ଡିଜେଲ ଅଭାବରୁ ଚିଲିକା ମଝିରେ ଫସିଲେ ମତ୍ସ୍ୟଜୀବୀ, ଟାପୁରେ ନେଇଛନ୍ତି ଆଶ୍ରୟ

Madhusudan Das Picture
Published On

କଣାସ: ଡିଜେଲ ଅଭାବରୁ ମଝି ଚିଲିକାରେ ଡଙ୍ଗା ସହ ଫସିଲେ ମତ୍ସ୍ୟଜୀବୀ । ଚିଲିକା ଭିତରେ ଥିବା ଛୋଟ ଛୋଟ ଟାପୁରେ ନେଇଛନ୍ତି ଆଶ୍ରୟ । କଣାସ ଅଞ୍ଚଳର ୪୦ଟି ଡଙ୍ଗା ସହ ଶତାଧିକ ମତ୍ସ୍ୟଜୀବୀ ଫସି ରହିଥିବା ସୂଚନା । କଣାସ ଜାଗୁଳାଇପଦର ଠାରୁ ୮ କିଲୋମିଟର ଦୂରରେ ଥିବା ଦୟାନଦୀ ମୁହାଣରେ ବି ଏକାଧିକ ଡଙ୍ଗା ତେଲ ଅଭାବରୁ କୂଳରେ ଲାଗିଛି ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

ତେଲ ମିଳୁନଥିବାରୁ ପୁରୀ ଜିଲ୍ଲା କଣାସ ଅଞ୍ଚଳ ମତ୍ସ୍ୟଜୀବୀ ଚିଲିକା ଭିତରକୁ ମାଛ ଧରିବାକୁ ଯାଇ ସମୁଦ୍ରରେ ପସିରହିଥିବା ଜଣାପଡ଼ିଛି । ୪୦ରୁ ଅଧିକ ଡଙ୍ଗାରେ ଶତାଧିକ ମତ୍ସ୍ୟଜୀବୀ ମାଛ ଧରିବାକୁ ଯାଇଥିଲେ । ମାତ୍ର ବୋଟରୁ ତେଲ ସରିଯିବାରୁ ଚିଲିକା ମଝିରେ ଥିବା କିଛି ଟାପୁରେ ଆଶ୍ରୟ ନେଇଛନ୍ତି । ଡିଜେଲ ଅଭାବରୁ ସେମାନେ ଆସି ପାରୁନଥିବା ଫୋନ ଯୋଗେ ପରିବାର ଲୋକଙ୍କୁ ଜଣାଇଛନ୍ତି । 

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି, ଆସିପାରେ ବଡ଼ ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର