ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ବାରିପଦା-ରାଇରଙ୍ଗପୁରରେ ବ୍ୟାପକ ସୁରକ୍ଷା ପ୍ରସ୍ତୁତି, ମୁତୟନ ହେବେ ୧୫୦ ପ୍ଲାଟୁନରୁ ଅଧିକ ଫୋର୍ସ

Madhusudan Das Picture
Published On

ବାରିପଦା: ଆସନ୍ତା ୧୯ ଓ ୨୦ ତାରିଖରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଇରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହା ସହିତ ଭାରତର ସମ୍ମାନୀୟ ପ୍ରଧାନମନ୍ତ୍ରୀଙ୍କ ମଧ୍ୟ ଆଗମନ ସୂଚନା ରହିଛି। ଏନେଇ ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ବିଭାଗ ପକ୍ଷରୁ ପ୍ରସ୍ତୁତିକୁ ଅତି ବ୍ୟାପକ ଓ ସୁଦୃଢ଼ କରାଯାଉଛି। ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର ଏକ ପ୍ରେସମିଟ୍‌ ମାଧ୍ୟମରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ବ୍ଲୁ-ବୁକ୍ ର ପ୍ରୋଟୋକଲ୍ ଏବଂ ସମସ୍ତ ପ୍ରାବଧାନ ଅନୁଯାୟୀ ଏହି ହାଇ-ପ୍ରୋଫାଇଲ୍ ଗସ୍ତ ପାଇଁ ପ୍ରସ୍ତୁତି ଚାଲିଛି। ଗତକାଲି ମାନ୍ୟବର ଡିଜିପି ନିଜେ ଗସ୍ତ କରି ସର୍ଜମିନ ତଦାରଖ କରିଛନ୍ତି। ମୋଟାମୋଟି ଆକଳନ ଅନୁଯାୟୀ, ଏହି ସାରା କାର୍ଯ୍ୟକ୍ରମ ଏବଂ ବିଭିନ୍ନ ଆରେଞ୍ଜମେଣ୍ଟ ପାଇଁ ୧୫୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ କରାଯିବ। 

ଆହୁରି ପଢ଼ନ୍ତୁ: ଆଇନଶୃଙ୍ଖଳା ତତ୍ତ୍ବାବଧାନ କରିବେ ବରିଷ୍ଠ ଆଇପିଏସ୍‌: ୧୫ ପୁଲିସ ଅଧିକାରୀଙ୍କୁ ୧୭ ଜିଲ୍ଲା ଦାୟିତ୍ୱ

ମିଟିଂ ପ୍ଲେସ୍, ଟ୍ରାଫିକ ପରିଚାଳନା, ହେଲିପ୍ୟାଡ୍ ବ୍ୟବସ୍ଥା, ସୁରକ୍ଷା ଏବଂ ସେଫ୍ଟି ବ୍ୟବସ୍ଥା ଭଳି ଭିନ୍ନ ଭିନ୍ନ ଦିଗ ପାଇଁ ସିନିୟର ଅଫିସରମାନଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ପ୍ରଦାନ କରାଯାଇଛି। ସୁରକ୍ଷା ଦୃଷ୍ଟିକୋଣରୁ ସମ୍ପୃକ୍ତ ଅଞ୍ଚଳକୁ 'ନୋ-ଫ୍ଲାଇ ଜୋନ୍' ଭାବେ ଘୋଷଣା କରାଯିବ। ଏହା ସହିତ ଯେକୌଣସି ଅନଧିକୃତ ଡ୍ରୋନ୍ ସମସ୍ୟାକୁ ପ୍ରତିହତ କରିବା ପାଇଁ ଏକ ସ୍ୱତନ୍ତ୍ର ଆଣ୍ଟି-ଡ୍ରୋନ୍ ଟିମ୍ ମଧ୍ୟ ନିୟୋଜିତ ରହିବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ଓ ପ୍ରସ୍ତୁତ ଥିବା ଡିଆଇଜି ପିନାକ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପତ୍ନୀ ଓ ଶାଳକ ଲଗାଇଦେଇଥିଲେ ନିଆଁ ! ଏମ୍ସରେ କନଷ୍ଟେବଳ ଆଶୁତୋଷ ମୃଦୁଙ୍ଗିଆଙ୍କ ପରଲୋକ, ସିବିଆଇ ତଦନ୍ତ ଦାବି

13 Jun 2026 By Madhusudan Das

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ବାରିପଦା-ରାଇରଙ୍ଗପୁରରେ ବ୍ୟାପକ ସୁରକ୍ଷା ପ୍ରସ୍ତୁତି, ମୁତୟନ ହେବେ ୧୫୦ ପ୍ଲାଟୁନରୁ ଅଧିକ ଫୋର୍ସ

ବାରିପଦା: ଆସନ୍ତା ୧୯ ଓ ୨୦ ତାରିଖରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଇରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହା ସହିତ ଭାରତର ସମ୍ମାନୀୟ ପ୍ରଧାନମନ୍ତ୍ରୀଙ୍କ ମଧ୍ୟ ଆଗମନ ସୂଚନା ରହିଛି। ଏନେଇ ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ବିଭାଗ ପକ୍ଷରୁ ପ୍ରସ୍ତୁତିକୁ ଅତି ବ୍ୟାପକ ଓ ସୁଦୃଢ଼ କରାଯାଉଛି। ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର ଏକ ପ୍ରେସମିଟ୍‌ ମାଧ୍ୟମରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ବ୍ଲୁ-ବୁକ୍ ର ପ୍ରୋଟୋକଲ୍ ଏବଂ ସମସ୍ତ ପ୍ରାବଧାନ ଅନୁଯାୟୀ ଏହି ହାଇ-ପ୍ରୋଫାଇଲ୍ ଗସ୍ତ ପାଇଁ ପ୍ରସ୍ତୁତି ଚାଲିଛି। ଗତକାଲି ମାନ୍ୟବର ଡିଜିପି ନିଜେ ଗସ୍ତ କରି ସର୍ଜମିନ ତଦାରଖ କରିଛନ୍ତି। ମୋଟାମୋଟି ଆକଳନ ଅନୁଯାୟୀ, ଏହି ସାରା କାର୍ଯ୍ୟକ୍ରମ ଏବଂ ବିଭିନ୍ନ ଆରେଞ୍ଜମେଣ୍ଟ ପାଇଁ ୧୫୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ କରାଯିବ। 

ମିଟିଂ ପ୍ଲେସ୍, ଟ୍ରାଫିକ ପରିଚାଳନା, ହେଲିପ୍ୟାଡ୍ ବ୍ୟବସ୍ଥା, ସୁରକ୍ଷା ଏବଂ ସେଫ୍ଟି ବ୍ୟବସ୍ଥା ଭଳି ଭିନ୍ନ ଭିନ୍ନ ଦିଗ ପାଇଁ ସିନିୟର ଅଫିସରମାନଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ପ୍ରଦାନ କରାଯାଇଛି। ସୁରକ୍ଷା ଦୃଷ୍ଟିକୋଣରୁ ସମ୍ପୃକ୍ତ ଅଞ୍ଚଳକୁ 'ନୋ-ଫ୍ଲାଇ ଜୋନ୍' ଭାବେ ଘୋଷଣା କରାଯିବ। ଏହା ସହିତ ଯେକୌଣସି ଅନଧିକୃତ ଡ୍ରୋନ୍ ସମସ୍ୟାକୁ ପ୍ରତିହତ କରିବା ପାଇଁ ଏକ ସ୍ୱତନ୍ତ୍ର ଆଣ୍ଟି-ଡ୍ରୋନ୍ ଟିମ୍ ମଧ୍ୟ ନିୟୋଜିତ ରହିବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ଓ ପ୍ରସ୍ତୁତ ଥିବା ଡିଆଇଜି ପିନାକ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର