ଦୁଇ କୋଟି ପଚାଶ ଲକ୍ଷ ଟଙ୍କାର ଧଳା ଜହର ଜବତ, ତିନି ଗିରଫ

The Sakala Picture
Published On

ଜଳେଶ୍ବର: କ୍ରାଇମ୍‌ବ୍ରାଞ୍ଚ ଏସ୍ ଟି ଏଫ କୁ ମିଳିଛି ବଡ଼ ସଫଳତା । ଦୁଇ କେଜିରୁ ଅଧିକ ବ୍ରାଉନ୍ସୁଗର ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି ଏସ ଟି ଏଫ୍ ଟିମ। ଗୁଇନ୍ଦା ସୂଚନା ଆଧାରରେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ମାର୍କେଟରେ ନେଣ ଦେଣ ହେଉଥିବା ସମୟରେ ପୂର୍ବରୁ ଜଗି ରହିଥିବା ଏସ ଟି ଏଫ୍ ଟିମ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ସମୟରେ ଅଭିଯୁକ୍ତମାନଙ୍କଠାରୁ ୨ କେଜି ୪୦୨ ଗ୍ରାମ୍ ବ୍ରାଉନ୍ ସୁଗର […]

ଜଳେଶ୍ବର: କ୍ରାଇମ୍‌ବ୍ରାଞ୍ଚ ଏସ୍ ଟି ଏଫ କୁ ମିଳିଛି ବଡ଼ ସଫଳତା । ଦୁଇ କେଜିରୁ ଅଧିକ ବ୍ରାଉନ୍ସୁଗର ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି ଏସ ଟି ଏଫ୍ ଟିମ। ଗୁଇନ୍ଦା ସୂଚନା ଆଧାରରେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ମାର୍କେଟରେ ନେଣ ଦେଣ ହେଉଥିବା ସମୟରେ ପୂର୍ବରୁ ଜଗି ରହିଥିବା ଏସ ଟି ଏଫ୍ ଟିମ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ସମୟରେ ଅଭିଯୁକ୍ତମାନଙ୍କଠାରୁ ୨ କେଜି ୪୦୨ ଗ୍ରାମ୍ ବ୍ରାଉନ୍ ସୁଗର ଜବତ କରାଯାଇଥିଲା। ଜବତ ବ୍ରାଉନ୍ସୁଗରର ମୂଲ୍ୟ ପ୍ରାୟ ଅଢେଇ କୋଟି ଟଙ୍କା ହେବା ବୋଲି କୁହାଯାଉଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ୱର ଜିଲ୍ଲା ଜଳେଶ୍ବର ଥାନା ଝାଡେଶ୍ୱରପୁର ଅଞ୍ଚଳର ମମତାଜ ଖାଁ ,ଜଗତସିଂହପୁର ଜିଲ୍ଲା ଅରଣା ଅଞ୍ଚଳର ଉଦୟନାଥ ରଥ ଓ କଟକ ଜିଲ୍ଲା ବୟାଳିଶା ମୌଜା ଅଞ୍ଚଳର ପ୍ରଦୀପ କୁମାର ଦାସ। ଏସ୍ ଟି ଏଫ୍ ପକ୍ଷରୁ ଏହି ଘଟଣାରେ ତଦନ୍ତ ଜାରି ରହିଛି । ସ୍ବତନ୍ତ୍ର ଅଭିଯାନ କ୍ରମେ ୨୦୨୦ରୁ ଏଯାବତ୍ ଏସ୍ ଟିଏଫ୍ ପ୍ରାୟ ୩୮ କେଜି ବ୍ରାଉନ୍ ସୁଗର ଜବତ କରିଥିବା ବେଳେ ୧୦୦ରୁ ଅଧୁକ ମାଫିଆଙ୍କୁ ଗିରଫ କରିସାରିଲେଣି। ତେବେ ଜଳେଶ୍ବର ଅଂଚଳରେ ଆହୁରି ଅନେକ ବଡ଼ ବଡ଼ ବ୍ରାଉନସୁଗାର ମାଫିଆ ଅଛନ୍ତି ବୋଲି ଶୁଣିବାକୁ ମିଳୁଛି। ଜଳେଶ୍ବର ବଜାରରେ ଖୁଲୁମ ଖୁଲା ଘୁରିବୁଲୁଛନ୍ତି ବୋଲି ଚର୍ଚ୍ଚା ଜୋର ଚାଲିଛି। ତେବେ ସେମାନେ କେବେ ଏସ ଟି ଏଫ ପଞ୍ଝାରେ ପଡିବେ ଦେଖିବାକୁ ବାକି ରହିଲା।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗର ଅତିରିକ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ

16 Aug 2021 By The Sakala

ଦୁଇ କୋଟି ପଚାଶ ଲକ୍ଷ ଟଙ୍କାର ଧଳା ଜହର ଜବତ, ତିନି ଗିରଫ

ଜଳେଶ୍ବର: କ୍ରାଇମ୍‌ବ୍ରାଞ୍ଚ ଏସ୍ ଟି ଏଫ କୁ ମିଳିଛି ବଡ଼ ସଫଳତା । ଦୁଇ କେଜିରୁ ଅଧିକ ବ୍ରାଉନ୍ସୁଗର ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି ଏସ ଟି ଏଫ୍ ଟିମ। ଗୁଇନ୍ଦା ସୂଚନା ଆଧାରରେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ମାର୍କେଟରେ ନେଣ ଦେଣ ହେଉଥିବା ସମୟରେ ପୂର୍ବରୁ ଜଗି ରହିଥିବା ଏସ ଟି ଏଫ୍ ଟିମ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ସମୟରେ ଅଭିଯୁକ୍ତମାନଙ୍କଠାରୁ ୨ କେଜି ୪୦୨ ଗ୍ରାମ୍ ବ୍ରାଉନ୍ ସୁଗର ଜବତ କରାଯାଇଥିଲା। ଜବତ ବ୍ରାଉନ୍ସୁଗରର ମୂଲ୍ୟ ପ୍ରାୟ ଅଢେଇ କୋଟି ଟଙ୍କା ହେବା ବୋଲି କୁହାଯାଉଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ୱର ଜିଲ୍ଲା ଜଳେଶ୍ବର ଥାନା ଝାଡେଶ୍ୱରପୁର ଅଞ୍ଚଳର ମମତାଜ ଖାଁ ,ଜଗତସିଂହପୁର ଜିଲ୍ଲା ଅରଣା ଅଞ୍ଚଳର ଉଦୟନାଥ ରଥ ଓ କଟକ ଜିଲ୍ଲା ବୟାଳିଶା ମୌଜା ଅଞ୍ଚଳର ପ୍ରଦୀପ କୁମାର ଦାସ। ଏସ୍ ଟି ଏଫ୍ ପକ୍ଷରୁ ଏହି ଘଟଣାରେ ତଦନ୍ତ ଜାରି ରହିଛି । ସ୍ବତନ୍ତ୍ର ଅଭିଯାନ କ୍ରମେ ୨୦୨୦ରୁ ଏଯାବତ୍ ଏସ୍ ଟିଏଫ୍ ପ୍ରାୟ ୩୮ କେଜି ବ୍ରାଉନ୍ ସୁଗର ଜବତ କରିଥିବା ବେଳେ ୧୦୦ରୁ ଅଧୁକ ମାଫିଆଙ୍କୁ ଗିରଫ କରିସାରିଲେଣି। ତେବେ ଜଳେଶ୍ବର ଅଂଚଳରେ ଆହୁରି ଅନେକ ବଡ଼ ବଡ଼ ବ୍ରାଉନସୁଗାର ମାଫିଆ ଅଛନ୍ତି ବୋଲି ଶୁଣିବାକୁ ମିଳୁଛି। ଜଳେଶ୍ବର ବଜାରରେ ଖୁଲୁମ ଖୁଲା ଘୁରିବୁଲୁଛନ୍ତି ବୋଲି ଚର୍ଚ୍ଚା ଜୋର ଚାଲିଛି। ତେବେ ସେମାନେ କେବେ ଏସ ଟି ଏଫ ପଞ୍ଝାରେ ପଡିବେ ଦେଖିବାକୁ ବାକି ରହିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର