ଓଡ଼ିଆ ଅସ୍ମିତାକୁ ଧକ୍କା: ଓଡ଼ିଶାର ପ୍ରତିଷ୍ଠା ଓ ପତିଆରାକୁ ହ୍ରାସ ପାଇଁ ଷଡ଼ଯନ୍ତ୍ର ଆରମ୍ଭ
ପ୍ରସ୍ତାବିତ ନିର୍ବାଚନମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣରେ ଓଡ଼ିଶା ବିପୁଳ କ୍ଷତିଗ୍ରସ୍ତ ହେବା ଆଶଙ୍କା
ଭୁବନେଶ୍ୱର: ଗତ ନିର୍ବାଚନରେ ଓଡ଼ିଶାରୁ ବିଜେପି ୨୦ ଆସନ ଜିତିଲା। ଓଡ଼ିଶାବାସୀଙ୍କ ଏହି ଅଭୂତପୂର୍ବ ଓ ଅବିଶ୍ୱାସ୍ୟ ସମର୍ଥନ ଯୋଗୁଁ କେନ୍ଦ୍ରରେ ବିଜେପି ସରକାର ଗଠନ ପଥ ପରିଷ୍କାର ହେଲା। ଓଡ଼ିଶାରୁ ଏତେ ସଂଖ୍ୟକ ସାଂସଦ ନିର୍ବାଚିତ ହୋଇ ନ ଥିଲେ, କେନ୍ଦ୍ରରେ ବିଜେପି ପାଇଁ ସରକାର ଗଠନ କଷ୍ଟକର ହୋଇ ପଡ଼ିଥାଆନ୍ତା। ସେତେବେଳେ ଓଡ଼ିଶାକୁ ସାରା ଦେଶରେ ଏକ ନମ୍ବର କରିବା ନିମନ୍ତେ ବିଜେପିର ଜାତୀୟ ନେତାମାନେ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏବେ ଓଡ଼ିଶାର ପ୍ରତିଷ୍ଠା ଓ ପତିଆରାକୁ ହ୍ରାସ ପାଇଁ ଆରମ୍ଭ ହୋଇଛି ଷଡ଼ଯନ୍ତ୍ର। ପ୍ରସ୍ତାବିତ ନିର୍ବାଚନମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣରେ ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡ଼ୁ, କେରଳ, ଆନ୍ଧ୍ର, ତେଲଙ୍ଗାନା ପରି ଓଡ଼ିଶା ମଧ୍ୟ ବିପୁଳ କ୍ଷତିଗ୍ରସ୍ତ ହେବା ଆଶଙ୍କା ସୃଷ୍ଟି ହୋଇଛି। ସୀମା ପୁନଃନିର୍ଦ୍ଧାରଣରେ ପ୍ରତି ରାଜ୍ୟର ଲୋକସଭା ଓ ବିଧାନସଭା ଆସନ ୫୦% ବୃଦ୍ଧି ପାଇଁ ପ୍ରାଥମିକ ଭାବରେ କୁହାଯାଉଥିଲେ ହେଁ ବାସ୍ତବରେ ଏଥିରେ ଯାବତୀୟ ପେଞ୍ଚପାଞ୍ଚ କରାଯାଇଛି। ମୋଟ ଉପରେ ୫୦% ଆସନ ବୃଦ୍ଧି କରାଯାଇଥିଲେ ହେଁ ଉତ୍ତରଭାରତୀୟ ରାଜ୍ୟଗୁଡ଼ିକ ଏଥିରେ ଅଧିକ ଭାଗ ପାଇବେ ଓ ଓଡ଼ିଶା ସହ ଦକ୍ଷିଣ ଭାରତୀୟ ରାଜ୍ୟର ପ୍ରତିନିଧିତ୍ୱ ଜାତୀୟସ୍ତରରେ ହ୍ରାସ ପାଇବ ବୋଲି ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶ, ବିହାର, ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଆଦି ବିଜେପି ଶାସିତ ରାଜ୍ୟଗୁଡ଼ିକରେ ପ୍ରସ୍ତାବିତ ଆସନ ସଂଖ୍ୟା ବର୍ତ୍ତମାନର ଆସନ ତୁଳନାରେ ପାଖାପାଖି ୭୦% ରୁ୮୦ % ବୃଦ୍ଧି ଯୋଜନା କରାଯାଇଥିବା ବେଳେ ଓଡ଼ିଶା ଓ ଅନ୍ୟ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ଆସନ ସଂଖ୍ୟା ବୃଦ୍ଧି ୨୫%ରୁ ୪୦% ମଧ୍ୟରେ ସୀମିତ ରଖାଯାଇଛି ।
ବର୍ତ୍ତମାନ ଓଡ଼ିଶାର ଲୋକସଭା ଆସନ ସଂଖ୍ୟା ୨୧ ଓ ବିଧାନସଭା ଆସନ ସଂଖ୍ୟା ୧୪୭ ରହିଛି। ୫୦% ଆସନ ବୃଦ୍ଧି ପରେ ଓଡ଼ିଶାର ଲୋକସଭା ଆସନ ସଂଖ୍ୟା ୩୨ ଓ ବିଧାନସଭା ଆସନ ସଂଖ୍ୟା ୨୨୪ ହେବ ବୋଲି ଆକଳନ କରାଯାଉଥିଲା। ମାତ୍ର ଏବେ ଏହା ହ୍ରାସ ପାଇବାର ଆଶଙ୍କା ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁସାରେ ଉତ୍ତରପ୍ରଦେଶର ଲୋକସଭା ଆସନ ସଂଖ୍ୟା ୮୦ରୁ ୧୪୦ (୭୫%), ବିହାରରେ ୪୦ରୁ ୭୩ (୮୧%), ରାଜସ୍ଥାନରେ ୨୫ରୁ ୪୮(୮୭%), ମଧ୍ୟପ୍ରଦେଶରେ ୨୦ରୁ ୫୧( ୭୦%), ମହାରାଷ୍ଟ୍ରରେ ୪୮ରୁ ୭୯ (୬୮%) ବୃଦ୍ଧି ପାଇବ । ଅପରପକ୍ଷରେ ତାମିଲନାଡ଼ୁରେ ଏହି ଆସନ ସଂଖ୍ୟା ୩୯ରୁ ୫୧ ( ୩୦%), କେରଳରେ ୨୦ରୁ ୨୩ ( ୧୯%), ଆନ୍ଧ୍ର ଓ ତେଲଙ୍ଗାନାରେ ୪୨ରୁ ୫୯ (୩୮%), ଓଡ଼ିଶାରେ ୨୧ରୁ ୨୯ ( ୩୫%) ଓ ପଶ୍ଚିମବଙ୍ଗରେ ୪୨ରୁ ୬୪ ( ୫୧%) ଆସନ ବୃଦ୍ଧିର ସମ୍ଭାବନା ରହିଛି । ଜନସଂଖ୍ୟା ନିୟନ୍ତ୍ରଣରେ ବିଫଳ ହୋଇଥିବା ଉତ୍ତରଭାରତୀୟ ରାଜ୍ୟଗୁଡ଼ିକ ସୀମା ନିର୍ଦ୍ଧାରଣରେ ଅଧିକ ଆସନ ପାଇବେ, ମାତ୍ର ସଫଳତାର ସହ ଜନସଂଖ୍ୟା ନିୟନ୍ତ୍ରଣ କରିଥିବା ଓଡ଼ିଶା ପରି ରାଜ୍ୟଗୁଡ଼ିକ ଏହାଦ୍ୱାରା ପ୍ରଭୁତ କ୍ଷତିଗ୍ରସ୍ତ ହେବେ ।
୧୯୭୬ ଓ ପୁନର୍ବାର ୨୦୦୧ ମସିହାରେ ୨୫ ବର୍ଷ ପାଇଁ ଡିଲିମିଟେସନକୁ ସ୍ଥଗିତ କରାଯାଇଥିଲା, ଯାହାର ପ୍ରମୁଖ କାରଣ ଥିଲା ଜନସଂଖ୍ୟା ନିୟନ୍ତ୍ରଣ। ଜନସଂଖ୍ୟା ବୃଦ୍ଧି ଆଧାରରେ ଆସନ ବୃଦ୍ଧି କରିବା ଦକ୍ଷିଣ ରାଜ୍ୟମାନଙ୍କ ପ୍ରତି ଅନ୍ୟାୟ ହେବ ବୋଲି ସେତେବେଳେ କୁହାଯାଇଥିଲା। ୧୯୫୧ ମସିହାର ଜନଗଣନା ଅନୁସାରେ ପ୍ରତି ୭.୩୮ ଲକ୍ଷ ଜନସଂଖ୍ୟା ପାଇଁ ଜଣେ ସାଂସଦ ଥିଲେ, କିନ୍ତୁ ୧୯୭୧ ରେ ଏହା ୧୦.୫୮ ଲକ୍ଷକୁ ବୃଦ୍ଧି ପାଇଥିଲା। ୨୦୧୧ ମସିହାର ଜନଗଣନା ଆଧାରରେ ପ୍ରତି ୧୦ ଲକ୍ଷ ଲୋକ ପାଇଁ ଗୋଟିଏ ସାଂସଦ ଧରାଯାଇଥିଲେ, ତେବେ କମରେ କମ ୧,୨୧୧ଟି ଲୋକସଭା ଓ ବର୍ତ୍ତମାନର ଜନସଂଖ୍ୟା ଆଧାରରେ ଲୋକସଭା ଆସନ ସଂଖ୍ୟା ୧,୪୦୦ ହେବ। ମାତ୍ର ନୂତନ ସଂସଦ ଭବନରେ ୮୮୮ ସଂସଦଙ୍କ ପାଇଁ ସ୍ଥାନ ଥିବାରୁ କେନ୍ଦ୍ର ସରକାର ଲୋକସଭା ସଦସ୍ୟ ସଂଖ୍ୟା ୮୫୦ ମଧ୍ୟରେ ସୀମିତ ରଖିବାକୁ ଯୋଜନା କରିଛନ୍ତି । ସମ୍ପ୍ରତି କେରଳରେ ପ୍ରତି ପ୍ରତି ୧୭.୫ ଲକ୍ଷଙ୍କୁ ଲୋକଙ୍କୁ ଜଣେ ସାଂସଦ ପ୍ରତିନିଧିତ୍ୱ କରୁଥିବାବେଳେ ଓଡ଼ିଶାରେ ୨୨ ଲକ୍ଷ ଓ ଉତ୍ତରପ୍ରଦେଶରେ ୩୦ ଲକ୍ଷ ଲୋକଙ୍କ ପାଇଁ ଜଣେ ସାଂସଦ ନିର୍ବାଚିତ ହେଉଛନ୍ତି । ତେଣୁ ଜନସଂଖ୍ୟା ଆଧାରରେ ସଂସଦୀୟ କ୍ଷେତ୍ର ପୁନଃନିର୍ଦ୍ଧାରଣ ଦ୍ୱାରା ଓଡ଼ିଶା ସହ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ବିପୁଳ ଭାବରେ କ୍ଷତିଗ୍ରସ୍ତ ହେବା ଆଶଙ୍କା ସୃଷ୍ଟି କରିଛି ।