ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରି ଉପରେ କଟକଣା, ପେଟ୍ରୋଲ ପମ୍ପଗୁଡ଼ିକୁ ନୋଟିସ୍ ଜାରି

Suryakanta Picture
Published On

ମଧ୍ୟପ୍ରାଚ୍ୟ ଯୁଦ୍ଧ କାରଣରୁ ସମୁଦ୍ର ପଥରେ ତେଲ ଆମଦାନୀ ବାଧାପ୍ରାପ୍ତ ହେଉଥିବା ବେଳେ, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ପେଟ୍ରୋଲ କିମ୍ବା ଡିଜେଲର କୌଣସି ଅଭାବ ଦେଖାଦେଇନାହିଁ। ତଥାପି, ବଜାରରେ ତେଲ ମହଜୁଦକାରୀଙ୍କ ଉପରେ ଲଗାମ କଷିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଓଡ଼ିଶାରେ ସରକାରୀ ତୈଳ କମ୍ପାନିଗୁଡ଼ିକ ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ୍ (ଏମ୍ଏସ୍) ଏବଂ ୫୦୦ ଲିଟରରୁ ଅଧିକ ହାଇସ୍ପିଡ୍ ଡିଜେଲ୍ (ଏଚ୍ଏସ୍‌ଡି) ବିକ୍ରି ଉପରେ ରୋକ୍ ଲଗାଇଛନ୍ତି।

ଆହୁରି ପଢ଼ନ୍ତୁ: ଏଣିକି ଯୋଜନା ବୋର୍ଡ ବଦଳରେ ହେବ SITI ଓଡ଼ିଶା, ସରକାରଙ୍କ ଥିଙ୍କ ଟ୍ୟାଙ୍କ ଭାବରେ କାର୍ଯ୍ୟ କରିବ

ପେଟ୍ରୋଲ ପମ୍ପଗୁଡ଼ିକୁ କଡ଼ା ଚେତାବନୀ

ଏହି ନିୟମ ଲାଗୁ କରିବା ପାଇଁ ପେଟ୍ରୋଲ ପମ୍ପଗୁଡ଼ିକୁ କଡ଼ା ତାଗିଦ୍ କରାଯାଇଛି। ଭୁବନେଶ୍ବର ଆର୍‌ଏସ୍‌ଏ (ରିଟେଲ୍ ସେଲ୍ସ ଏରିଆ)ର ବିକ୍ରି ଅଧିକାରୀଙ୍କ ଦ୍ବାରା ଜାରି ଏକ ନୋଟିସ୍ ଇଣ୍ଡିଆନ ଅଏଲ୍ର ଏକ ପେଟ୍ରୋଲ୍ ପମ୍ପରେ ଲଗାଯାଇଥିବା ଦେଖିବାକୁ ମିଳିଛି। ଯଦି କୌଣସି ପେଟ୍ରୋଲ ପମ୍ପ ଏହି ନିୟମ ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କୁ ତେଲ ଯୋଗାଣ ବନ୍ଦ କରାଯିବ ବୋଲି ସ୍ପଷ୍ଟ ଚେତାବନୀ ଦିଆଯାଇଛି। ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଏକକାଳୀନ ବିପୁଳ ପରିମାଣର ତେଲ ବିକ୍ରିକୁ ଏଡ଼ାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି ଏବଂ କମ୍ପାନିର ମୁଖ୍ୟ କାର୍ଯ୍ୟାଳୟ ଏହା ଉପରେ ପ୍ରତିଦିନ ତୀକ୍ଷ୍ଣ ନଜର ରଖିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଏପ୍ରିଲ ୨୭ରୁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଛୁଟି

ରାଜ୍ୟରେ ୨୫୦୦ରୁ ଅଧିକ ପେଟ୍ରୋଲ ପମ୍ପ

ଓଡ଼ିଶାରେ ତିନୋଟି ପ୍ରମୁଖ ସରକାରୀ ତୈଳ କମ୍ପାନି- ଇଣ୍ଡିଆନ ଅଏଲ୍, ଭାରତ ପେଟ୍ରୋଲିୟମ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ର ସର୍ବମୋଟ ୨୫୦୦ରୁ ଅଧିକ ପେଟ୍ରୋଲ୍ ପମ୍ପ ରହିଛି। ସେଥିମଧ୍ୟରୁ କେବଳ ଇଣ୍ଡିଆନ ଅଏଲ୍‌ର ପ୍ରାୟ ୧୪୦୦ ପେଟ୍ରୋଲ୍ ପମ୍ପ ରହିଛି। ପୂର୍ବରୁ ଘରୋଇ କମ୍ପାନି ଜିଓ-ବିପି ଏଭଳି କଟକଣା ଲଗାଇଥିବା ନେଇ ଗୁଜବ ଉଠିଥିଲା, ଯାହାକୁ କମ୍ପାନି ଖଣ୍ଡନ କରିଥିଲା। କିନ୍ତୁ ଏବେ ଦେଶର ସବୁଠାରୁ ବଡ଼ ତୈଳ କମ୍ପାନି ଇଣ୍ଡିଆନ ଅଏଲ୍‌ ପକ୍ଷରୁ ଏଭଳି ନୋଟିସ୍ ଲାଗିବା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥିତିକୁ ଦର୍ଶାଉଛି।

ଆହୁରି ପଢ଼ନ୍ତୁ: ନାବାଳିକାକୁ ପ୍ରେମ ବିବାହ କରିଥିଲେ, ପୋଲିସ ଗିରଫ ଭୟରେ ରଶିରେ ଝୁଲିପଡିଲେ ଯୁବକ !

କମ୍ପାନିର ସ୍ପଷ୍ଟୀକରଣ ଓ ଗ୍ରାହକଙ୍କୁ ଆଶ୍ୱସ୍ତି

ଏହି କଟକଣାକୁ ନେଇ ଇଣ୍ଡିଆନ ଅଏଲ୍‌ର ଓଡ଼ିଶା ସିଜିଏମ୍ କମଲ ଶୀଲ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ ସାଧାରଣ ଗ୍ରାହକଙ୍କ ପାଇଁ ତେଲ ବିକ୍ରି ଉପରେ କୌଣସି କଟକଣା ନାହିଁ। କେବଳ ଅସାଧୁ ବ୍ୟବସାୟୀଙ୍କ ଦ୍ୱାରା ହେଉଥିବା ମହଜୁଦକାରୀ ବା କଳାବଜାରୀ ଉପରେ ଲଗାମ କଷିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟରେ ତେଲ ଯୋଗାଣ ସମ୍ପୂର୍ଣ୍ଣ ସ୍ବାଭାବିକ ରହିଛି ଏବଂ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଅଛି। ସାଧାରଣତଃ କୌଣସି ଛୋଟ ଗାଡ଼ିର ଟାଙ୍କିରେ ଏକାଥରକେ ୫୦ ଲିଟର ପେଟ୍ରୋଲ କିମ୍ବା ୫୦୦ ଲିଟର ଡିଜେଲ ପଡ଼ିପାରିବ ନାହିଁ। କେବଳ ବଡ଼ ଟ୍ୟାଙ୍କର ଗୁଡ଼ିକ ଏତେ ପରିମାଣର ତେଲ ନେଇଥାନ୍ତି। ତେଣୁ ଏହି କଟକଣା ସହ ସାଧାରଣ ଗ୍ରାହକଙ୍କର କୌଣସି ସମ୍ପର୍କ ନାହିଁ ଏବଂ ସେମାନେ ଭୟଭୀତ ହେବାର କୌଣସି କାରଣ ନାହିଁ।

25 Apr 2026 By Suryakanta

ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରି ଉପରେ କଟକଣା, ପେଟ୍ରୋଲ ପମ୍ପଗୁଡ଼ିକୁ ନୋଟିସ୍ ଜାରି

ମଧ୍ୟପ୍ରାଚ୍ୟ ଯୁଦ୍ଧ କାରଣରୁ ସମୁଦ୍ର ପଥରେ ତେଲ ଆମଦାନୀ ବାଧାପ୍ରାପ୍ତ ହେଉଥିବା ବେଳେ, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ପେଟ୍ରୋଲ କିମ୍ବା ଡିଜେଲର କୌଣସି ଅଭାବ ଦେଖାଦେଇନାହିଁ। ତଥାପି, ବଜାରରେ ତେଲ ମହଜୁଦକାରୀଙ୍କ ଉପରେ ଲଗାମ କଷିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଓଡ଼ିଶାରେ ସରକାରୀ ତୈଳ କମ୍ପାନିଗୁଡ଼ିକ ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ୍ (ଏମ୍ଏସ୍) ଏବଂ ୫୦୦ ଲିଟରରୁ ଅଧିକ ହାଇସ୍ପିଡ୍ ଡିଜେଲ୍ (ଏଚ୍ଏସ୍‌ଡି) ବିକ୍ରି ଉପରେ ରୋକ୍ ଲଗାଇଛନ୍ତି।

ପେଟ୍ରୋଲ ପମ୍ପଗୁଡ଼ିକୁ କଡ଼ା ଚେତାବନୀ

ଏହି ନିୟମ ଲାଗୁ କରିବା ପାଇଁ ପେଟ୍ରୋଲ ପମ୍ପଗୁଡ଼ିକୁ କଡ଼ା ତାଗିଦ୍ କରାଯାଇଛି। ଭୁବନେଶ୍ବର ଆର୍‌ଏସ୍‌ଏ (ରିଟେଲ୍ ସେଲ୍ସ ଏରିଆ)ର ବିକ୍ରି ଅଧିକାରୀଙ୍କ ଦ୍ବାରା ଜାରି ଏକ ନୋଟିସ୍ ଇଣ୍ଡିଆନ ଅଏଲ୍ର ଏକ ପେଟ୍ରୋଲ୍ ପମ୍ପରେ ଲଗାଯାଇଥିବା ଦେଖିବାକୁ ମିଳିଛି। ଯଦି କୌଣସି ପେଟ୍ରୋଲ ପମ୍ପ ଏହି ନିୟମ ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କୁ ତେଲ ଯୋଗାଣ ବନ୍ଦ କରାଯିବ ବୋଲି ସ୍ପଷ୍ଟ ଚେତାବନୀ ଦିଆଯାଇଛି। ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଏକକାଳୀନ ବିପୁଳ ପରିମାଣର ତେଲ ବିକ୍ରିକୁ ଏଡ଼ାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି ଏବଂ କମ୍ପାନିର ମୁଖ୍ୟ କାର୍ଯ୍ୟାଳୟ ଏହା ଉପରେ ପ୍ରତିଦିନ ତୀକ୍ଷ୍ଣ ନଜର ରଖିଛନ୍ତି।

ରାଜ୍ୟରେ ୨୫୦୦ରୁ ଅଧିକ ପେଟ୍ରୋଲ ପମ୍ପ

ଓଡ଼ିଶାରେ ତିନୋଟି ପ୍ରମୁଖ ସରକାରୀ ତୈଳ କମ୍ପାନି- ଇଣ୍ଡିଆନ ଅଏଲ୍, ଭାରତ ପେଟ୍ରୋଲିୟମ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ର ସର୍ବମୋଟ ୨୫୦୦ରୁ ଅଧିକ ପେଟ୍ରୋଲ୍ ପମ୍ପ ରହିଛି। ସେଥିମଧ୍ୟରୁ କେବଳ ଇଣ୍ଡିଆନ ଅଏଲ୍‌ର ପ୍ରାୟ ୧୪୦୦ ପେଟ୍ରୋଲ୍ ପମ୍ପ ରହିଛି। ପୂର୍ବରୁ ଘରୋଇ କମ୍ପାନି ଜିଓ-ବିପି ଏଭଳି କଟକଣା ଲଗାଇଥିବା ନେଇ ଗୁଜବ ଉଠିଥିଲା, ଯାହାକୁ କମ୍ପାନି ଖଣ୍ଡନ କରିଥିଲା। କିନ୍ତୁ ଏବେ ଦେଶର ସବୁଠାରୁ ବଡ଼ ତୈଳ କମ୍ପାନି ଇଣ୍ଡିଆନ ଅଏଲ୍‌ ପକ୍ଷରୁ ଏଭଳି ନୋଟିସ୍ ଲାଗିବା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥିତିକୁ ଦର୍ଶାଉଛି।

କମ୍ପାନିର ସ୍ପଷ୍ଟୀକରଣ ଓ ଗ୍ରାହକଙ୍କୁ ଆଶ୍ୱସ୍ତି

ଏହି କଟକଣାକୁ ନେଇ ଇଣ୍ଡିଆନ ଅଏଲ୍‌ର ଓଡ଼ିଶା ସିଜିଏମ୍ କମଲ ଶୀଲ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ ସାଧାରଣ ଗ୍ରାହକଙ୍କ ପାଇଁ ତେଲ ବିକ୍ରି ଉପରେ କୌଣସି କଟକଣା ନାହିଁ। କେବଳ ଅସାଧୁ ବ୍ୟବସାୟୀଙ୍କ ଦ୍ୱାରା ହେଉଥିବା ମହଜୁଦକାରୀ ବା କଳାବଜାରୀ ଉପରେ ଲଗାମ କଷିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟରେ ତେଲ ଯୋଗାଣ ସମ୍ପୂର୍ଣ୍ଣ ସ୍ବାଭାବିକ ରହିଛି ଏବଂ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଅଛି। ସାଧାରଣତଃ କୌଣସି ଛୋଟ ଗାଡ଼ିର ଟାଙ୍କିରେ ଏକାଥରକେ ୫୦ ଲିଟର ପେଟ୍ରୋଲ କିମ୍ବା ୫୦୦ ଲିଟର ଡିଜେଲ ପଡ଼ିପାରିବ ନାହିଁ। କେବଳ ବଡ଼ ଟ୍ୟାଙ୍କର ଗୁଡ଼ିକ ଏତେ ପରିମାଣର ତେଲ ନେଇଥାନ୍ତି। ତେଣୁ ଏହି କଟକଣା ସହ ସାଧାରଣ ଗ୍ରାହକଙ୍କର କୌଣସି ସମ୍ପର୍କ ନାହିଁ ଏବଂ ସେମାନେ ଭୟଭୀତ ହେବାର କୌଣସି କାରଣ ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର