ଆଜିଠୁ କାଳିଆ ଦର୍ଶନ

The Sakala Picture
Published On

ପୁରୀ : ଗୁରୁବାରଠାରୁ ଶ୍ରୀମନ୍ଦିର ଖୋଲିବ। ଏଥିପାଇଁ ମାର୍ଗଦର୍ଶିକା ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। ପ୍ରଥମ ଦୁଇଦିନ ଅର୍ଥାତ ୧୨ ଓ ୧୩ ତାରିଖ ସେବାୟତଙ୍କ ପରିବାର ଲୋକେ ଶ୍ରୀଜିଉମାନଙ୍କୁ ଦର୍ଶନ କରିବେ। ୧୬ ତାରିଖରୁ ୨୨ ତାରିଖ ଯାଏ କେବଳ ପୁରୀବାସୀ ଓ ୨୩ରୁ ସର୍ବସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲାରହିବ। କିନ୍ତୁ ପୁରୀ ବାହାରୁ ଆସୁଥିଲେ ଶ୍ରଦ୍ଧାଳୁଙ୍କୁ ଡବଲ ଡୋଜ୍‌ର ସାର୍ଟିଫିକେଟ କିମ୍ବା କରୋନା ନେଗେଟିଭ୍ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ସାନିଟାଇଜେସନ ପାଇଁ ଶନିବାର […]

ପୁରୀ : ଗୁରୁବାରଠାରୁ ଶ୍ରୀମନ୍ଦିର ଖୋଲିବ। ଏଥିପାଇଁ ମାର୍ଗଦର୍ଶିକା ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। ପ୍ରଥମ ଦୁଇଦିନ ଅର୍ଥାତ ୧୨ ଓ ୧୩ ତାରିଖ ସେବାୟତଙ୍କ ପରିବାର ଲୋକେ ଶ୍ରୀଜିଉମାନଙ୍କୁ ଦର୍ଶନ କରିବେ। ୧୬ ତାରିଖରୁ ୨୨ ତାରିଖ ଯାଏ କେବଳ ପୁରୀବାସୀ ଓ ୨୩ରୁ ସର୍ବସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲାରହିବ। କିନ୍ତୁ ପୁରୀ ବାହାରୁ ଆସୁଥିଲେ ଶ୍ରଦ୍ଧାଳୁଙ୍କୁ ଡବଲ ଡୋଜ୍‌ର ସାର୍ଟିଫିକେଟ କିମ୍ବା କରୋନା ନେଗେଟିଭ୍ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ସାନିଟାଇଜେସନ ପାଇଁ ଶନିବାର ଓ ରବିବାର ମନ୍ଦିର ବନ୍ଦ ରହିବ। ଏହ ସହିତ ଅଗଷ୍ଟ ୩୦ରେ ଜନ୍ମାଷ୍ଟମୀ ଓ ସେପ୍ଟେମ୍ବର ୧୦ରେ ଗଣେଶ ଚତୁର୍ଥୀ ପାଇଁ ମଧ୍ୟ ମନ୍ଦିର ବନ୍ଦ ରହିବ। ଶ୍ରଦ୍ଧାଳୁମାନେ ହାତ ଧୁଆ, ମାସ୍କ, ପିନ୍ଧା, ସାମାଜିକ ଦୂରତାକୁ ମାନିବେ। ଦେବାଦେବୀଙ୍କୁ ସ୍ପର୍ଶ ମନା।

ଆହୁରି ପଢ଼ନ୍ତୁ: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

ଏହାସହିତ ପାନ କିମ୍ବା ଗୁଟଖା ଖାଇଲେ ୫ଶହ ଟଙ୍କା ଜରିମାନା ଗଣିବାକୁ ପଡ଼ିବ। ପଲିଥିନ ନେଲେ ଶହେ ଟଙ୍କା କରିମାନା ସ୍ଥିର କରିଛି ପ୍ରଶାସନ। ୬୫ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତି, ରୋଗୀ, ଗର୍ଭବତୀ ମହିଳା ଏବଂ ୧୦ରୁ କମ୍‍ ବୟସର ପିଲା ସାମ୍ପ୍ରତିକ ସ୍ଥିତିରେ ମନ୍ଦିର ନ ଆସିବାକୁ ପରାମର୍ଶ ଦିଆଯାଇଛି। ଆସନ୍ତା ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ କେବଳ ପୁରୀ ସହରବାସୀ ମହାପ୍ରଭୁଙ୍କୁ ଦର୍ଶନ କରିବେ। ସକାଳ ୭ରୁ ସନ୍ଧ୍ୟା ୭ଟା ମିଳିବ ଦର୍ଶନ ସୁଯୋଗ। ଜୋତାଷ୍ଟାଣ୍ଡର ଅପରପାର୍ଶ୍ବ ବ୍ୟାରିକେଡ ଦେଇ ସହରବାସୀ ମନ୍ଦିରକୁ ପ୍ରବେଶ କରିବେ। ମ୍ୟୁନିସିପାଲିଟି ପକ୍ଷରୁ ୱାର୍ଡ ନମ୍ବର ଥାଇ ସେମାନଙ୍କୁ ଦିଆଯାଇଥିବା ଚିରକୁଟି ଆଣିଥିବେ। ସମସ୍ତଙ୍କୁ କିଓସ୍କୋରେ ଫଟୋ ଥିବା ପରିଚୟପତ୍ର (ଆଧାରକାର୍ଡ ଅଥବା ଭୋଟରକାର୍ଡ) ଦେଖାଇବାକୁ ପଡ଼ିବ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲର ସେକ୍ସନ ଅଫିସର୍, ୨୫୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

ସମସ୍ତେ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଏବଂ ଦର୍ଶନ ସାରି ଉତ୍ତର ଦ୍ୱାର ଦେଇ ବାହାରିବେ। ସିଂହଦ୍ୱାର ସମ୍ମୁଖ ଶେଡ୍‍ ଦେଇ ସମସ୍ତେ ଧାଡିରେ ଦର୍ଶନ ପାଇଁ ମନ୍ଦିରକୁ ପ୍ରବେଶ କରିବେ। ପ୍ରତ୍ୟେକ ଦର୍ଶନାର୍ଥୀଙ୍କୁ ୯୬ ଘଣ୍ଟା ମଧ୍ୟରେ କରିଥିବା ଆରଟିପିସିଆର ନେଗେଟିଭ ରିପୋର୍ଟ କିମ୍ବା ଦୁଇଡୋଜ୍‍ ଟିକା ନେଇଥିବାର ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ସମସ୍ତେ ସାଥୀରେ ଫଟୋ ପରିଚୟପତ୍ର (ଆଧାରକାର୍ଡ କିମ୍ବା ଭୋଟର କାର୍ଡ) ଆଣିଥିବେ।

ଆହୁରି ପଢ଼ନ୍ତୁ: ଅନୈତିକ କାର୍ଯ୍ୟରେ ଲିପ୍ତ ସେବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ସେବାରୁ ନିଲମ୍ବନ, ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା

12 Aug 2021 By The Sakala

ଆଜିଠୁ କାଳିଆ ଦର୍ଶନ

ପୁରୀ : ଗୁରୁବାରଠାରୁ ଶ୍ରୀମନ୍ଦିର ଖୋଲିବ। ଏଥିପାଇଁ ମାର୍ଗଦର୍ଶିକା ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। ପ୍ରଥମ ଦୁଇଦିନ ଅର୍ଥାତ ୧୨ ଓ ୧୩ ତାରିଖ ସେବାୟତଙ୍କ ପରିବାର ଲୋକେ ଶ୍ରୀଜିଉମାନଙ୍କୁ ଦର୍ଶନ କରିବେ। ୧୬ ତାରିଖରୁ ୨୨ ତାରିଖ ଯାଏ କେବଳ ପୁରୀବାସୀ ଓ ୨୩ରୁ ସର୍ବସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲାରହିବ। କିନ୍ତୁ ପୁରୀ ବାହାରୁ ଆସୁଥିଲେ ଶ୍ରଦ୍ଧାଳୁଙ୍କୁ ଡବଲ ଡୋଜ୍‌ର ସାର୍ଟିଫିକେଟ କିମ୍ବା କରୋନା ନେଗେଟିଭ୍ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ସାନିଟାଇଜେସନ ପାଇଁ ଶନିବାର ଓ ରବିବାର ମନ୍ଦିର ବନ୍ଦ ରହିବ। ଏହ ସହିତ ଅଗଷ୍ଟ ୩୦ରେ ଜନ୍ମାଷ୍ଟମୀ ଓ ସେପ୍ଟେମ୍ବର ୧୦ରେ ଗଣେଶ ଚତୁର୍ଥୀ ପାଇଁ ମଧ୍ୟ ମନ୍ଦିର ବନ୍ଦ ରହିବ। ଶ୍ରଦ୍ଧାଳୁମାନେ ହାତ ଧୁଆ, ମାସ୍କ, ପିନ୍ଧା, ସାମାଜିକ ଦୂରତାକୁ ମାନିବେ। ଦେବାଦେବୀଙ୍କୁ ସ୍ପର୍ଶ ମନା।

ଏହାସହିତ ପାନ କିମ୍ବା ଗୁଟଖା ଖାଇଲେ ୫ଶହ ଟଙ୍କା ଜରିମାନା ଗଣିବାକୁ ପଡ଼ିବ। ପଲିଥିନ ନେଲେ ଶହେ ଟଙ୍କା କରିମାନା ସ୍ଥିର କରିଛି ପ୍ରଶାସନ। ୬୫ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତି, ରୋଗୀ, ଗର୍ଭବତୀ ମହିଳା ଏବଂ ୧୦ରୁ କମ୍‍ ବୟସର ପିଲା ସାମ୍ପ୍ରତିକ ସ୍ଥିତିରେ ମନ୍ଦିର ନ ଆସିବାକୁ ପରାମର୍ଶ ଦିଆଯାଇଛି। ଆସନ୍ତା ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ କେବଳ ପୁରୀ ସହରବାସୀ ମହାପ୍ରଭୁଙ୍କୁ ଦର୍ଶନ କରିବେ। ସକାଳ ୭ରୁ ସନ୍ଧ୍ୟା ୭ଟା ମିଳିବ ଦର୍ଶନ ସୁଯୋଗ। ଜୋତାଷ୍ଟାଣ୍ଡର ଅପରପାର୍ଶ୍ବ ବ୍ୟାରିକେଡ ଦେଇ ସହରବାସୀ ମନ୍ଦିରକୁ ପ୍ରବେଶ କରିବେ। ମ୍ୟୁନିସିପାଲିଟି ପକ୍ଷରୁ ୱାର୍ଡ ନମ୍ବର ଥାଇ ସେମାନଙ୍କୁ ଦିଆଯାଇଥିବା ଚିରକୁଟି ଆଣିଥିବେ। ସମସ୍ତଙ୍କୁ କିଓସ୍କୋରେ ଫଟୋ ଥିବା ପରିଚୟପତ୍ର (ଆଧାରକାର୍ଡ ଅଥବା ଭୋଟରକାର୍ଡ) ଦେଖାଇବାକୁ ପଡ଼ିବ।

ସମସ୍ତେ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଏବଂ ଦର୍ଶନ ସାରି ଉତ୍ତର ଦ୍ୱାର ଦେଇ ବାହାରିବେ। ସିଂହଦ୍ୱାର ସମ୍ମୁଖ ଶେଡ୍‍ ଦେଇ ସମସ୍ତେ ଧାଡିରେ ଦର୍ଶନ ପାଇଁ ମନ୍ଦିରକୁ ପ୍ରବେଶ କରିବେ। ପ୍ରତ୍ୟେକ ଦର୍ଶନାର୍ଥୀଙ୍କୁ ୯୬ ଘଣ୍ଟା ମଧ୍ୟରେ କରିଥିବା ଆରଟିପିସିଆର ନେଗେଟିଭ ରିପୋର୍ଟ କିମ୍ବା ଦୁଇଡୋଜ୍‍ ଟିକା ନେଇଥିବାର ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ସମସ୍ତେ ସାଥୀରେ ଫଟୋ ପରିଚୟପତ୍ର (ଆଧାରକାର୍ଡ କିମ୍ବା ଭୋଟର କାର୍ଡ) ଆଣିଥିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର