ଗାଧୋଇବାବେଳେ ପୋଖରୀରେ ବୁଡ଼ି ୩ ନାବାଳିକା ମୃତ

Madhusudan Das Picture
Published On

ନବରଙ୍ଗପୁର: ପୋଖରୀରେ ଗାଧୋଇବା ହେଲା କାଳ । ପାଣିରେ ବୁଡ଼ି ଚାଲିଗଲା ଦୁଇ ଭଉଣୀ ସମେତ ୩ ନାବାଳିକାଙ୍କ ଜୀବନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କୁର୍ସି ଗାଁରୁ ଆସିଛି ଏପରି ହୃଦୟ ବିଦାରକ ଖବର । ଘଟଣା ପରେ ପୁରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୃତ ତିନି ନାବାଳିକାଙ୍କ ମଧ୍ୟରେ ଅଛନ୍ତି ଗାଁର ରାଜମନ ଗଣ୍ଡଙ୍କ ଦୁଇ ଝିଅ ସନ୍ଧ୍ୟା ଓ ସନ୍ଧିତା ଏବଂ ବାଲସାଇ ଗଣ୍ଡଙ୍କ ଝିଅ ଭୂମିକା। ମୃତକମାନଙ୍କ ମଧ୍ୟରୁ ୨ ଜଣଙ୍କ ବୟସ ୬ ବର୍ଷ ହୋଇଥିବା ବେଳେ ଜଣଙ୍କୁ ୫ ବର୍ଷ ହୋଇଥିଲା ବୋଲି ଜଣାପଡ଼ିଛି। 

ଆହୁରି ପଢ଼ନ୍ତୁ: କ୍ୟାବିନେଟ୍ ବୈଠକରେ ୧୧ ପ୍ରସ୍ତାବ ଉପରେ ବାଜିଲା ମୋହର, ୩୪୦୦ କୋଟିର ଅଟଳ ବସଷ୍ଟାଣ୍ଡ ଯୋଜନାକୁ ମଞ୍ଜୁରୀ

ସୂଚନା ଅନୁସାରେ, ସାଙ୍ଗ ହୋଇ ତିନି ନାବାଳିକା ଝିଅ ଘର ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ପୋଖରୀରେ ଗାଧୋଉଥିବା ବେଳେ ହଠାତ ତିନି ଜଣ ନାବାଳିକା ବୁଡ଼ି ଯାଇଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ତୁରନ୍ତ ନାବାଳିକାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ତିନି ନାବାଳିକାଙ୍କୁ ମେଡିକାଲରେ ମୃତ ଘୋଷଣା କରିଛନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶା ସରକାରୀ ବିଶ୍ୱବିଦ୍ୟାଳୟ ବିଧେୟକ-୨୦୨୬କୁ ମିଳିଲା ରାଜ୍ୟପାଳଙ୍କ ସ୍ୱୀକୃତି

09 Apr 2026 By Madhusudan Das

ଗାଧୋଇବାବେଳେ ପୋଖରୀରେ ବୁଡ଼ି ୩ ନାବାଳିକା ମୃତ

ନବରଙ୍ଗପୁର: ପୋଖରୀରେ ଗାଧୋଇବା ହେଲା କାଳ । ପାଣିରେ ବୁଡ଼ି ଚାଲିଗଲା ଦୁଇ ଭଉଣୀ ସମେତ ୩ ନାବାଳିକାଙ୍କ ଜୀବନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କୁର୍ସି ଗାଁରୁ ଆସିଛି ଏପରି ହୃଦୟ ବିଦାରକ ଖବର । ଘଟଣା ପରେ ପୁରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୃତ ତିନି ନାବାଳିକାଙ୍କ ମଧ୍ୟରେ ଅଛନ୍ତି ଗାଁର ରାଜମନ ଗଣ୍ଡଙ୍କ ଦୁଇ ଝିଅ ସନ୍ଧ୍ୟା ଓ ସନ୍ଧିତା ଏବଂ ବାଲସାଇ ଗଣ୍ଡଙ୍କ ଝିଅ ଭୂମିକା। ମୃତକମାନଙ୍କ ମଧ୍ୟରୁ ୨ ଜଣଙ୍କ ବୟସ ୬ ବର୍ଷ ହୋଇଥିବା ବେଳେ ଜଣଙ୍କୁ ୫ ବର୍ଷ ହୋଇଥିଲା ବୋଲି ଜଣାପଡ଼ିଛି। 

ସୂଚନା ଅନୁସାରେ, ସାଙ୍ଗ ହୋଇ ତିନି ନାବାଳିକା ଝିଅ ଘର ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ପୋଖରୀରେ ଗାଧୋଉଥିବା ବେଳେ ହଠାତ ତିନି ଜଣ ନାବାଳିକା ବୁଡ଼ି ଯାଇଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ତୁରନ୍ତ ନାବାଳିକାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ତିନି ନାବାଳିକାଙ୍କୁ ମେଡିକାଲରେ ମୃତ ଘୋଷଣା କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର