ନିଟ୍ ୟୁଜି-୨୦୨୬ ପରୀକ୍ଷା ବାତିଲ ପ୍ରସଙ୍ଗ: ବିଜେପିର ନୂଆ ପରିଚୟ ‘ଲିକ୍‌ ଇଣ୍ଡିଆ’ବୋଲି କହିଲା ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ବିଜେପି ସରକାରରେ ପେପର୍‌ ଲିକ୍‌ ହୋଇ ପରୀକ୍ଷା ବାତିଲ ହେବା ଏକ ନିତିଦିନିଆ ଘଟଣା ହୋଇଗଲାଣି। ନ୍ୟୁ-ଇଣ୍ଡିଆର ସ୍ୱପ୍ନ ଦେଖାଇ କ୍ଷମତାକୁ ଆସିଥିବା ବିଜେପି ଏବେ ଲିକ୍‌ ଇଣ୍ଡିଆର ପରିଚୟ ସୃଷ୍ଟି କରିଛି। ବିଗତ ୬ ବର୍ଷ ମଧ୍ୟରେ ଚାରି ଚାରିଥର ନିଟ୍‌ ପରୀକ୍ଷା ବାତିଲ୍‌ ହେବା ଦୁର୍ଭାଗ୍ୟଜନକ କହି ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ। କେନ୍ଦ୍ର ସରକାର ୨୨ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳିଛନ୍ତି। ଜଣେ ପରୀକ୍ଷାର୍ଥୀଙ୍କ ପରିଶ୍ରମ ବୁଝିବାକୁ ଏ ସରକାର ଅସମର୍ଥ। ଚାରି ଚାରିଥର ନିଟ୍‌ ପେପର୍‌ ଲିକ୍‌ ଘଟଣା ସରକାରଙ୍କ ଅପାରଗତାକୁ ପଦାରେ ପକାଇଛି ବୋଲି କହି ବିଜେଡି ବିଷୋଦ୍‌ଗାର କରିଛି। 

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ମଙ୍ଗଳବାର ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ କହିଥିଲେ ଯେ ନିଟ୍‌ ପରୀକ୍ଷାର ପେପର୍‌ ଲିକ୍‌ ଘଟଣାରୁ ଜଣାପଡ଼ୁଛି ଯେ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ଦେଶର ଶିକ୍ଷା ବ୍ୟବସ୍ଥା ନାହିଁ। ଦେଶର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସବୁବେଳେ ଦଳୀୟ କାର୍ଯ୍ୟକ୍ରମରେ ନିୟୋଜିତ ହୋଇ ବିଭାଗର ଦାୟିତ୍ୱ କଥା ପାସୋରି ଯାଉଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ମନ ଓଡ଼ିଶାରେ ଥିବା ବେଳେ ଦେହ ଦିଲ୍ଲୀରେ ରହୁଥିବାରୁ ବାରମ୍ୱାର ନିଟ୍‌ ପରୀକ୍ଷାର ପେପର୍‌ ଲିକ୍‌ ହେଉଛି। ଶ୍ରୀ ପ୍ରଧାନ ନିର୍ବାଚନ ପରିଚାଳନା ଠିକ୍‌ ଭାବେ ତୁଲାଉଥିବା ବେଳେ ନିଜ ବିଭାଗର ଦାୟିତ୍ୱ ଠିକ୍‌ ଭାବେ କ’ଣ ପାଇଁ ତୁଲାଇ ପାରୁନାହାନ୍ତି ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଥିଲେ। ଯଦି ନିଜ ବିଭାଗର ଦାୟିତ୍ୱ ତୁଲାଇ ପାରୁନାହାନ୍ତି, ନୈତିକତା ଦୃଷ୍ଟିରୁ ତୁରନ୍ତ ଇସ୍ତଫା ଦିଅନ୍ତୁ।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଈପ୍ସିତା ସାହୁ କହିଥିଲେ ଯେ କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ଗୁରୁ ଯେମିତି, ରାଜ୍ୟରେ ତାଙ୍କ ଶିଷ୍ୟ କହୁଥିବା ଶିକ୍ଷାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ମଧ୍ୟ ଠିକ୍‌ ସେମିତି। ରାଜ୍ୟରେ ବିଗତ ୨୩ ମାସ ଭିତରେ ୨୩ଟି ପେପର୍‌ ଲିକ୍‌ ହୋଇସାରିଲାଣି। ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ରାଜ୍ୟ ସରକାର ଖେଳ ଖେଳୁଛନ୍ତି। ପରୀକ୍ଷାର୍ଥୀମାନେ ରାତି ଅନିଦ୍ରା ହୋଇ ପାଠପଢ଼ି ଫଳାଫଳକୁ ଅପେକ୍ଷା କରିଥିବା ବେଳେ ତାଙ୍କ ଭାଗ୍ୟ ସହ ଖେଳୁଥିବା ବିଜେପି ନେତାମାନେ ସେ କଷ୍ଟକୁ ଅନୁଭବ କରିପାରୁ ନାହାନ୍ତି। ତେଣୁ ବାରମ୍ୱାର ରାଜ୍ୟ ଏବଂ ଦେଶରେ ପେପର୍‌-ଲିକ୍‌ ଭଳି ଘଟଣା ଦେଖିବାକୁ ମିଳୁଛି ବୋଲି ସେ ମତବ୍ୟକ୍ତ କରିଥିଲେ।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ଉପରେ ବିଜେଡିର ପ୍ରତିକ୍ରିୟା: ଦୁଇ ବର୍ଷର ଶିଳ୍ପ ପ୍ରଗତି ଉପରେ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର