ଅଧାବାଟରେ ଆମ୍ବୁଲାନ୍ସରୁ ସରିଗଲା ପେଟ୍ରୋଲ, ଚାଲିଗଲା ରୋଗୀର ଜୀବନ !

Madhusudan Das Picture
Published On

କଟକ: ରାଜ୍ୟରେ କୃତ୍ରିମ ତୈଳ ସଙ୍କଟ ଭିତରେ ସାମ୍ନାକୁ ଆସିଛି ହୃଦୟବିଦାରକ ଖବର । ଅଧାବାଟରେ ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ । ମୃତକ ହେଲେ କେନ୍ଦ୍ରାପଡ଼ା ଅଞ୍ଚଳର ପ୍ରକାଶ କୁମାର ତାଣ୍ଡି । ରୋଗୀଜନକ ଏସସିବି ମେଡିକାଲରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର ବେଳେ କାଠଯୋଡ଼ି ପୋଲ ଉପରେ ଆମ୍ବୁଲାନ୍ସରୁ ତେଲ ସରି ଯାଇଥିଲା । ଯେଉଁଥିପାଇଁ ପ୍ରକାଶଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ଆହୁରି ପଢ଼ନ୍ତୁ: ଗଛରେ ଝୁଲନ୍ତା ଅବସ୍ଥାରେ କଲରାପତରିଆ ବାଘର ମୃତଦେହ ଠାବ, ତଦନ୍ତ ଆରମ୍ଭ

ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଅଞ୍ଚଳର ଜଣେ ଯୁବକ ବିଷପିଇ ଗୁରୁତର ହେବାରୁ ପରିବାର ଲୋକେ କଟକ ଏସସିବି ମେଡିକାଲକୁ ଆଣିଥିଲେ। ତେବେ ସେଠାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଯୁବକକୁ ଆମ୍ବୁଲାନ୍ସରେ ସ୍ଥାନାନ୍ତର କରିଥିଲେ। ଯିବାବେଳେ କାଠଯୋଡ଼ି ନଦୀ ବ୍ରିଜ ଉପରେ ହଠାତ୍ ଆମ୍ୱୁଲାନ୍ସର ପେଟ୍ରୋଲ ଶେଷ ହୋଇଯାଇଥିଲା। ତେଲ ସରିଯିବାରୁ ରାସ୍ତାରେ ଅଟକିଥିଲା ଆମ୍ବୁଲାନ୍ସ। ଫଳରେ କିଛି ସମୟ ପରେ ରୋଗୀର ମୃତ୍ୟୁ ହୋଇଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏମିତିକି ଆମ୍ବୁଲାନ୍ସର ଅକ୍ସିଜେନ ମଧ୍ୟ ଶେଷ ହୋଇଯାଇଥିବା ସେମାନେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ୧୦୮ ଆମ୍ବୁଲାନ୍ସରେ ସୁରକ୍ଷିତ ପ୍ରସବ: ଇ.ଏମ.ଟିଙ୍କ ତତ୍ପରତାରେ ମା' ଓ ଶିଶୁଙ୍କ ଜୀବନ ରକ୍ଷା

15 May 2026 By Madhusudan Das

ଅଧାବାଟରେ ଆମ୍ବୁଲାନ୍ସରୁ ସରିଗଲା ପେଟ୍ରୋଲ, ଚାଲିଗଲା ରୋଗୀର ଜୀବନ !

କଟକ: ରାଜ୍ୟରେ କୃତ୍ରିମ ତୈଳ ସଙ୍କଟ ଭିତରେ ସାମ୍ନାକୁ ଆସିଛି ହୃଦୟବିଦାରକ ଖବର । ଅଧାବାଟରେ ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ । ମୃତକ ହେଲେ କେନ୍ଦ୍ରାପଡ଼ା ଅଞ୍ଚଳର ପ୍ରକାଶ କୁମାର ତାଣ୍ଡି । ରୋଗୀଜନକ ଏସସିବି ମେଡିକାଲରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର ବେଳେ କାଠଯୋଡ଼ି ପୋଲ ଉପରେ ଆମ୍ବୁଲାନ୍ସରୁ ତେଲ ସରି ଯାଇଥିଲା । ଯେଉଁଥିପାଇଁ ପ୍ରକାଶଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଅଞ୍ଚଳର ଜଣେ ଯୁବକ ବିଷପିଇ ଗୁରୁତର ହେବାରୁ ପରିବାର ଲୋକେ କଟକ ଏସସିବି ମେଡିକାଲକୁ ଆଣିଥିଲେ। ତେବେ ସେଠାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଯୁବକକୁ ଆମ୍ବୁଲାନ୍ସରେ ସ୍ଥାନାନ୍ତର କରିଥିଲେ। ଯିବାବେଳେ କାଠଯୋଡ଼ି ନଦୀ ବ୍ରିଜ ଉପରେ ହଠାତ୍ ଆମ୍ୱୁଲାନ୍ସର ପେଟ୍ରୋଲ ଶେଷ ହୋଇଯାଇଥିଲା। ତେଲ ସରିଯିବାରୁ ରାସ୍ତାରେ ଅଟକିଥିଲା ଆମ୍ବୁଲାନ୍ସ। ଫଳରେ କିଛି ସମୟ ପରେ ରୋଗୀର ମୃତ୍ୟୁ ହୋଇଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏମିତିକି ଆମ୍ବୁଲାନ୍ସର ଅକ୍ସିଜେନ ମଧ୍ୟ ଶେଷ ହୋଇଯାଇଥିବା ସେମାନେ ଅଭିଯୋଗ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର