ଶ୍ରୀମନ୍ଦିର ଉତ୍ତର ଦ୍ୱାର ଗୁମୁଟରେ ଲାଗିବ ପିତ୍ତଳ ଆଚ୍ଛାଦିତ ନୂଆଦ୍ୱାର

Madhusudan Das Picture
Published On

ପୁରୀ: ଶ୍ରୀମନ୍ଦିର ଉତ୍ତରଦ୍ୱାରରେ ଲାଗିବ ନୂଆ ଦ୍ୱାର। ହସ୍ତୀ ଦ୍ୱାର ତଥା ଉତ୍ତର ଦ୍ୱାର ଭିତର ଗୁମୁଟରେ ଲାଗିବ ପିତ୍ତଳ ଆଚ୍ଛାଦିତ ବର୍ମାଟିକ କାଠରେ ପ୍ରସ୍ତୁତ ନୂଆ ଦ୍ୱାର। ଜଣେ ଓଡ଼ିଆ ଦାତାଙ୍କ ଆଗ୍ରହ ଓ ଦାନରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇଛି। ଏହା ଦେଖିବା ପାଇଁ ଅତି ସୁନ୍ଦର ହୋଇଛି। ଏହି ଦ୍ୱାରର ଲମ୍ବ ୧୩ଫୁଟ୍‌ ୬ ଇଞ୍ଚ, ଚଉଡା ଫ୍ରେମ୍‌ ୪୨ ଇଞ୍ଚ ରହିଥିବା ବେଳେ ଦ୍ୱାରର ପଛପଟ ପଟାର ଲମ୍ବ ୧୩ ଫୁଟ ୧୦ ଇଞ୍ଚ୍‌, ଚଉଡା ୪୮ ଇଞ୍ଚ ରହିଛି। ଏଥିରେ ୩ କ୍ୱିଣ୍ଟାଲ ପିତ୍ତଳ ବ୍ୟବହାର କରାଯାଇଛି। ଏହି ଦ୍ୱାର କଟକ ନିକଟସ୍ଥ ତାରପୁର ବରତି ଗ୍ରାମରେ ପ୍ରସ୍ତୁତ କରାଯାଇଛି। କାରିଗର ପ୍ରମୋଦ ଓଝା ଓ ସହଯୋଗୀମାନେ ମିଶି ୩ ମାସ ଧରି ଉକ୍ତ ଦ୍ୱାରର ନିର୍ମାଣ କରିଥିଲେ। ଶୁକ୍ରବାର ଏହି ନୂତନ କବାଟ ଉତ୍ତର ଦ୍ୱାରଠାରେ ପହଞ୍ଚିଛି। ଆସିଥିବା କାରିଗରମାନେ ରାତିରେ ଏହି ଦ୍ୱାରକୁ ଲଗାଇବାର କାର୍ଯ୍ୟକ୍ରମ ରହିଛି।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ଉତ୍ତରଦ୍ୱାର ଭିତର ଗୁମୁଟ ଦ୍ୱାରକୁ ପିତ୍ତଳ ଆଚ୍ଛାଦିତ କରିବା ପାଇଁ ଜଣେ ଓଡ଼ିଆ ଦାତା ଶ୍ରୀମନ୍ଦିର ପ୍ରଶାସନକୁ ଆଗ୍ରହ ପ୍ରକାଶ କରିଥିଲେ। ପ୍ରଶାସନ ଅନୁମତି ଦେବା ପରେ କବାଟ ଉପରେ ଲାଗିବାକୁ ଥିବା ପିତ୍ତଳ ଚାଦର ଡିଜାଇନକୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅନୁମୋଦନ ଦେଇଥିଲେ। ଅନୁମୋଦନ ପରେ ଦାତାଜଣଙ୍କ କବାଟର ମାପଚୁପ କରି ନେଇଥିଲେ। ବାହାରୁ ଅତି ଉଚ୍ଚମାନର ପିତ୍ତଳ ମଗାଇ ଅନୁମୋଦିତ ଡିଜାଇନ ଅନୁଯାୟୀ ଏହାକୁ ତିଆରି କରିଥିଲେ। ଏହା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବର୍ମାଟିକ କାଠରେ ଉତ୍ତର ଦ୍ୱାର ଭିତର ଗୁମୁଟ ପାଇଁ ନୂଆ କବାଟ ତିଆରି କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ସୂଚନାଯୋଗ୍ୟ, ଅରୁଣ ସ୍ତମ୍ଭ ଚତୁଃପାର୍ଶ୍ବରେ ଲାଗିଥିବା ପିତ୍ତଳ ବ୍ୟାରିକେଡ୍‌ ଯେଉଁ ଦାତା ପ୍ରଦାନ କରିଥିଲେ, ସେହି ଦାତା ହିଁ ଏହା ପ୍ରଦାନ କରିଛନ୍ତି। ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏଭଳି ଦାତାମାନେ ଆଗେଇ ଆସୁଥିବାରୁ ଭକ୍ତମାନେ ଖୁସିବ୍ୟକ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର