ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଦଶପଲ୍ଲା ବିଡିଓଙ୍କ ଗାଡ଼ି ଉପରକୁ ପଥର ମାଡ଼, ଅଳ୍ପକେ ବର୍ତ୍ତିଲେ ଅଧିକାରୀ

Madhusudan Das Picture
Published On

ନୟାଗଡ଼: ଦଶପଲ୍ଲା ବିଡିଓଙ୍କ ଗାଡ଼ିକୁ ପଥର ମାଡ଼ । ପଥର ମାଡ଼ କରି ୨ ଦୁର୍ବୃତ୍ତ ଫେରାର୍‌ ହୋଇଯାଇଛନ୍ତି । ବିଡିଓ ସୁରକ୍ଷିତ ଥିବାବେଳେ ଡ୍ରାଇଭର ଆହତ ହୋଇଛନ୍ତି । ଏକ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ନୟାଗଡ଼ ଜିଲ୍ଲା ନଛିପୁର ଗାଁ ନିକଟରେ ଦଶପଲ୍ଲା ବିଡିଓ ଶରତ ଚନ୍ଦ୍ର ମଲ୍ଲିକଙ୍କ ସରକାରୀ ଗାଡ଼ି ଉପରକୁ ଅଜଣା ଦୁର୍ବୃତ୍ତମାନେ ପଥର ମାଡ଼ କରିଛନ୍ତି। ଏହି ଆକ୍ରମଣରୁ ବିଡିଓ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କ ଗାଡ଼ିର ସାମ୍ନା କାଚ ସମ୍ପୂର୍ଣ୍ଣ ଭାଙ୍ଗିଯିବା ସହ ଡ୍ରାଇଭର ଆହତ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ରଥଖଳାରେ ଶୋକର ଛାୟା: ତାଳଧ୍ୱଜ ରଥ ନିର୍ମାଣକାରୀ ଭୋଇ ସେବାୟତଙ୍କ ହୃଦଘାତରେ ମୃତ୍ୟୁ

ମିଳିଥିବା ସୂଚନା ଅନୁଯାୟୀ, ବିଡିଓ ଶରତ ଚନ୍ଦ୍ର ମଲ୍ଲିକ ନଛିପୁର ପଞ୍ଚାୟତରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SIR) କାର୍ଯ୍ୟର ତଦାରଖ କରିବାକୁ ଯାଇଥିଲେ। ସେଠାରେ ସ୍ଥାନୀୟ ସରପଞ୍ଚଙ୍କ ସହ ମିଶି ଜଣେ ଅଗ୍ନିବିପନ୍ନଙ୍କୁ ସରକାରୀ ସହାୟତା ପ୍ରଦାନ କରି ଫେରୁଥିବା ସମୟରେ ଏହି ଘଟଣା ଘଟିଥିଲା। ରାସ୍ତାରେ ୨ ଜଣ ବାଇକ୍ ଆରୋହୀ ହଠାତ୍ ତାଙ୍କ ଗାଡ଼ି ଉପରକୁ ପଥର ମାଡ଼ କରି ଫେରାର୍ ହୋଇଯାଇଥିଲେ। ଏହି ଘଟଣା ପରେ ଦଶପଲ୍ଲା ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି ଏବଂ ପୋଲିସ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଆରମ୍ଭ କରିଛି। ତେବେ ଆକ୍ରମଣର ପ୍ରକୃତ ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଆହୁରି ପଢ଼ନ୍ତୁ: ଶଙ୍ଖ ଭବନରେ ବିଜେଡିର ସାଂଗଠନିକ ସମୀକ୍ଷା: ୭୦ ନିର୍ବାଚନମଣ୍ଡଳୀ ନେତାଙ୍କ ସହ ନବୀନଙ୍କ ଆଲୋଚନା

12 Jun 2026 By Madhusudan Das

ଦଶପଲ୍ଲା ବିଡିଓଙ୍କ ଗାଡ଼ି ଉପରକୁ ପଥର ମାଡ଼, ଅଳ୍ପକେ ବର୍ତ୍ତିଲେ ଅଧିକାରୀ

ନୟାଗଡ଼: ଦଶପଲ୍ଲା ବିଡିଓଙ୍କ ଗାଡ଼ିକୁ ପଥର ମାଡ଼ । ପଥର ମାଡ଼ କରି ୨ ଦୁର୍ବୃତ୍ତ ଫେରାର୍‌ ହୋଇଯାଇଛନ୍ତି । ବିଡିଓ ସୁରକ୍ଷିତ ଥିବାବେଳେ ଡ୍ରାଇଭର ଆହତ ହୋଇଛନ୍ତି । ଏକ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ନୟାଗଡ଼ ଜିଲ୍ଲା ନଛିପୁର ଗାଁ ନିକଟରେ ଦଶପଲ୍ଲା ବିଡିଓ ଶରତ ଚନ୍ଦ୍ର ମଲ୍ଲିକଙ୍କ ସରକାରୀ ଗାଡ଼ି ଉପରକୁ ଅଜଣା ଦୁର୍ବୃତ୍ତମାନେ ପଥର ମାଡ଼ କରିଛନ୍ତି। ଏହି ଆକ୍ରମଣରୁ ବିଡିଓ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କ ଗାଡ଼ିର ସାମ୍ନା କାଚ ସମ୍ପୂର୍ଣ୍ଣ ଭାଙ୍ଗିଯିବା ସହ ଡ୍ରାଇଭର ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ବିଡିଓ ଶରତ ଚନ୍ଦ୍ର ମଲ୍ଲିକ ନଛିପୁର ପଞ୍ଚାୟତରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SIR) କାର୍ଯ୍ୟର ତଦାରଖ କରିବାକୁ ଯାଇଥିଲେ। ସେଠାରେ ସ୍ଥାନୀୟ ସରପଞ୍ଚଙ୍କ ସହ ମିଶି ଜଣେ ଅଗ୍ନିବିପନ୍ନଙ୍କୁ ସରକାରୀ ସହାୟତା ପ୍ରଦାନ କରି ଫେରୁଥିବା ସମୟରେ ଏହି ଘଟଣା ଘଟିଥିଲା। ରାସ୍ତାରେ ୨ ଜଣ ବାଇକ୍ ଆରୋହୀ ହଠାତ୍ ତାଙ୍କ ଗାଡ଼ି ଉପରକୁ ପଥର ମାଡ଼ କରି ଫେରାର୍ ହୋଇଯାଇଥିଲେ। ଏହି ଘଟଣା ପରେ ଦଶପଲ୍ଲା ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି ଏବଂ ପୋଲିସ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଆରମ୍ଭ କରିଛି। ତେବେ ଆକ୍ରମଣର ପ୍ରକୃତ ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର