଗତଃ ବିଜୁ ପଟ୍ଟନାୟକ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ମହିଳା ସଶକ୍ତିକରଣକୁ ନୂଆ ଦିଗ ଦେଇଥିଲେ। ପଞ୍ଚାୟତିରାଜ ବ୍ୟବସ୍ଥାରେ ୫୦ ପ୍ରତିଶତ ସଂରକ୍ଷଣ ମାଧ୍ୟମରେ ଲକ୍ଷ ଲକ୍ଷ ମହିଳାଙ୍କୁ ନେତୃତ୍ୱର ସୁଯୋଗ ମିଳିଥିଲା । ଆଜି ସେହି ବ୍ୟବସ୍ଥାରେ ଜଣେ ମହିଳା ପ୍ରତିନିଧିଙ୍କ ପ୍ରତି ନିର୍ଯାତନା ଅତ୍ୟନ୍ତ ଉଦବେଗଜନକ। 

ଆହୁରି ପଢ଼ନ୍ତୁ: ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଜିଲ୍ଲା ଦାୟିତ୍ୱ ପ୍ରସଙ୍ଗ: ବିଜେଡି କହିଲା, 'ପୋଲିସ ଡିଜି ମାନିଲେ, ରାଜ୍ୟରେ ଆଇନଶୃଙ୍ଖଳା ଠିକ୍ ନାହିଁ'

ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା କହିଥିଲେ ଯେ ଲୋକଙ୍କ ଅଧିକାର ପାଇଁ ଲଢେ଼ଇ କରୁଥିବା ସରପଞ୍ଚ ଚାମେଲୀ ଓଝାଙ୍କୁ ସର୍ବସମ୍ମୁଖରେ ଯେଉଁଭଳି ନିର୍ଯାତନା ଓ ଅପମାନର ଶିକାର ହେବାକୁ ପଡ଼ିଲା, ତାହା ରାଜ୍ୟ ସରକାରଙ୍କ ଅସଲ ସ୍ୱରୂପକୁ ପଦାରେ ପକାଇଦେଇଛି। ଏହା କେବଳ ଚାମେଲୀଙ୍କ ପ୍ରତି ନୁହେଁ, ସମଗ୍ର ନାରୀ ଜାତି ପ୍ରତି ଅପମାନ । ନିର୍ବାଚିତ ମହିଳା ପ୍ରତିନିଧିଙ୍କୁ ପ୍ରୋତ୍ସାହନ ଦେବା ବଦଳରେ ଅପମାନ ଦେଇ ମିଥ୍ୟା ମୋକଦ୍ଦମାରେ ଜଡ଼ିତ କରି ବିଜେପି ସରକାର ମହିଳା ସଶକ୍ତିକରଣର ଡିଣ୍ଡିମ ପିଟୁଛନ୍ତି। ଘଟଣାର ଉଚ୍ଚସ୍ତରୀୟ ଓ ନିରପେକ୍ଷ ତଦନ୍ତ କରାଯାଇ ସମସ୍ତ ସିସିଟିଭି ଫୁଟେଜ୍‌ ତୁରନ୍ତ ସାର୍ବଜନୀନ କରାଯାଉ ଏବଂ ସରପଞ୍ଚ ଚାମେଲୀ ଓଝାଙ୍କ ମୋବାଇଲ୍‌ ଫୋନ୍‌ ତୁରନ୍ତ ଫେରସ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ରାଇରଙ୍ଗପୁରରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ

12 Jun 2026 By Madhusudan Das

ମହିଳାଙ୍କୁ ନିର୍ଯାତନା ଦେଇ ଉତ୍ସବ ମନାଉଛନ୍ତି ସରକାର: ବିଜେଡି

ବିଜେପିର ନାରୀ ଶକ୍ତି ବନ୍ଦନ ଆଜି ମହିଳା ଦମନରେ ପରିଣତ

ଭୁବନେଶ୍ୱର: ମହାକାଳପଡ଼ା ବ୍ଲକ ତିଖିରୀ ପଞ୍ଚାୟତର ସରପଞ୍ଚ ଚାମେଲୀ ଓଝାଙ୍କ ସହ ଘଟିଥିବା ଦୁର୍ବ୍ୟବହାର, ଶାରୀରିକ ଆକ୍ରମଣ, ଧମକ ଘଟଣା ଓଡ଼ିଶାରେ ମହିଳା ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଜେପିର ନାରୀଶକ୍ତି ବନ୍ଦନ ସ୍ଲୋଗାନ ଏକ ପ୍ରହସନରେ ପରିଣତ ହୋଇଛି। ବିଜେପି ସରକାରରେ ଜଣେ ମହିଳା ସରପଞ୍ଚଙ୍କୁ ନିଜ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ସମ୍ପର୍କିତ ପ୍ରଶ୍ନ ପଚାରି ଅପମାନିତ ଏବଂ ଆକ୍ରମଣର ଶିକାର ହେବାକୁ ପଡ଼ୁଛି । ରାଜ୍ୟ ସରକାର ୨ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଥିବା ବେଳେ ଜଣେ ନିର୍ବାଚିତ ମହିଳା ଜନପ୍ରତିନିଧିଙ୍କୁ ସର୍ବସମ୍ମୁଖରେ ଅପମାନିତ କରାଯିବା ଅତ୍ୟନ୍ତ ଲଜ୍ଜାଜନକ ଓ ନିନ୍ଦନୀୟ ବୋଲି କହିଛି ବିଜେଡି। 

 ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ସୁଲତା ଦେଓ କହିଛନ୍ତି ଯେ ଚାମେଲୀ ଓଝା ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ସ୍ଥାନୀୟ ବିଧାୟକ ଓ ବିଡିଓଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ ବିଜେପି ଦଳର ସକ୍ରିୟ ସଦସ୍ୟା ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରି ନ୍ୟାୟ ଭିକ୍ଷା କରିଛନ୍ତି। ଚାମେଲୀଙ୍କ ପ୍ରତି ହୋଇଥିବା ଅପମାନ ସମଗ୍ର ନାରୀ ଜାତି ଓ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ପାଇଁ ଆହ୍ୱାନ ସୃଷ୍ଟି କରିଛି । ମହିଳା ସଶକ୍ତିକରଣ ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହୁଥିବା ବେଳେ ବିଜେପି ସମର୍ଥିତ ଜଣେ ନିର୍ବାଚିତ ମହିଳା ଜନପ୍ରତିନିଧି ଯେଉଁଭଳି ଭାବେ ଆକ୍ରମଣର ଶିକାର ହୋଇଛନ୍ତି, ତାହା ବିଜେପିର ଦୋମୁହାଁ ନୀତିକୁ ପଦାରେ ପକାଇଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଚାମେଲୀଙ୍କ ମୋବାଇଲ ଫୋନ୍‌ ଛଡ଼ାଇ ନେଉଥିବା ଲୋକଙ୍କୁ ପୁଲିସ ବର୍ତ୍ତମାନ ସୁଦ୍ଧା ଗିରଫ କରିନାହିଁ।  ଚାମେଲୀଙ୍କ ଅଭିଯୋଗ ଅନୁଯାୟୀ ଉକ୍ତ ମୋବାଇଲ ଫୋନରେ ଥିବା ଅନେକ ତଥ୍ୟ ଓ ପ୍ରମାଣକୁ ନଷ୍ଟ କରିବାକୁ ପୁଲିସ ଉଦ୍ୟମ କରିଛି। ଯେଉଁଭଳି ଭାବେ ପୁଲିସ ତାଙ୍କୁ ଘୋଷାରି ନେବା ଏବଂ ପରବର୍ତ୍ତୀ ଅବସ୍ଥାରେ ଥାନା ଓ ହସ୍ପିଟାଲରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଚାମେଲୀଙ୍କ ବୟାନରୁ ସ୍ପଷ୍ଟ ଯେ ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦିଆଯାଇଛି। ତାଙ୍କ ବାପା ଓ ଭାଇଙ୍କୁ ପୁଲିସ ମାଡ଼ ମାରିଥିବା ଅଭିଯୋଗ ମଧ୍ୟ ସେ କରିଛନ୍ତି। ସ୍ୱର୍ଗତଃ ବିଜୁ ପଟ୍ଟନାୟକ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ମହିଳା ସଶକ୍ତିକରଣକୁ ନୂଆ ଦିଗ ଦେଇଥିଲେ। ପଞ୍ଚାୟତିରାଜ ବ୍ୟବସ୍ଥାରେ ୫୦ ପ୍ରତିଶତ ସଂରକ୍ଷଣ ମାଧ୍ୟମରେ ଲକ୍ଷ ଲକ୍ଷ ମହିଳାଙ୍କୁ ନେତୃତ୍ୱର ସୁଯୋଗ ମିଳିଥିଲା । ଆଜି ସେହି ବ୍ୟବସ୍ଥାରେ ଜଣେ ମହିଳା ପ୍ରତିନିଧିଙ୍କ ପ୍ରତି ନିର୍ଯାତନା ଅତ୍ୟନ୍ତ ଉଦବେଗଜନକ। 

ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା କହିଥିଲେ ଯେ ଲୋକଙ୍କ ଅଧିକାର ପାଇଁ ଲଢେ଼ଇ କରୁଥିବା ସରପଞ୍ଚ ଚାମେଲୀ ଓଝାଙ୍କୁ ସର୍ବସମ୍ମୁଖରେ ଯେଉଁଭଳି ନିର୍ଯାତନା ଓ ଅପମାନର ଶିକାର ହେବାକୁ ପଡ଼ିଲା, ତାହା ରାଜ୍ୟ ସରକାରଙ୍କ ଅସଲ ସ୍ୱରୂପକୁ ପଦାରେ ପକାଇଦେଇଛି। ଏହା କେବଳ ଚାମେଲୀଙ୍କ ପ୍ରତି ନୁହେଁ, ସମଗ୍ର ନାରୀ ଜାତି ପ୍ରତି ଅପମାନ । ନିର୍ବାଚିତ ମହିଳା ପ୍ରତିନିଧିଙ୍କୁ ପ୍ରୋତ୍ସାହନ ଦେବା ବଦଳରେ ଅପମାନ ଦେଇ ମିଥ୍ୟା ମୋକଦ୍ଦମାରେ ଜଡ଼ିତ କରି ବିଜେପି ସରକାର ମହିଳା ସଶକ୍ତିକରଣର ଡିଣ୍ଡିମ ପିଟୁଛନ୍ତି। ଘଟଣାର ଉଚ୍ଚସ୍ତରୀୟ ଓ ନିରପେକ୍ଷ ତଦନ୍ତ କରାଯାଇ ସମସ୍ତ ସିସିଟିଭି ଫୁଟେଜ୍‌ ତୁରନ୍ତ ସାର୍ବଜନୀନ କରାଯାଉ ଏବଂ ସରପଞ୍ଚ ଚାମେଲୀ ଓଝାଙ୍କ ମୋବାଇଲ୍‌ ଫୋନ୍‌ ତୁରନ୍ତ ଫେରସ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର