ରାଜଧାନୀରେ କୁଖ୍ୟାତ ଡ୍ରଗ୍ସ ମାଫିଆକୁ ଏନକାଉଣ୍ଟର, କଟକ ଏସସିବି ସ୍ଥାନାନ୍ତର

Madhusudan Das Picture
Published On

ଭୁବନେଶ୍ୱର: ରାଜଧାନୀରେ ଏନକାଉଣ୍ଟର । କୁଖ୍ୟାତ ଡ୍ରଗ୍ସ ମାଫିଆକୁ ଏନକାଉଣ୍ଟର । ଗଞ୍ଜାମ ଜଗନ୍ନାଥ ପ୍ରସାଦର ପପୁନ ମାଝୀକୁ ଏନକାଉଣ୍ଟର। ହାର୍ଡକୋର ନିଶା ମାଫିଆଙ୍କୁ ଏନକାଉଣ୍ଟର କରି ଘାଇଲା କଲା ସ୍ପେଶାଲ କ୍ରାଇମ ୟୁନିଟ। ଇନ୍ଫୋଭ୍ୟାଲି ଥାନା ଅରିସଲ ନିକଟରେ ପପୁନ ଏକ ନିଶା ସାମଗ୍ରୀ ବିକ୍ରି ନେଇ ଖବର ପାଇବା ପରେ ଚଢ଼ାଉ କରିଥିଲା ସ୍ପେଶାଲ କ୍ରାଇମ ୟୁନିଟ। ପୋଲିସକୁ ଦେଖି ଖସିଯିବାକୁ ଉଦ୍ୟମ କରୁଥିଲା ଅଭିଯୁକ୍ତ ଜଣଙ୍କ । ଏପରିକି ପୋଲିସ ଉପରକୁ ଗୁଳିମାଡ଼ କରିଥିଲା। ପୋଲିସ ଆତ୍ମରକ୍ଷା ପାଇଁ ପାଲଟା ଗୁଳିଚାଳନା ବେଳେ ଆହତ ହୋଇଥିଲେ ପପୁନ । ତାକୁ ପ୍ରାଥମିକ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି । ଅପରାଧୀଙ୍କୁ ଦମନ ପାଇଁ ସାରା ଓଡ଼ିଶାରେ ଜାରି ରହିଛି ଏନକାଉଣ୍ଟର ଫଣ୍ଡା।

ଆହୁରି ପଢ଼ନ୍ତୁ: ଆଜି ମା'ଙ୍କ ଭସାଣି: ସୁରକ୍ଷା ପାଇଁ ଭୁବନେଶ୍ୱରରେ ମୁତୟନ ହେବେ ୪୮ ପ୍ଲାଟୁନ୍ ପୋଲିସ, DJ ଉପରେ କଟକଣା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର