ମାଲକାନଗିରିରେ ପ୍ରବଳ ବର୍ଷା : କୋରକୋଣ୍ଡା ପୋଲ ଉପରେ ପାଣି, ଯାତାୟାତ ବନ୍ଦ
ମାଲକାନଗିରି: ଲଗାଣ ବର୍ଷା ପରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ବୁଡିଛି କୋରକୋଣ୍ଡା ପୋଲ । ବ୍ରିଜ୍ ଉପରେ ୩-୪ ଫୁଟ ଉଚ୍ଚତାରେ ବର୍ଷା ପାଣି ପ୍ରବାହିତ ହେଉଛି । ଫଳରେ ମାଲକାନଗିରିରୁ ବାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପୋଲର ଉଭୟ ପାର୍ଶ୍ଵରେ ବହୁ ଗାଡ଼ିମୋଟର ଅଟକି ରହିଛି । ଶହ ଶହ ଲୋକେ ଫସି ରହିଛନ୍ତି । ମାଲକାନଗିରି ଓ ବାଲିମେଳା ଭିତରେ କୋରକୋଣ୍ଡା ପୋଲ […]
ମାଲକାନଗିରି: ଲଗାଣ ବର୍ଷା ପରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ବୁଡିଛି କୋରକୋଣ୍ଡା ପୋଲ । ବ୍ରିଜ୍ ଉପରେ ୩-୪ ଫୁଟ ଉଚ୍ଚତାରେ ବର୍ଷା ପାଣି ପ୍ରବାହିତ ହେଉଛି । ଫଳରେ ମାଲକାନଗିରିରୁ ବାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପୋଲର ଉଭୟ ପାର୍ଶ୍ଵରେ ବହୁ ଗାଡ଼ିମୋଟର ଅଟକି ରହିଛି । ଶହ ଶହ ଲୋକେ ଫସି ରହିଛନ୍ତି । ମାଲକାନଗିରି ଓ ବାଲିମେଳା ଭିତରେ କୋରକୋଣ୍ଡା ପୋଲ ହିଁ ଲୋକଙ୍କ ଲାଇଫଲାଇନ୍ । ଲଗାଣ ବର୍ଷାରେ ବଢ଼ି ଆସିଥିବାରୁ କୋରକୋଣ୍ଡା ପୋଲ ବୁଡ଼ିଥିବାରୁ ବାଧାପ୍ରାପ୍ତ ହୋଇଛି । ପରିସ୍ଥିତି ଉପରେ ନଜର ରଖିଛନ୍ତି ପୋଲିସ ଓ ପ୍ରଶାସନିକ ଅଧିକାରୀ ।