ମନୋରଞ୍ଜନ

ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: ନାଗା ଚୈତନ୍ୟଙ୍କୁ ନେଇ ଥିବା ଡିପଫେକ୍ ଏବଂ ଅଶ୍ଳୀଳ ଏଆଇ କଣ୍ଟେଣ୍ଟ ହଟାଇବାକୁ ୨୪ ଘଣ୍ଟାର ମୋହଲତ
'କାଲା ହିରଣ' ଫିଲ୍ମ ଉପରେ ସଲମାନ ଖାନଙ୍କ ବଡ଼ ଆକ୍ସନ: ନିର୍ମାତାଙ୍କୁ ପଠାଇଲେ ଲିଗାଲ ନୋଟିସ
ଲତା ମଙ୍ଗେସକରଙ୍କ ଯୁଗରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କିମ୍ବଦନ୍ତୀ ଗାୟିକା ସୁମନ କଲ୍ୟାଣପୁରଙ୍କ ପରଲୋକ
'ଗର୍ଭାବସ୍ଥାରେ ଦେବୀ, ମା' ହେବା ପରେ ମୋଟୀ ଡାକୁଛନ୍ତି': ପ୍ରସବ ପରେ ମହିଳାଙ୍କ ପ୍ରତି ସମାଜର ଦୃଷ୍ଟିକୋଣକୁ ନେଇ କିଆରା ଆଡଭାନୀଙ୍କ ବଡ଼ ବୟାନ
'ସୁକେଶଙ୍କ ସହ ସାମିଲ ଥିଲେ ଜ୍ୟାକଲିନ୍': ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଅଭିନେତ୍ରୀଙ୍କୁ 'ପୀଡ଼ିତା' ବଦଳରେ 'ଅଭିଯୁକ୍ତ' କହିଲେ କୋର୍ଟ

ଓଡିଶାରେ ଆଇନର ଶାସନ ନାହିଁ, ଜଙ୍ଗଲରାଜ ଚାଲିଛି : ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ହିଂସାକାଣ୍ଡ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାର ଘଟଣାକୁ ଅନୁଧ୍ୟାନ କଲେ, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଓ ଗୃହ ବିଭାଗର ବିଫଳତା ସମ୍ପୂର୍ଣ୍ଣ ପଦାରେ ପଡିଛି କହି ବିଜେପି ସରକାରକୁ କଡା ସମାଲୋଚନା କରିଛି ବିଜେଡି ।

ଆହୁରି ପଢ଼ନ୍ତୁ: ଆସନ୍ତା ୩୦ରୁ ରାଜ୍ୟରେ SIR: କାର୍ଯ୍ୟକ୍ରମର ସୁପରିଚାଳନା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ

ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ ରାଜ୍ୟରେ ଆଇନର ଶାସନ ପ୍ରତିଷ୍ଠା କରିବାରେ ସରକାର ବିଫଳ ହୋଇଛନ୍ତି ବୋଲି କହିଛନ୍ତି ।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ଥାନାରେ ଥାର୍ଡ ଡିଗ୍ରି, ନିଲମ୍ୱିତ ହେଲେ ତାଳଚୁଆ ମେରାଇନ୍ ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନା

ଡ. ମହାନ୍ତି କହିଛନ୍ତି ଯେ, ଆଜିର ଦିନରେ ଓଡିଶାରେ ଆଇନଶୃଙ୍ଖଳା ପରିସ୍ଥିତି ଧ୍ୱଂସ ହୋଇଯାଇଛି । ଡବଲ ଇଞ୍ଜିନ ସରକାରର ଅପାରଗତା ଓ ଉଦାସୀନତା ଯୋଗୁଁ ଗତ ୧ ସପ୍ତାହ ମଧ୍ୟରେ ଢେଙ୍କାନାଳ, ହିଞ୍ଜିଳି, କଣାସ, ବାଲିଅନ୍ତା, ବାଲିପାଟଣାରେ ଜଘନ୍ୟ ଘଟଣା ଘଟିଛି । ସରକାରୀ ସ୍ତରରେ ନିଷ୍କି୍ରୟତା ଯୋଗୁଁ ରାଜ୍ୟରେ ପୋଲିସ ବ୍ୟବସ୍ଥା ଦୁର୍ବଳ ହୋଇପଡିଛି । ପୋଲିସ ଷ୍ଟେସନ ଗୁଡିକ ବିଜେପିର କାର୍ଯ୍ୟାଳୟ ପାଲଟିଛି । 

ଆହୁରି ପଢ଼ନ୍ତୁ: ଜଳିଗଲା ଆମ୍ବୁଲାନ୍ସ; ରୋଗୀ ଆଣିବାକୁ ଯାଉଥିବା ବେଳେ ଚଳନ୍ତା ଆମ୍ବୁଲାନ୍ସରେ ଲାଗିଲା ନିଆଁ

ଇପ୍ସିତା ସାହୁ କହିଛନ୍ତି ଯେ, ବିଜେପି ନେତାମାନେ ବିଧାନସଭା ଭିତରେ ୨୪ ବର୍ଷର ୫-ଟି ନାଁ ଧରିକି ଘୋଷି ହେଉଛନ୍ତି । ବର୍ତ୍ତମାନ ବିଜେପି ସରକାରରେ ୨୪ ଘଣ୍ଟାରେ ୫ଟି ଛାତି ଥରାଇ ଦେଲା ଭଳି ଘଟଣା ଘଟିଛି । ଭାରତ ଇତିହାସରେ ସ୍ୱାଧୀନତା ପରେ ଏଭଳି ଘଟଣା କେଉଁଠି ଘଟିନଥିବ । ପୋଲିସ ଡିଜି ସ୍ୱୀକାର କରିଛନ୍ତି, ସାଧାରଣ ଜନତା ଅସୁରକ୍ଷିତ ଅନୁଭବ କରୁଛନ୍ତି ।ଡିଜିଙ୍କ କଥାରେ ଗୁରୁତ୍ୱ ଅଛି, କାରଣ ଓଡିଶା ଇତିହାସରେ ଏହା ପ୍ରଥମ । ଆମେରିକା ଭଳି ରାଷ୍ଟ୍ର ନିଜ ନାଗରିକଙ୍କୁ ଓଡିଶା ନଯିବା ପାଇଁ ଆଡ଼ଭାଇଜରି ଜାରି କରିଥିଲା । ଏଥିରେ ଦର୍ଶାଇଥିଲା ଓଡିଶାରେ ନାରୀ ଅସୁରକ୍ଷିତ । 

ଇପ୍ସୀତା ସାହୁ ଆହୁରି କହିଥିଲେ, ଗତକାଲି ରାୟଗଡା ସହରରେ ଜଣେ ଦଳିତ ଯୁବକଙ୍କୁ ଅପହରଣ ପରେ ଗୁଳି କରି ହତ୍ୟା କଲା ପରେ ନାଗାବଳୀ ନଦୀ କୂଳରେ ଫିଙ୍ଗି ଦେଇଥିଲେ ଦୁର୍ବୁତ୍ତ । ନୟାଗଡ଼ ଜିଲ୍ଲା ଓଡଗାଁ ଠାରେ ପଥର ମାଫିଆଙ୍କ ବିରୋଧରେ ପୋଲିସକୁ ସୂଚନା ଦେବାରୁ ଜଣେ ଯୁବକଙ୍କୁ ଖଣ୍ଡ ଖଣ୍ଡ କରି ହାଣି ମାରି ଦେଲେ ମାଫିଆ । ସେହିପରି ମହାକାଳପଡା ଜମ୍ବୁରେ ୨ଟି ବାଇକରେ ଆସି ଖରିନାସୀରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କଲେ । ଅନ୍ୟପଟେ ସୋରରେ ମହିଳାଙ୍କୁ କଟୁରୀରେ ହାଣି ହତ୍ୟା କରାଯାଇଥିଲା । ଶ୍ରୀମନ୍ଦିର ପ୍ରଶାସନ ବୈଠକ ଚାଲିଥିବା ବେଳେ ମହିଳା କନେଷ୍ଟବଳକୁ ଅଟୋ ଡ୍ରାଇଭର ଅପହରଣ କରିବାକୁ ଚେଷ୍ଟା କରିଥିଲେ । ଏହି ରାଜ୍ୟରେ ଆଇନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବାରେ ଏ ସରକାର ସମ୍ପୂର୍ଣ୍ଣ ବିଫଳ । ସାଧାରଣ ଜନତାଙ୍କୁ ନ୍ୟାୟ ଦେବା ପାଇଁ ବିଜୁ ଛାତ୍ର ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ।

11 May 2026 By Madhusudan Das

ଓଡିଶାରେ ଆଇନର ଶାସନ ନାହିଁ, ଜଙ୍ଗଲରାଜ ଚାଲିଛି : ବିଜେଡି

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ହିଂସାକାଣ୍ଡ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାର ଘଟଣାକୁ ଅନୁଧ୍ୟାନ କଲେ, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଓ ଗୃହ ବିଭାଗର ବିଫଳତା ସମ୍ପୂର୍ଣ୍ଣ ପଦାରେ ପଡିଛି କହି ବିଜେପି ସରକାରକୁ କଡା ସମାଲୋଚନା କରିଛି ବିଜେଡି ।

ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ ରାଜ୍ୟରେ ଆଇନର ଶାସନ ପ୍ରତିଷ୍ଠା କରିବାରେ ସରକାର ବିଫଳ ହୋଇଛନ୍ତି ବୋଲି କହିଛନ୍ତି ।

ଡ. ମହାନ୍ତି କହିଛନ୍ତି ଯେ, ଆଜିର ଦିନରେ ଓଡିଶାରେ ଆଇନଶୃଙ୍ଖଳା ପରିସ୍ଥିତି ଧ୍ୱଂସ ହୋଇଯାଇଛି । ଡବଲ ଇଞ୍ଜିନ ସରକାରର ଅପାରଗତା ଓ ଉଦାସୀନତା ଯୋଗୁଁ ଗତ ୧ ସପ୍ତାହ ମଧ୍ୟରେ ଢେଙ୍କାନାଳ, ହିଞ୍ଜିଳି, କଣାସ, ବାଲିଅନ୍ତା, ବାଲିପାଟଣାରେ ଜଘନ୍ୟ ଘଟଣା ଘଟିଛି । ସରକାରୀ ସ୍ତରରେ ନିଷ୍କି୍ରୟତା ଯୋଗୁଁ ରାଜ୍ୟରେ ପୋଲିସ ବ୍ୟବସ୍ଥା ଦୁର୍ବଳ ହୋଇପଡିଛି । ପୋଲିସ ଷ୍ଟେସନ ଗୁଡିକ ବିଜେପିର କାର୍ଯ୍ୟାଳୟ ପାଲଟିଛି । 

ଇପ୍ସିତା ସାହୁ କହିଛନ୍ତି ଯେ, ବିଜେପି ନେତାମାନେ ବିଧାନସଭା ଭିତରେ ୨୪ ବର୍ଷର ୫-ଟି ନାଁ ଧରିକି ଘୋଷି ହେଉଛନ୍ତି । ବର୍ତ୍ତମାନ ବିଜେପି ସରକାରରେ ୨୪ ଘଣ୍ଟାରେ ୫ଟି ଛାତି ଥରାଇ ଦେଲା ଭଳି ଘଟଣା ଘଟିଛି । ଭାରତ ଇତିହାସରେ ସ୍ୱାଧୀନତା ପରେ ଏଭଳି ଘଟଣା କେଉଁଠି ଘଟିନଥିବ । ପୋଲିସ ଡିଜି ସ୍ୱୀକାର କରିଛନ୍ତି, ସାଧାରଣ ଜନତା ଅସୁରକ୍ଷିତ ଅନୁଭବ କରୁଛନ୍ତି ।ଡିଜିଙ୍କ କଥାରେ ଗୁରୁତ୍ୱ ଅଛି, କାରଣ ଓଡିଶା ଇତିହାସରେ ଏହା ପ୍ରଥମ । ଆମେରିକା ଭଳି ରାଷ୍ଟ୍ର ନିଜ ନାଗରିକଙ୍କୁ ଓଡିଶା ନଯିବା ପାଇଁ ଆଡ଼ଭାଇଜରି ଜାରି କରିଥିଲା । ଏଥିରେ ଦର୍ଶାଇଥିଲା ଓଡିଶାରେ ନାରୀ ଅସୁରକ୍ଷିତ । 

ଇପ୍ସୀତା ସାହୁ ଆହୁରି କହିଥିଲେ, ଗତକାଲି ରାୟଗଡା ସହରରେ ଜଣେ ଦଳିତ ଯୁବକଙ୍କୁ ଅପହରଣ ପରେ ଗୁଳି କରି ହତ୍ୟା କଲା ପରେ ନାଗାବଳୀ ନଦୀ କୂଳରେ ଫିଙ୍ଗି ଦେଇଥିଲେ ଦୁର୍ବୁତ୍ତ । ନୟାଗଡ଼ ଜିଲ୍ଲା ଓଡଗାଁ ଠାରେ ପଥର ମାଫିଆଙ୍କ ବିରୋଧରେ ପୋଲିସକୁ ସୂଚନା ଦେବାରୁ ଜଣେ ଯୁବକଙ୍କୁ ଖଣ୍ଡ ଖଣ୍ଡ କରି ହାଣି ମାରି ଦେଲେ ମାଫିଆ । ସେହିପରି ମହାକାଳପଡା ଜମ୍ବୁରେ ୨ଟି ବାଇକରେ ଆସି ଖରିନାସୀରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କଲେ । ଅନ୍ୟପଟେ ସୋରରେ ମହିଳାଙ୍କୁ କଟୁରୀରେ ହାଣି ହତ୍ୟା କରାଯାଇଥିଲା । ଶ୍ରୀମନ୍ଦିର ପ୍ରଶାସନ ବୈଠକ ଚାଲିଥିବା ବେଳେ ମହିଳା କନେଷ୍ଟବଳକୁ ଅଟୋ ଡ୍ରାଇଭର ଅପହରଣ କରିବାକୁ ଚେଷ୍ଟା କରିଥିଲେ । ଏହି ରାଜ୍ୟରେ ଆଇନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବାରେ ଏ ସରକାର ସମ୍ପୂର୍ଣ୍ଣ ବିଫଳ । ସାଧାରଣ ଜନତାଙ୍କୁ ନ୍ୟାୟ ଦେବା ପାଇଁ ବିଜୁ ଛାତ୍ର ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର