ଆଜି କୋଟିଆ ଗସ୍ତରେ ଯିବେ ସବୁ ଦଳର ବିଧାୟକ

The Sakala Picture
Published On

କୋଟିଆ: କୋଟିଆ ପାଇଁ ଏକ ଶାସକ ଓ ବିରୋଧୀ । ଆଜି କୋଟିଆ ଗସ୍ତ କରିବେ ବିଜେଡି, ବିଜେପି ଓ କଂଗ୍ରେସ ଦଳର ବିଧାୟକ । ଏନେଇ ସବୁ ଦଳର ନେତାଙ୍କ ସହ ଆଲୋଚନା କରାଯାଇଛି । ସମସ୍ତ ଦଳର ବିଧାୟକ କୋଟିଆ ଯିବେ ବୋଲି ସହମତି ପ୍ରକାଶ କରିଛନ୍ତି । କୋଟିଆ ଓଡ଼ିଶାର ଥିଲା, ରହିବ । ଏଥିପାଇଁ ଆନ୍ଧ୍ରକୁ କଡ଼ା ଜବାବ ଦିଆଯିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । […]

କୋଟିଆ: କୋଟିଆ ପାଇଁ ଏକ ଶାସକ ଓ ବିରୋଧୀ । ଆଜି କୋଟିଆ ଗସ୍ତ କରିବେ ବିଜେଡି, ବିଜେପି ଓ କଂଗ୍ରେସ ଦଳର ବିଧାୟକ । ଏନେଇ ସବୁ ଦଳର ନେତାଙ୍କ ସହ ଆଲୋଚନା କରାଯାଇଛି । ସମସ୍ତ ଦଳର ବିଧାୟକ କୋଟିଆ ଯିବେ ବୋଲି ସହମତି ପ୍ରକାଶ କରିଛନ୍ତି । କୋଟିଆ ଓଡ଼ିଶାର ଥିଲା, ରହିବ । ଏଥିପାଇଁ ଆନ୍ଧ୍ରକୁ କଡ଼ା ଜବାବ ଦିଆଯିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । କୋଟିଆକୁ ନେଇ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ବିବାଦ ଦିନକୁ ଦିନ ଉଗ୍ର ରୂପ ନେଉଛି । ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ଥିବା ବେଳେ କୋଟିଆକୁ ନେଇ ଦୈନିକ ନୂଆ ଷଡଯନ୍ତ୍ର କରୁଛି ଆନ୍ଧ୍ର । ସେପଟେ ଆନ୍ଧ୍ରର ସାଲୁରମଣ୍ଡଳ ବିଧାୟକ ଆଜି କୋଟିଆ ଆସିବା ନେଇ ସୂଚନା ମିଳିଛି । ଅନ୍ୟପଟେ ଗତକାଲି ସ୍ୱାଧିନତା ଦିବସରେ କୋଟିଆରେ ଉଡିଲା ତ୍ରିରଙ୍ଗା ।

ଆହୁରି ପଢ଼ନ୍ତୁ: ରାଜଭବନ ସାମ୍ନାରେ ଗର୍ଜିଲା ବିଜେଡି: ରାଜ୍ୟର ଅର୍ଥନୈତିକ ଅଧିକାରକୁ ଛଡ଼ାଇ ନେଇଛି ଡବଲ ଇଞ୍ଜିନ

ଓଡ଼ିଶା ପ୍ରଶାସନ ଦ୍ୱାରା ବିବାଦୀୟ ୨୮ଖଣ୍ଡ ଗାଁରେ ପାଳିତ ହୋଇଛି ସ୍ୱାଧୀନତା ଦିବସ । ଦଳଗତ ନିର୍ବିଶେଷରେ ବହୁ ରାଜନେତା ସମେତ ବୁଦ୍ଧିଜୀବୀ ଓ ସାହିତ୍ୟିକ ଯାଇ ପାଳନ କରିଛନ୍ତି ସ୍ୱାଧୀନତା ଦିବସ । କୋଟିଆର ଜନସାଧାରଣ ବି ସ୍ୱାଧୀନତା ଦିବସକୁ ବେଶ ଉତ୍ସାହର ସହିତ ପାଳନ କରିଛନ୍ତି । ଏହି ଉତ୍ସବରେ କୋଟିଆ ପଞ୍ଚାୟତାର ବିବାଦୀୟ ୨୧ ଖଣ୍ଡ ଗାଁ ସମେତ ଅନ୍ୟ ୭ଟି ଗାଁରେ ପାଳନ ହୋଇଯାଇଛି ସ୍ୱାଧୀନତା ଦିବସ । କୋରାପୁଟ ଜିଲ୍ଲା ପ୍ରଶାସନ କୋଟିଆର ସମସ୍ତ ଗାଁ ଗୁଡିକରେ ସ୍ବାଧୀନତା ଦିବସ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ପଟାଙ୍ଗି ଗୋଷ୍ଠି ଉନ୍ନୟନ ଅଧିକାରୀ ଆଇଏଏସ ବେଦ ଭୂଷଣ ଏବଂ ପଟାଙ୍ଗି ତହସିଲଦାର ହରିପ୍ରଦ ମଣ୍ଡଳଙ୍କ ତତ୍ୱାବଧାନରେ ସବୁ ଗାଁ ଗୁଡିକରେ ବିଭିନ୍ନ ଅଧିକାରୀ ଉପସ୍ଥିତ ରହି ସ୍ୱାଧୀନତା ଦିବସ ପାଳିଥିବା ଦେଖିବାକୁ ମିଳିଛି ।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଗୁଜରାଟରୁ ଆସିଲେ ୧୪ଟି ବିଦେଶୀ ପ୍ରଜାତିର ୫୮ଟି ବନ୍ୟଜନ୍ତୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର