ତାତିରେ ସିଝୁଛି ସାରା ଓଡ଼ିଶା; ଆଜି ଜାଳିବ, କାଲିଠୁ କାଳବୈଶାଖୀ

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ତାତି ସାଙ୍ଗକୁ ଗୁଳୁଗୁଳି ସ୍ଥିତି ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶା ବିଶେଷ କରି ପଶ୍ଚିମାଞ୍ଚଳରେ ଥିବା ଅନେକ ଜିଲ୍ଲାରେ ତାତି ଦୃଷ୍ଟାନ୍ତମୂଳକ ଭାବେ ବୃଦ୍ଧି ପାଇ ଗ୍ରୀଷ୍ମ ଲହରୀ ସ୍ଥିତି ସୃଷ୍ଟି ହୋଇଛି। ଏହାସହିତ ଉପକୂଳରେ ତାତି ସାଙ୍ଗକୁ ଗୁଳୁଗିଳି ଯୋଗୁଁ ଲୋକେ ତାତିରୁ ମୁକ୍ତିକୁ ଚାହିଁ ରହିଛନ୍ତି। ତେବେ ଏଭଳି ସ୍ଥିତି ଆହୁରି ପ୍ରାୟ ୨ ଦିନ ଲାଗି ରହିବା ସହ ୨୭ ତାରିଖରେ ତାତି ପିକ୍‌ରେ ପହଞ୍ଚି ୨୮ ଅପରାହ୍ଣ ପରେ ପାଗରେ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। ଏମିତି କି ୨୯ ତାରିଖରୁ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭୀଷଣ କାଳବୈଶାଖୀ ସ୍ଥିତିର ଆଶଙ୍କା ରହିଛି। 

ଆହୁରି ପଢ଼ନ୍ତୁ: ଜନଗଣନା କରିବା ବାହାନାରେ ଆସିଲା, ବେକରେ ଛୁରୀ ଲଗାଇ ଫୋନ ଓ ମଙ୍ଗଳସୂତ୍ର ନେଇଗଲା ଲୁଟେରା

ଆଜି ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ଯଥା ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଭୀଷଣ ଗୁଳୁଗୁଳି ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ଏହି ଜିଲ୍ଲାଗୁଡ଼ିକରେ ଗୁଳୁଗୁଳିର ମାତ୍ରା ଅଧିକ ରହିବା ସହ ଅନ୍ୟ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ତାତି ୪୩-୪୪ ଡିଗ୍ରୀ ଉପରେ ରହିବା ନେଇ ଆଶଙ୍କା କରାଯାଇଛି। ହେଲେ ୨୮ପରଠାରୁ ବିହାରରୁ ମହାରାଷ୍ଟ୍ର ଯାଏଁ ଏକ ନିମ୍ନଚାପ ରେଖା ପ୍ରଭାବରେ ବଙ୍ଗୋପସାଗର ଅଞ୍ଚଳରୁ ରାଜ୍ୟକୁ ପ୍ରଚୁର ମାତ୍ରାରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ ସହ ଏହା ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି ପ୍ରତିକ୍ରିୟାଶିଳ ହେବ ଓ ଅତି ବିପଦଜନକ କାଳବୈଶାଖୀ ପ୍ରକ୍ରିୟା ସୃଷ୍ଟି କରିବାରେ ସହାୟକ ହେବ। 

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ: ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ଦାବିରେ ଆଜି ବାଚସ୍ପତିଙ୍କୁ ଭେଟିବ ବିଜେଡି

ଏଥିପାଇଁ ୨୮ତାରିଖରୁ ତାତିରେ ବ୍ରେକ ଲାଗିବାର ସହ ବିଜୁଳି ଘଡ଼ଘଡ଼ିର ବିପଦ ବଢ଼ିଯିବ। ଏମିତି କି ୨୯ ଏପ୍ରିଲରୁ ମେ’ ୨ ମଧ୍ୟରେ ରାଜ୍ୟରେ ବଡ଼ଧରଣର କାଳ ବୈଶାଖୀ ହେବା ନେଇ ଆଶଙ୍କା କରାଯାଇଛି। କାଳବୈଶାଖୀ ସମୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ଅନେକ ସ୍ଥାନରେ ପବନର ବେଗ ୫୦-୬୦ କିମି ପର୍ଯ୍ୟନ୍ତ ପହଞ୍ଚିବାର ଆଶଙ୍କା ରହିଛି। ଏହାସହିତ ୨୭ଠାରୁ ପ୍ରାୟ ୩୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା କରାଯାଇଛି। ତେଣୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ଏନେଇ ପାଣିପାଗ ବୈଜ୍ଞାନିକ ସଞ୍ଜିବ ଦ୍ୱିବେଦୀ କହିଛନ୍ତି, ଟ୍ରପ୍‌ ଲାଇନ୍‌ ସହ ଦକ୍ଷିଣ ପଶ୍ଚିମ ଦିଗରୁ ପବନ ବହୁଛି। ପ୍ରଭାବରେ ବର୍ଷାର ପରିମାଣ ବଢିବ ବୋଲି ପୂର୍ବାନୁମାନ କରାଯାଉଛି। ସେହିପରି ବର୍ଷା ସମୟରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ୫୦ରୁ ୬୦ ସର୍ବାଧିକ ୭୦ କିମି ପବନ ବହିବାର ସମ୍ଭାବନା ଥିବାରୁ ସମୁଦ୍ର ଅଶାନ୍ତ ରହିବ। ୩୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। କାଳବୈଶଖୀ ଯୋଗୁଁ ୨ରୁ ୩ ଦିନ ଭିତରେ ରାଜ୍ୟରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ହ୍ରାସ ପାଇବ ବୋଲି ସେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବ୍ୟାଙ୍କକୁ ନ ଆସିଲେ, ଜମା ଟଙ୍କା ଦେଇହେବନି କହିଲା ବ୍ୟାଙ୍କ; ମଶାଣିରୁ ଭଉଣୀର ଶବ ଖୋଳି ବ୍ୟାଙ୍କକୁ କାନ୍ଧେଇ ନେଲା ଭାଇ

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ରବିବାର ରାଜ୍ୟର ୧୮ ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରହିଛି। ପୂର୍ବ ଭଳି ଆଜି ମଧ୍ୟ ଝାରସୁଗୁଡ଼ାରେ ତାପମାତ୍ରା ସର୍ବାଗ୍ରେ ରହିଛି। ଏଠାରେ ତାପମାତ୍ରା ୪୪.୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ସୋନପୁରରେ ତାପମାତ୍ରା ୪୩.୭ ଡିଗ୍ରୀ ରେକର୍ଡ ହୋଇଛି। ଏହାସହିତ ଟିଟିଲାଗଡ଼ ୪୩.୬, ଭାବନୀପାଟଣାରେ ୪୩.୪, ବଲାଙ୍ଗିର ୪୩.୧, ସମ୍ବଲପୁର ଓ ପାରଳାଖେମୁଣ୍ଡିରେ ତାପମାତ୍ରା ୪୩ ଡିଗ୍ରୀ ଲେଖାଏଁ ରେକର୍ଡ ହୋଇଛି। 

27 Apr 2026 By Madhusudan Das

ତାତିରେ ସିଝୁଛି ସାରା ଓଡ଼ିଶା; ଆଜି ଜାଳିବ, କାଲିଠୁ କାଳବୈଶାଖୀ

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ତାତି ସାଙ୍ଗକୁ ଗୁଳୁଗୁଳି ସ୍ଥିତି ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶା ବିଶେଷ କରି ପଶ୍ଚିମାଞ୍ଚଳରେ ଥିବା ଅନେକ ଜିଲ୍ଲାରେ ତାତି ଦୃଷ୍ଟାନ୍ତମୂଳକ ଭାବେ ବୃଦ୍ଧି ପାଇ ଗ୍ରୀଷ୍ମ ଲହରୀ ସ୍ଥିତି ସୃଷ୍ଟି ହୋଇଛି। ଏହାସହିତ ଉପକୂଳରେ ତାତି ସାଙ୍ଗକୁ ଗୁଳୁଗିଳି ଯୋଗୁଁ ଲୋକେ ତାତିରୁ ମୁକ୍ତିକୁ ଚାହିଁ ରହିଛନ୍ତି। ତେବେ ଏଭଳି ସ୍ଥିତି ଆହୁରି ପ୍ରାୟ ୨ ଦିନ ଲାଗି ରହିବା ସହ ୨୭ ତାରିଖରେ ତାତି ପିକ୍‌ରେ ପହଞ୍ଚି ୨୮ ଅପରାହ୍ଣ ପରେ ପାଗରେ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। ଏମିତି କି ୨୯ ତାରିଖରୁ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭୀଷଣ କାଳବୈଶାଖୀ ସ୍ଥିତିର ଆଶଙ୍କା ରହିଛି। 

ଆଜି ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ଯଥା ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଭୀଷଣ ଗୁଳୁଗୁଳି ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ଏହି ଜିଲ୍ଲାଗୁଡ଼ିକରେ ଗୁଳୁଗୁଳିର ମାତ୍ରା ଅଧିକ ରହିବା ସହ ଅନ୍ୟ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ତାତି ୪୩-୪୪ ଡିଗ୍ରୀ ଉପରେ ରହିବା ନେଇ ଆଶଙ୍କା କରାଯାଇଛି। ହେଲେ ୨୮ପରଠାରୁ ବିହାରରୁ ମହାରାଷ୍ଟ୍ର ଯାଏଁ ଏକ ନିମ୍ନଚାପ ରେଖା ପ୍ରଭାବରେ ବଙ୍ଗୋପସାଗର ଅଞ୍ଚଳରୁ ରାଜ୍ୟକୁ ପ୍ରଚୁର ମାତ୍ରାରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ ସହ ଏହା ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି ପ୍ରତିକ୍ରିୟାଶିଳ ହେବ ଓ ଅତି ବିପଦଜନକ କାଳବୈଶାଖୀ ପ୍ରକ୍ରିୟା ସୃଷ୍ଟି କରିବାରେ ସହାୟକ ହେବ। 

ଏଥିପାଇଁ ୨୮ତାରିଖରୁ ତାତିରେ ବ୍ରେକ ଲାଗିବାର ସହ ବିଜୁଳି ଘଡ଼ଘଡ଼ିର ବିପଦ ବଢ଼ିଯିବ। ଏମିତି କି ୨୯ ଏପ୍ରିଲରୁ ମେ’ ୨ ମଧ୍ୟରେ ରାଜ୍ୟରେ ବଡ଼ଧରଣର କାଳ ବୈଶାଖୀ ହେବା ନେଇ ଆଶଙ୍କା କରାଯାଇଛି। କାଳବୈଶାଖୀ ସମୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ଅନେକ ସ୍ଥାନରେ ପବନର ବେଗ ୫୦-୬୦ କିମି ପର୍ଯ୍ୟନ୍ତ ପହଞ୍ଚିବାର ଆଶଙ୍କା ରହିଛି। ଏହାସହିତ ୨୭ଠାରୁ ପ୍ରାୟ ୩୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା କରାଯାଇଛି। ତେଣୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ଏନେଇ ପାଣିପାଗ ବୈଜ୍ଞାନିକ ସଞ୍ଜିବ ଦ୍ୱିବେଦୀ କହିଛନ୍ତି, ଟ୍ରପ୍‌ ଲାଇନ୍‌ ସହ ଦକ୍ଷିଣ ପଶ୍ଚିମ ଦିଗରୁ ପବନ ବହୁଛି। ପ୍ରଭାବରେ ବର୍ଷାର ପରିମାଣ ବଢିବ ବୋଲି ପୂର୍ବାନୁମାନ କରାଯାଉଛି। ସେହିପରି ବର୍ଷା ସମୟରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ୫୦ରୁ ୬୦ ସର୍ବାଧିକ ୭୦ କିମି ପବନ ବହିବାର ସମ୍ଭାବନା ଥିବାରୁ ସମୁଦ୍ର ଅଶାନ୍ତ ରହିବ। ୩୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। କାଳବୈଶଖୀ ଯୋଗୁଁ ୨ରୁ ୩ ଦିନ ଭିତରେ ରାଜ୍ୟରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ହ୍ରାସ ପାଇବ ବୋଲି ସେ ସୂଚନା ଦେଇଛନ୍ତି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ରବିବାର ରାଜ୍ୟର ୧୮ ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରହିଛି। ପୂର୍ବ ଭଳି ଆଜି ମଧ୍ୟ ଝାରସୁଗୁଡ଼ାରେ ତାପମାତ୍ରା ସର୍ବାଗ୍ରେ ରହିଛି। ଏଠାରେ ତାପମାତ୍ରା ୪୪.୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ସୋନପୁରରେ ତାପମାତ୍ରା ୪୩.୭ ଡିଗ୍ରୀ ରେକର୍ଡ ହୋଇଛି। ଏହାସହିତ ଟିଟିଲାଗଡ଼ ୪୩.୬, ଭାବନୀପାଟଣାରେ ୪୩.୪, ବଲାଙ୍ଗିର ୪୩.୧, ସମ୍ବଲପୁର ଓ ପାରଳାଖେମୁଣ୍ଡିରେ ତାପମାତ୍ରା ୪୩ ଡିଗ୍ରୀ ଲେଖାଏଁ ରେକର୍ଡ ହୋଇଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର