ଓଡ଼ିଶାକୁ ତଳିତଳାନ୍ତ କରିବାକୁ ଷଡ଼ଯନ୍ତ୍ର: ମାନସ ମଙ୍ଗରାଜ

Madhusudan Das Picture
Published On

ଭୁବନେଶ୍ୱର: କେନ୍ଦ୍ର ସରକାର ସବୁବେଳେ ‘ପୂର୍ବୋଦୟ’ ବିକାଶ କଥା କହୁଛନ୍ତି, ମାତ୍ର ବାସ୍ତବରେ ଏହା କାର୍ଯ୍ୟରେ ପ୍ରତିଫଳିତ ହେଉନାହିଁ ବୋଲି ଅଭିଯୋଗ କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ସେ କହିଛନ୍ତି ଯେ ରେଳବାଇ କ୍ଷେତ୍ରରେ ଓଡ଼ିଶା ସର୍ବଦା କେନ୍ଦ୍ର ଅବହେଳାର ଶିକାର ହୋଇଛି। ଓଡ଼ିଶାରେ ୩ଟି ନୂଆ ଡିଭିଜନ୍‌ ସ୍ଥାପନ ପାଇଁ ଦାବି ଏଯାଏଁ ଅପୂରଣୀୟ ରହିଛି। ଜୟପୁର-ମାଲକାନଗିରି, ଜୟପୁର-ନବରଙ୍ଗପୁର ରେଳପଥ କାର୍ଯ୍ୟ ଶେଷ ହେବାର ନାଁ ଧରୁନାହିଁ। ମାତ୍ର ଦେଶର ୧୭ ରେଳ ଜୋନ ମଧ୍ୟରେ ସର୍ବାଧିକ ରାଜସ୍ୱ ଦେଉଥିବା ପୂର୍ବତଟ ରେଳବାଇକୁ ବିକଳାଙ୍ଗ କରିବାକୁ ଷଡ଼ଯନ୍ତ୍ର ହୋଇଛି। ପ୍ରଥମେ ୱାଲଟିୟର୍‌ ଡିଭିଜନ୍‌କୁ ପୂର୍ବତଟରୁ ବିଚ୍ଛିନ୍ନ କରିଦିଆଗଲା। ଏବେ  ପଲାସା-ଇଚ୍ଛାପୁରମ୍‌ ସେକ୍ସନ୍‌ର ୯ ଷ୍ଟେସନ୍‌କୁ ଦକ୍ଷିଣତଟ ରେଳବାଇରେ ସାମିଲ ପାଇଁ ଯୋଜନା ଚାଲିଛି। କ୍ରମାଗତ କେନ୍ଦ୍ରୀୟ ଅବହେଳାର ଶିକାର ଓଡ଼ିଶାବାସୀଙ୍କ କ୍ଷତରେ ଏହା ଚୂନ ଲେପିବା ପରି ହୋଇଛି। କେନ୍ଦ୍ର ସରକାର ଓ ରେଳ ମନ୍ତ୍ରଣାଳୟ ତୁରନ୍ତ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବା ଆବଶ୍ୟକ। ଏପରି ପ୍ରତାରଣାକୁ ରାଜ୍ୟବାସୀ କଦାପି ସହ୍ୟ କରିବେ ନାହିଁ ଓ ଉଚିତ ଜବାବ ଦେବେ ବୋଲି ମାନସ କହିଛନ୍ତି। 

ଆହୁରି ପଢ଼ନ୍ତୁ: ସ୍ୱାସ୍ଥ୍ୟସେବାର ଚରମ ଅବ୍ୟବସ୍ଥା: ପିଆର୍‌ଏମ୍‌ରେ ଅସୁସ୍ଥ ସ୍ତ୍ରୀଙ୍କୁ କାନ୍ଧରେ ବୋହିଲେ ସ୍ୱାମୀ

03 Apr 2026 By Madhusudan Das

ଓଡ଼ିଶାକୁ ତଳିତଳାନ୍ତ କରିବାକୁ ଷଡ଼ଯନ୍ତ୍ର: ମାନସ ମଙ୍ଗରାଜ

ଭୁବନେଶ୍ୱର: କେନ୍ଦ୍ର ସରକାର ସବୁବେଳେ ‘ପୂର୍ବୋଦୟ’ ବିକାଶ କଥା କହୁଛନ୍ତି, ମାତ୍ର ବାସ୍ତବରେ ଏହା କାର୍ଯ୍ୟରେ ପ୍ରତିଫଳିତ ହେଉନାହିଁ ବୋଲି ଅଭିଯୋଗ କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ସେ କହିଛନ୍ତି ଯେ ରେଳବାଇ କ୍ଷେତ୍ରରେ ଓଡ଼ିଶା ସର୍ବଦା କେନ୍ଦ୍ର ଅବହେଳାର ଶିକାର ହୋଇଛି। ଓଡ଼ିଶାରେ ୩ଟି ନୂଆ ଡିଭିଜନ୍‌ ସ୍ଥାପନ ପାଇଁ ଦାବି ଏଯାଏଁ ଅପୂରଣୀୟ ରହିଛି। ଜୟପୁର-ମାଲକାନଗିରି, ଜୟପୁର-ନବରଙ୍ଗପୁର ରେଳପଥ କାର୍ଯ୍ୟ ଶେଷ ହେବାର ନାଁ ଧରୁନାହିଁ। ମାତ୍ର ଦେଶର ୧୭ ରେଳ ଜୋନ ମଧ୍ୟରେ ସର୍ବାଧିକ ରାଜସ୍ୱ ଦେଉଥିବା ପୂର୍ବତଟ ରେଳବାଇକୁ ବିକଳାଙ୍ଗ କରିବାକୁ ଷଡ଼ଯନ୍ତ୍ର ହୋଇଛି। ପ୍ରଥମେ ୱାଲଟିୟର୍‌ ଡିଭିଜନ୍‌କୁ ପୂର୍ବତଟରୁ ବିଚ୍ଛିନ୍ନ କରିଦିଆଗଲା। ଏବେ  ପଲାସା-ଇଚ୍ଛାପୁରମ୍‌ ସେକ୍ସନ୍‌ର ୯ ଷ୍ଟେସନ୍‌କୁ ଦକ୍ଷିଣତଟ ରେଳବାଇରେ ସାମିଲ ପାଇଁ ଯୋଜନା ଚାଲିଛି। କ୍ରମାଗତ କେନ୍ଦ୍ରୀୟ ଅବହେଳାର ଶିକାର ଓଡ଼ିଶାବାସୀଙ୍କ କ୍ଷତରେ ଏହା ଚୂନ ଲେପିବା ପରି ହୋଇଛି। କେନ୍ଦ୍ର ସରକାର ଓ ରେଳ ମନ୍ତ୍ରଣାଳୟ ତୁରନ୍ତ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବା ଆବଶ୍ୟକ। ଏପରି ପ୍ରତାରଣାକୁ ରାଜ୍ୟବାସୀ କଦାପି ସହ୍ୟ କରିବେ ନାହିଁ ଓ ଉଚିତ ଜବାବ ଦେବେ ବୋଲି ମାନସ କହିଛନ୍ତି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର