ନିଜକୁ CID ପରିଚୟ ଦେଇ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟୀଙ୍କୁ ଲୁଟୁଥିଲେ, ୮ ଜଣଙ୍କୁ ଗିରଫ କଲା ପୋଲିସ

Madhusudan Das Picture
Published On

 ଭୁବନେଶ୍ୱର: ରାଜଧାନୀରେ ନକଲି CID ଅଧିକାରୀ ବନିବା ମହଙ୍ଗା ପଡିଲା । ମିଛ କହି ବ୍ଲାକମେଲ କରି ବନ୍ଧାହେଲେ ନକଲି CID । ନିଜକୁ CID ଅଧିକାରୀ କହି ବିଭିନ୍ନ ଶିକ୍ଷାନୁଷ୍ଠାନରେ ପ୍ରବେଶ କରୁଥିଲେ । ଧମକ ଚମକ ଦେଖାଇ ଟଙ୍କା ଆଦାୟ କରୁଥିଲେ । ଶିକ୍ଷା ଅନୁଷ୍ଠାନରେ ପ୍ରବଳ ଅନିୟମିତତା ଦର୍ଶାଇ ଅର୍ଥ ଆଦାୟ କରୁଥିଲେ l କେବଳ ଶିକ୍ଷା ଅନୁଷ୍ଠାନ ନୁହଁ ବଡବଡ ବ୍ୟବସାୟ ପ୍ରତିଷ୍ଠାନରେ ମଧ୍ୟ ଏମାନେ ନିଜକୁ CID କହି ଯାଞ୍ଚ ଆଳରେ ମାଲିକଙ୍କ ଠାରୁ ଟଙ୍କା ଲୁଟୁଥିଲେ। 

ଆହୁରି ପଢ଼ନ୍ତୁ: ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ୱସ୍ତି: ପିୟୁସିସି (PUCC) ନିୟମ ଉଲ୍ଲଂଘନ ପାଇଁ କମିଲା ଜରିମାନା

ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଏକ ଘରୋଇ ଶିକ୍ଷା ଅନୁଷ୍ଠାନ ବାହାରେ ନାଲି ପତକା ମାରି ଟଙ୍କା ମାଗୁଥିବା ସମୟରେ ପୋଲିସ ପହଞ୍ଚିଥିଲା । ନିଜକୁ CID ପରିଚୟ ଦେଉଥିବା ଅଭିଯୋଗରେ ୮ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ଯେଉଁମାନଙ୍କ ଭିତରେ ୪ ମହିଳା ମଧ୍ୟ ସାମିଲ ରହିଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ପୂଜା ବେହେରା,  ପ୍ରତିମା ପରିଡା,  ଜେନାମଣି ପ୍ରଧାନ,  ସୌଭାଗ୍ୟ ସାହୁ,  ଧର୍ମେନ୍ଦ୍ର ବୋଇତାଇ, ମନୋଜ କୁମାର ମିଶ୍ର,  ଅନ୍ନପୂର୍ଣ୍ଣା ପଣ୍ଡା,  ନିଲୁ ନାୟକ ।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର