ଏସିଏଫ୍ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା : କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହେଲା ତଦନ୍ତ ଭାର

The Sakala Picture
Published On

ଭୁବନେଶ୍ୱର: ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ମାମଲା । କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହେଲା ତଦନ୍ତ ଭାର । ଡିଜିପିଙ୍କ ନିର୍ଦ୍ଦେଶରେ ତଦନ୍ତ ଦାୟିତ୍ୱ ନେଲା କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଡିଏସପିଙ୍କ ନେତୃତ୍ୱରେ ୩ଜଣିଆ ଟିମ୍ ଗଠନ ହୋଇଛି । ଏନେଇ ପୋଲିସ ଡିଜି ସୂଚନା ଦେଇଛନ୍ତି । ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ମୃତ୍ୟୁ ମାମଲାକୁ ଗତ ୧୨ ତାରିଖକୁ ପୁରିଛି ମାସେ । ଏଯାଏଁ ସରିନି ତଦନ୍ତ। ଘଟଣାରୁ ହଟିପାରିନି ପରଦା। ସ୍ପଷ୍ଟ ହୋଇ ପାରିନାହିଁ ମୃତ୍ୟୁର […]

ଭୁବନେଶ୍ୱର: ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ମାମଲା । କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହେଲା ତଦନ୍ତ ଭାର । ଡିଜିପିଙ୍କ ନିର୍ଦ୍ଦେଶରେ ତଦନ୍ତ ଦାୟିତ୍ୱ ନେଲା କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଡିଏସପିଙ୍କ ନେତୃତ୍ୱରେ ୩ଜଣିଆ ଟିମ୍ ଗଠନ ହୋଇଛି । ଏନେଇ ପୋଲିସ ଡିଜି ସୂଚନା ଦେଇଛନ୍ତି । ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ମୃତ୍ୟୁ ମାମଲାକୁ ଗତ ୧୨ ତାରିଖକୁ ପୁରିଛି ମାସେ । ଏଯାଏଁ ସରିନି ତଦନ୍ତ। ଘଟଣାରୁ ହଟିପାରିନି ପରଦା। ସ୍ପଷ୍ଟ ହୋଇ ପାରିନାହିଁ ମୃତ୍ୟୁର କାରଣ। ଏବେ କ୍ରାଇମବ୍ରାଞ୍ଚ ଖୋଲିବ ସୌମ୍ୟ ମୃତ୍ୟୁ ରହସ୍ୟ । ସୂଚନା ଯୋଗ୍ୟ ଯେ, ପୂର୍ବରୁ ସିବିଆଇ ତଦନ୍ତ ଦାବିରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ପିଟିସନ୍ ଦାଖଲ ହୋଇଥିଲା । ଏହା ଅତ୍ୟନ୍ତ ସମ୍ବେଦନଶୀଳ ମାମଲା । ତେଣୁ ଏହାର ତଦନ୍ତ CBIକୁ ଦେବା ପାଇଁ ହାଇକୋର୍ଟରେ ଦାବି ହୋଇଥିଲା ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

CBI ନଚେତ୍ ହାଇକୋର୍ଟଙ୍କ ତତ୍ୱାବଧାନରେ ସ୍ୱାଧୀନ କମିଟି ଦ୍ୱାରା ତଦନ୍ତ କରାଇବା ପାଇଁ ଦାବି ହୋଇଛି । ହାଇକୋର୍ଟରେ ଦାଖଲ ରିଟ୍ ପିଟିସନରେ ୬ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି । କେନ୍ଦ୍ର ଗୃହ ସଚିବ, ରାଜ୍ୟ ମୁଖ୍ୟ ଶାସନ ସଚିବ, ରାଜ୍ୟ ଗୃହ ସଚିବ, ଡିଜିପି , ଗଜପତି ଏସ୍‌ପି ଓ ପାରଳାଖେମୁଣ୍ଡି ଆଇଆଇସିଙ୍କୁ ଏଥିରେ ପକ୍ଷଭୁକ୍ତ କରା ଯାଇଛି । ଡିଏଫଓ, ରୋଷେୟା ଓ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ବିରୋଧରେ ପରିବାର ପକ୍ଷରୁ ଏତଲା ଦିଆଯାଇଛି । ଡିଏଫଓ ଙ୍କ ସହ ବିଦ୍ୟାଭାରତୀଙ୍କ ଅନୈତିକ ସଂପର୍କ ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଆହୁରି ପଢ଼ନ୍ତୁ: ବ୍ୟାଙ୍କ୍‌କୁ ଜମା ପାଇଁ ଗଲା ବେଳେ ୨ଟି ବାଇକ୍‌ରେ ଆସି ୨ ଲକ୍ଷ ଝାମ୍ପିନେଲେ ଲୁଟେରା

14 Aug 2021 By The Sakala

ଏସିଏଫ୍ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା : କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହେଲା ତଦନ୍ତ ଭାର

ଭୁବନେଶ୍ୱର: ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ମାମଲା । କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହେଲା ତଦନ୍ତ ଭାର । ଡିଜିପିଙ୍କ ନିର୍ଦ୍ଦେଶରେ ତଦନ୍ତ ଦାୟିତ୍ୱ ନେଲା କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଡିଏସପିଙ୍କ ନେତୃତ୍ୱରେ ୩ଜଣିଆ ଟିମ୍ ଗଠନ ହୋଇଛି । ଏନେଇ ପୋଲିସ ଡିଜି ସୂଚନା ଦେଇଛନ୍ତି । ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ମୃତ୍ୟୁ ମାମଲାକୁ ଗତ ୧୨ ତାରିଖକୁ ପୁରିଛି ମାସେ । ଏଯାଏଁ ସରିନି ତଦନ୍ତ। ଘଟଣାରୁ ହଟିପାରିନି ପରଦା। ସ୍ପଷ୍ଟ ହୋଇ ପାରିନାହିଁ ମୃତ୍ୟୁର କାରଣ। ଏବେ କ୍ରାଇମବ୍ରାଞ୍ଚ ଖୋଲିବ ସୌମ୍ୟ ମୃତ୍ୟୁ ରହସ୍ୟ । ସୂଚନା ଯୋଗ୍ୟ ଯେ, ପୂର୍ବରୁ ସିବିଆଇ ତଦନ୍ତ ଦାବିରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ପିଟିସନ୍ ଦାଖଲ ହୋଇଥିଲା । ଏହା ଅତ୍ୟନ୍ତ ସମ୍ବେଦନଶୀଳ ମାମଲା । ତେଣୁ ଏହାର ତଦନ୍ତ CBIକୁ ଦେବା ପାଇଁ ହାଇକୋର୍ଟରେ ଦାବି ହୋଇଥିଲା ।

CBI ନଚେତ୍ ହାଇକୋର୍ଟଙ୍କ ତତ୍ୱାବଧାନରେ ସ୍ୱାଧୀନ କମିଟି ଦ୍ୱାରା ତଦନ୍ତ କରାଇବା ପାଇଁ ଦାବି ହୋଇଛି । ହାଇକୋର୍ଟରେ ଦାଖଲ ରିଟ୍ ପିଟିସନରେ ୬ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି । କେନ୍ଦ୍ର ଗୃହ ସଚିବ, ରାଜ୍ୟ ମୁଖ୍ୟ ଶାସନ ସଚିବ, ରାଜ୍ୟ ଗୃହ ସଚିବ, ଡିଜିପି , ଗଜପତି ଏସ୍‌ପି ଓ ପାରଳାଖେମୁଣ୍ଡି ଆଇଆଇସିଙ୍କୁ ଏଥିରେ ପକ୍ଷଭୁକ୍ତ କରା ଯାଇଛି । ଡିଏଫଓ, ରୋଷେୟା ଓ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ବିରୋଧରେ ପରିବାର ପକ୍ଷରୁ ଏତଲା ଦିଆଯାଇଛି । ଡିଏଫଓ ଙ୍କ ସହ ବିଦ୍ୟାଭାରତୀଙ୍କ ଅନୈତିକ ସଂପର୍କ ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

https://www.thesakala.in/latest-odisha-news/crime-branch-to-investigate-acf-soumya-ranjan-death-case/article-4606
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର