ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ନିଶାମୁକ୍ତ ହେବ ଓଡିଶା, ଏପ୍ରିଲ ୧ରୁ ଆରମ୍ଭ ହେବ ସ୍ବତନ୍ତ୍ର ଅଭିଯାନ

Madhusudan Das Picture
Published On

ଭୁବନେଶ୍ୱର: ନିଶାମୁକ୍ତ ହେବ ଓଡିଶା । ଏପ୍ରିଲ ୧ରୁ ଆରମ୍ଭ ହେବ ସ୍ବତନ୍ତ୍ର ଅଭିଯାନ । ଆସନ୍ତା ୩ ବର୍ଷ ଭିତରେ ନିଶା ବା ଗଞ୍ଜେଇର ମୁଲପୋଛ ପାଇଁ ଆରମ୍ଭ ହେବ ଅଭିଯାନ । ଶିକ୍ଷାନୁସ୍ଥାନ ୫୦୦ ମିଟର ଭିତରେ ନିଶା ଦ୍ରବ୍ୟ ବିକ୍ରି ଉପରେ ଡ୍ରାଇଭ ଚାଲିଥିଲା ଆଗକୁ ମଧ୍ୟ ଚାଲିବ ବୋଲି କହିଛନ୍ତି  । 

ଆହୁରି ପଢ଼ନ୍ତୁ: ଅଳ୍ପକେ ବର୍ତ୍ତିଲା ବଡ ଦୁର୍ଘଟଣା: ଭୁବନେଶ୍ୱର ଷ୍ଟେସନ ନିକଟରେ ଗୋଟିଏ ଟ୍ରାକ୍‌ରେ ମୁହାଁମୁହିଁ ହେଲା ଦୁଇଟି ଟ୍ରେନ୍‌

ରାଜ୍ୟକୁ ପସିପାରିବନି ସିଂଥେଟିକ୍ସ ଡ୍ରଗ୍ସ। ଶିକ୍ଷାନୁଷ୍ଠାନର ୫୦୦ ମିଟର ଭିତରେ ନିଶା ବିକ୍ରି ହେଲେ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି କହିଛନ୍ତି ଡିଜିପି। ଏଥିପାଇଁ ସମସ୍ତ ଜିଲ୍ଲାର ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ନିଶା ମାଫିଆଙ୍କୁ ଗିରଫ କରିବା ସହ ଦଣ୍ଡବିଧାନ ଦିଗରେ ମଧ୍ୟରେ ଓଡିଶା ପୋଲିସକୁ ବ୍ୟାପକ ସଫଳତା ମିଳିଛି । ୨୦୨୫ ଜାନୁଆରୀ ୧ରୁ ୨୦୨୬ ଫେବୃଆରୀ ୨୮ ମଧ୍ୟରେ  ମୋଟ 1,444 କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଚାଷ ନଷ୍ଟ ହୋଇଛି । 1346  କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ, ଜବତ ହୋଇଛି। 41.7  କୋଟି ଟଙ୍କା ମୂଲ୍ୟର  ବ୍ରାଉନସୁଗର ଓ 10.17  କୋଟି  ଟଙ୍କା ମୂଲ୍ୟର କଫ ସିରପ ଜବତ ହୋଇଛି। 200 କୋଟି ଟଙ୍କା ମୂଲ୍ୟର 1862 ଲିଟର ଗଞ୍ଜେଇ ତେଲ ଜବତ ହୋଇଛି । ୬୫୪ ଜଣ ଆନ୍ତଃରାଜ୍ୟ ନିଶା ବେପାରୀ ଗିରଫ ହୋଇଛନ୍ତି । ଏଥିସହିତ ନିଶା ବେପାରୀଙ୍କ ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗିବା ପାଇଁ 10 କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ବ୍ୟାଜପ୍ତି କରାଯାଇଛି। 

ଆହୁରି ପଢ଼ନ୍ତୁ: ଗୁଣପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କ ୭୬ ବର୍ଷ ବୟସରେ ପରଲୋକ

STF ଦ୍ୱାରା ପ୍ରଶିକ୍ଷିତ K-9 ସ୍ନାଇଫର ଶ୍ଵାନଙ୍କ ସହାୟତାରେ ରାଜ୍ୟର ପ୍ରମୁଖ ରେଳ ଷ୍ଟେସନ ଓ ବସଷ୍ଟାଣ୍ଡ ଗୁଡ଼ିକରେ କଡ଼ା ନଜର ରଖାଯାଇଛି। ଦଣ୍ଡବିଧାନ ସହିତ ସଚେତନତା ଓ ସଂସ୍କାର ଉପରେ ଓଡ଼ିଶା ପୋଲିସ ଗୁରୁତ୍ୱ ଦେଉଛି। ଓଡ଼ିଶାରେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଆର୍ଥିକ ଅନୁଦାନରେ 29ଟି ଜିଲ୍ଲାରେ 41 ଗୋଟି  ଓ ରାଜ୍ୟ ସରକାରଙ୍କ ଆର୍ଥିକ ଅନୁଦାନରେ 11ଗୋଟି ନିଶା ନିବାରଣ କେନ୍ଦ୍ର , ମୋଟ 52ଟି ନିଶା ନିବାରଣ କେନ୍ଦ୍ର କାର୍ଯ୍ୟ କରୁଛି। କେନ୍ଦ୍ର ସରକାରଙ୍କ ଦ୍ଵାରା ପରିଚାଳିତ ନିଶା ନିବାରଣ କେନ୍ଦ୍ରରେ 15 ଜଣ ଓ  ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ କେନ୍ଦ୍ରରେ 30 ଜଣ ଲେଖାଁଏ ନିଶାସକ୍ତ ବ୍ୟକ୍ତିମାନଙ୍କ ପାଇଁ ମାଗଣାରେ ଏକମାସ ପର୍ଯନ୍ତ ରହିବା, ଖାଇବା, ଚିକିତ୍ସା ସହିତ ବୈଷୟିକ ତାଲିମ ଦିଆଯାଉଅଛି । ଏପର୍ଯ୍ୟନ୍ତ 19,395 ଜଣ ବ୍ୟକ୍ତି ନିଶାରୁ ନିବୃତ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । 

ଆହୁରି ପଢ଼ନ୍ତୁ: ଦ୍ରୁତଗତିରେ ଆସି ହାଇୱାକୁ ପଛପଟୁ ଜୋରଦାର ଧକ୍କା ଦେଲା BMW କାର୍, ଦୁଇ ମୃତ

ଉଲ୍ଲେଖଯୋଗ୍ୟ ଯେ, ଅଭ୍ୟାସଗତ ନିଶା ବ୍ୟବସାୟୀମାନଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଓଡ଼ିଶା ପୋଲିସ କାର୍ଯାନୁଷ୍ଠାନ ଗ୍ରହଣ କରୁଛି । ନିଶା ବ୍ୟବସାୟୀମାନଙ୍କ ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗିବାକୁ NSA ଲଗାଯାଉଛି ।  ଏହି କ୍ରମରେ  ମୋଟ ୧୬ଟି ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି। 

20 Mar 2026 By Madhusudan Das

ନିଶାମୁକ୍ତ ହେବ ଓଡିଶା, ଏପ୍ରିଲ ୧ରୁ ଆରମ୍ଭ ହେବ ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ୱର: ନିଶାମୁକ୍ତ ହେବ ଓଡିଶା । ଏପ୍ରିଲ ୧ରୁ ଆରମ୍ଭ ହେବ ସ୍ବତନ୍ତ୍ର ଅଭିଯାନ । ଆସନ୍ତା ୩ ବର୍ଷ ଭିତରେ ନିଶା ବା ଗଞ୍ଜେଇର ମୁଲପୋଛ ପାଇଁ ଆରମ୍ଭ ହେବ ଅଭିଯାନ । ଶିକ୍ଷାନୁସ୍ଥାନ ୫୦୦ ମିଟର ଭିତରେ ନିଶା ଦ୍ରବ୍ୟ ବିକ୍ରି ଉପରେ ଡ୍ରାଇଭ ଚାଲିଥିଲା ଆଗକୁ ମଧ୍ୟ ଚାଲିବ ବୋଲି କହିଛନ୍ତି  । 

ରାଜ୍ୟକୁ ପସିପାରିବନି ସିଂଥେଟିକ୍ସ ଡ୍ରଗ୍ସ। ଶିକ୍ଷାନୁଷ୍ଠାନର ୫୦୦ ମିଟର ଭିତରେ ନିଶା ବିକ୍ରି ହେଲେ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି କହିଛନ୍ତି ଡିଜିପି। ଏଥିପାଇଁ ସମସ୍ତ ଜିଲ୍ଲାର ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ନିଶା ମାଫିଆଙ୍କୁ ଗିରଫ କରିବା ସହ ଦଣ୍ଡବିଧାନ ଦିଗରେ ମଧ୍ୟରେ ଓଡିଶା ପୋଲିସକୁ ବ୍ୟାପକ ସଫଳତା ମିଳିଛି । ୨୦୨୫ ଜାନୁଆରୀ ୧ରୁ ୨୦୨୬ ଫେବୃଆରୀ ୨୮ ମଧ୍ୟରେ  ମୋଟ 1,444 କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଚାଷ ନଷ୍ଟ ହୋଇଛି । 1346  କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ, ଜବତ ହୋଇଛି। 41.7  କୋଟି ଟଙ୍କା ମୂଲ୍ୟର  ବ୍ରାଉନସୁଗର ଓ 10.17  କୋଟି  ଟଙ୍କା ମୂଲ୍ୟର କଫ ସିରପ ଜବତ ହୋଇଛି। 200 କୋଟି ଟଙ୍କା ମୂଲ୍ୟର 1862 ଲିଟର ଗଞ୍ଜେଇ ତେଲ ଜବତ ହୋଇଛି । ୬୫୪ ଜଣ ଆନ୍ତଃରାଜ୍ୟ ନିଶା ବେପାରୀ ଗିରଫ ହୋଇଛନ୍ତି । ଏଥିସହିତ ନିଶା ବେପାରୀଙ୍କ ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗିବା ପାଇଁ 10 କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ବ୍ୟାଜପ୍ତି କରାଯାଇଛି। 

STF ଦ୍ୱାରା ପ୍ରଶିକ୍ଷିତ K-9 ସ୍ନାଇଫର ଶ୍ଵାନଙ୍କ ସହାୟତାରେ ରାଜ୍ୟର ପ୍ରମୁଖ ରେଳ ଷ୍ଟେସନ ଓ ବସଷ୍ଟାଣ୍ଡ ଗୁଡ଼ିକରେ କଡ଼ା ନଜର ରଖାଯାଇଛି। ଦଣ୍ଡବିଧାନ ସହିତ ସଚେତନତା ଓ ସଂସ୍କାର ଉପରେ ଓଡ଼ିଶା ପୋଲିସ ଗୁରୁତ୍ୱ ଦେଉଛି। ଓଡ଼ିଶାରେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଆର୍ଥିକ ଅନୁଦାନରେ 29ଟି ଜିଲ୍ଲାରେ 41 ଗୋଟି  ଓ ରାଜ୍ୟ ସରକାରଙ୍କ ଆର୍ଥିକ ଅନୁଦାନରେ 11ଗୋଟି ନିଶା ନିବାରଣ କେନ୍ଦ୍ର , ମୋଟ 52ଟି ନିଶା ନିବାରଣ କେନ୍ଦ୍ର କାର୍ଯ୍ୟ କରୁଛି। କେନ୍ଦ୍ର ସରକାରଙ୍କ ଦ୍ଵାରା ପରିଚାଳିତ ନିଶା ନିବାରଣ କେନ୍ଦ୍ରରେ 15 ଜଣ ଓ  ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ କେନ୍ଦ୍ରରେ 30 ଜଣ ଲେଖାଁଏ ନିଶାସକ୍ତ ବ୍ୟକ୍ତିମାନଙ୍କ ପାଇଁ ମାଗଣାରେ ଏକମାସ ପର୍ଯନ୍ତ ରହିବା, ଖାଇବା, ଚିକିତ୍ସା ସହିତ ବୈଷୟିକ ତାଲିମ ଦିଆଯାଉଅଛି । ଏପର୍ଯ୍ୟନ୍ତ 19,395 ଜଣ ବ୍ୟକ୍ତି ନିଶାରୁ ନିବୃତ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । 

ଉଲ୍ଲେଖଯୋଗ୍ୟ ଯେ, ଅଭ୍ୟାସଗତ ନିଶା ବ୍ୟବସାୟୀମାନଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଓଡ଼ିଶା ପୋଲିସ କାର୍ଯାନୁଷ୍ଠାନ ଗ୍ରହଣ କରୁଛି । ନିଶା ବ୍ୟବସାୟୀମାନଙ୍କ ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗିବାକୁ NSA ଲଗାଯାଉଛି ।  ଏହି କ୍ରମରେ  ମୋଟ ୧୬ଟି ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର