ରାଜ୍ୟସଭା ନିର୍ବାଚନରେ କ୍ରସ୍‌ଭୋଟିଂ: ୬ ବିଧାୟକଙ୍କୁ ବିଜେଡିର ନୋଟିସ୍‌, ୩ ଦିନରେ ଉତ୍ତର ଦେବାକୁ ନିର୍ଦ୍ଦେଶ

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ଦଳୀୟ ନିଷ୍ପତ୍ତି ଉଲ୍ଲଂଘନ କରି ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀଙ୍କ ସପକ୍ଷରେ କ୍ରସ ଭୋଟିଂ କରିଥିବା ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ବିଜେଡି। ବିଜେଡି ବିଧାୟକ ଦଳ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ବିରୋଧରେ ଯାଇଥିବା ଦୃଷ୍ଟିରୁ କାହିଁଁକି ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ଓ ଦଳରୁ ନିଲମ୍ବନ କରାଯିବ ନାହିଁ, ସେ ସମ୍ପର୍କରେ ୩ ଦିନ ମଧ୍ୟରେ ଉତ୍ତର ଦେବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଚିଠି ଲେଖିଛନ୍ତି । ଯଦି ୩ ଦିନ ମଧ୍ୟରେ ସେମାନେ ଏହାର ଉତ୍ତର ନ ଦିଅନ୍ତି, ତେବେ ସେମାନେ କୌଣସି ଉତ୍ତର ଦେବାକୁ ଚାହୁଁ ନାହାନ୍ତି ବୋଲି ଶ୍ରୀମତୀ ମଲ୍ଲିକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ଦଳ ଏକପାଖିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ ତଥା  ଆଇନ ଓ ଦଳର ସମ୍ବିଧାନ ଓ ନିୟମ ଅନୁଯାୟୀ ଯଥୋଚିତ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ୱତନ୍ତ୍ର ରହିବ ବୋଲି କୁହାଯାଇଛି। 

ଆହୁରି ପଢ଼ନ୍ତୁ: କୋରାପୁଟକୁ ବନ୍ଦେ ଭାରତ ସ୍ଲିପର ବା ସ୍ପେସାଲ୍‌ ଟ୍ରେନ୍‌ ଚଳାଚଳ କରିବା ପାଇଁ ରାଜ୍ୟସଭାରେ ଦାବି କଲେ ସାଂସଦ ମାନସ

ବିଜେଡି ବିଧାୟକ ଦଳ ବୈଠକରେ ଦଳୀୟ ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ଓ  ମିଳିତ ପ୍ରାର୍ଥୀ ଦତ୍ତେଶ୍ୱର ହୋତାଙ୍କ ସପକ୍ଷରେ ଭୋଟ ଦେବାକୁ ନିଷ୍ପତ୍ତି ହୋଇଥିଲା । ଏହାକୁ ଦଳର ସବୁ ବିଧାୟକ ମାନିବା ପାଇଁ ତିନି ଧାଡ଼ିଆ ହ୍ୱିପ୍‌ ଜାରି ହୋଇଥିଲା।   ମାତ୍ର ଦଳୀୟ ନିର୍ଦ୍ଦେଶକୁ ଭାଙ୍ଗି ସୁବାସିନୀ ଜେନା, ଦେବୀରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ୱାଳ, ରମାକାନ୍ତ ଭୋଇ, ନବ ମଲ୍ଲିକ ଓ ଚକ୍ରମଣି କହଁର ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀଙ୍କ ସପକ୍ଷରେ କ୍ରସ ଭୋଟିଂ କରିଥିଲେ । ନବୀନ ନିବାସରେ ୩ ଦିନ ଧରି ଏ ସଂକ୍ରାନ୍ତରେ ନିରନ୍ତର ବୈଠକ ହୋଇଥିଲା। ଚକ୍ରମଣି ଓ ନବଙ୍କ ବ୍ୟତୀତ ଅନ୍ୟ ୪ ଜଣ ବିଧାୟକ ଏହି ବୈଠକରେ ଯୋଗ ଦେଇଥିଲେ । ସୁବାସିନୀ ଦଳର ନିଷ୍ପତ୍ତି ମାନିବେ ବୋଲି ଗଣମାଧ୍ୟମକୁ କହିଥିଲେ, ରମାକାନ୍ତ ଭୋଇ  ଲୁଙ୍ଗି ପିନ୍ଧି ଅନ୍ୟ ବିଧାୟକଙ୍କ ସହ ମତଦାନ ପୂର୍ବ ରାତିରେ ଫଟୋ ଉଠାଇଥିଲେ।  ଦେବୀରଞ୍ଜନ ଓ ସୌଭିକ ମଧ୍ୟ ଦଳୀୟ ନିଷ୍ପତ୍ତିକୁ ବିରୋଧ କରିବା ପରି କୌଣସି ମତ ମନ୍ତବ୍ୟ ଦେଇ ନ ଥିଲେ । ମାତ୍ର ପରଦିନ ମତଦାନ ବେଳେ ଏହି ୬ ବିଧାୟକ ଦଳ ପିଠିରେ ପଛରୁ ଛୁରୀ ମାରି କ୍ରସ ଭୋଟିଂ କରିଥିଲେ । ଯାହା ଫଳରେ ମିଳିତ ପ୍ରାର୍ଥୀ ଦତ୍ତେଶ୍ୱର ହୋତାଙ୍କ ପରାଜିତ ହୋଇଥିଲେ ଓ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀଙ୍କ ବିଜୟ ସୁଗମ ହୋଇଥିଲା । ଯାହାକୁ ନେଇ ସମ୍ପୃକ୍ତ ବିଧାୟକମାନଙ୍କ ବିରୋଧରେ ସେମାନଙ୍କ ନିର୍ବାଚନମଣ୍ଡଳୀରେ ଅସନ୍ତୋଷ ତୀବ୍ର ରୂପେ ନେଇଛି । ସେମାନଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ଦାବି ତେଜିଛି ।

ଆହୁରି ପଢ଼ନ୍ତୁ: ଦେବଗଡ଼ରେ ଟ୍ରିପଲ ମର୍ଡର: ପାରିବାରିକ କଳହକୁ କେନ୍ଦ୍ରକରି ୩ ଜଣଙ୍କୁ ହାତୁଡ଼ିରେ ପିଟିପିଟି ହତ୍ୟା

 ଜାରି ନୋଟିସରେ କୁହାଯାଇଛି ଯେ ବିଜୁ ଜନତା ଦଳ ଟିକେଟରୁ ଆପଣ ବିଧାୟକ  ଭାବରେ ନିର୍ବାଚିତ ହୋଇଛନ୍ତି। ତେବେ ଗତ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନ ସମୟରେ ଆପଣ ଏପରି ଆଚରଣ କରିଛନ୍ତି ଯାହା ବିଜୁ ଜନତା ଦଳର ଗଭୀର ଅନୁଶାସନ ଭଙ୍ଗ ସହ ଦଳ ଆପଣଙ୍କ ଉପରେ ରଖିଥିବା ବିଶ୍ୱାସକୁ ଭାଙ୍ଗିଥିବା ନେତୃତ୍ୱଙ୍କ ନଜରକୁ ଆସିଛି। ଆପଣମାନେ ଦଳ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଏବଂ ୧୫ ତାରିଖରେ ଅନୁଷ୍ଠିତ ବିଜେଡି ବିଧାୟକ ଦଳ ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ ଉଲ୍ଲଙ୍ଘନ କରିଛନ୍ତି। ଆପଣଙ୍କ ଏହି ଆଚରଣ ବିଜେଡି ସମ୍ବିଧାନର ମୂଳ ସିଦ୍ଧାନ୍ତର ଉଲ୍ଲଙ୍ଘନ କରୁଛି।  ଏହା ମଧ୍ୟ ପ୍ରମାଣିତ ହୋଇଛି ଯେ ଆପଣ ଉପରୋକ୍ତ ନିର୍ଦ୍ଦେଶକୁ ବିରୋଧ କରି ବିଜୁ ଜନତା ଦଳ ଦ୍ୱାରା ସମର୍ଥିତ ନଥିବା ଏକ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛନ୍ତି। ରାଜ୍ୟସଭା ନିର୍ବାଚନରେ ଦଳର ଅଧିକୃତ ପ୍ରତିନିଧିଙ୍କ ସମ୍ମୁଖରେ ଆପଣଙ୍କ ଦ୍ୱାରା ପ୍ରଦର୍ଶିତ ବାଲଟ୍‌ ବାଧ୍ୟତାମୂଳକ ପ୍ରଦର୍ଶନ ଦ୍ୱାରା ଏହା ପ୍ରମାଣିତ ହୋଇସାରିଛି। ଏହି ଆଚରଣ ଗମ୍ଭୀର ଅନୁଶାସନହୀନତା, ଦଳୀୟ ବିଶ୍ୱାସର ଭଙ୍ଗ ଏବଂ ବିଜୁ ଜନତା ଦଳର ଶୃଙ୍ଖଳା ପ୍ରତି ସ୍ପଷ୍ଟ ଭାବେ ହାନୀକାରକ ଅଟେ। ଏହା ଆପଣଙ୍କୁ ଦଳର ସଦସ୍ୟତା ସ୍ୱେଚ୍ଛାରେ ତ୍ୟାଗ କରିବା ସହ ସମାନ ବିବେଚନା କରାଯାଉଛି ବୋଲି ଶ୍ରୀମତି ମଲ୍ଲିକ ନୋଟିସରେ ଉଲ୍ଲେଖ କରିଛନ୍ତି। ଆପଣଙ୍କ ଉପରିଲିଖିତ ଆଚରଣ ପ୍ରାଥମିକ ଭାବରେ ଏହା ପ୍ରମାଣ କରୁଛି ଯେ ଆପଣ ଯେଉଁ ରାଜନୈତିକ ଦଳର ଟିକେଟରୁ ନିର୍ବାଚିତ ହୋଇଥିଲେ ତାହାର ସଦସ୍ୟତା ସ୍ୱେଚ୍ଛାରେ ତ୍ୟାଗ କରିଛନ୍ତି। ତେଣୁ ଧାର୍ଯ୍ୟ ସମୟ ମଧ୍ୟରେ ଉତ୍ତର ରଖିବାକୁ ଶ୍ରୀମତି ମଲ୍ଲିକ ନୋଟିସରେ ଉଲ୍ଲେଖ କରିଛନ୍ତି।

ଆହୁରି ପଢ଼ନ୍ତୁ: ସିସୋର ଚିଟଫଣ୍ଡ ମାମଲା: ୧୭ଟି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଉପରେ ଜବାବ ରଖିବାକୁ ସିବିଆଇକୁ କୋର୍ଟଙ୍କ ନିର୍ଦ୍ଦେଶ

17 Mar 2026 By Madhusudan Das

ରାଜ୍ୟସଭା ନିର୍ବାଚନରେ କ୍ରସ୍‌ଭୋଟିଂ: ୬ ବିଧାୟକଙ୍କୁ ବିଜେଡିର ନୋଟିସ୍‌, ୩ ଦିନରେ ଉତ୍ତର ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ଦଳୀୟ ନିଷ୍ପତ୍ତି ଉଲ୍ଲଂଘନ କରି ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀଙ୍କ ସପକ୍ଷରେ କ୍ରସ ଭୋଟିଂ କରିଥିବା ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ବିଜେଡି। ବିଜେଡି ବିଧାୟକ ଦଳ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ବିରୋଧରେ ଯାଇଥିବା ଦୃଷ୍ଟିରୁ କାହିଁଁକି ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ଓ ଦଳରୁ ନିଲମ୍ବନ କରାଯିବ ନାହିଁ, ସେ ସମ୍ପର୍କରେ ୩ ଦିନ ମଧ୍ୟରେ ଉତ୍ତର ଦେବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଚିଠି ଲେଖିଛନ୍ତି । ଯଦି ୩ ଦିନ ମଧ୍ୟରେ ସେମାନେ ଏହାର ଉତ୍ତର ନ ଦିଅନ୍ତି, ତେବେ ସେମାନେ କୌଣସି ଉତ୍ତର ଦେବାକୁ ଚାହୁଁ ନାହାନ୍ତି ବୋଲି ଶ୍ରୀମତୀ ମଲ୍ଲିକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ଦଳ ଏକପାଖିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ ତଥା  ଆଇନ ଓ ଦଳର ସମ୍ବିଧାନ ଓ ନିୟମ ଅନୁଯାୟୀ ଯଥୋଚିତ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ୱତନ୍ତ୍ର ରହିବ ବୋଲି କୁହାଯାଇଛି। 

ବିଜେଡି ବିଧାୟକ ଦଳ ବୈଠକରେ ଦଳୀୟ ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ଓ  ମିଳିତ ପ୍ରାର୍ଥୀ ଦତ୍ତେଶ୍ୱର ହୋତାଙ୍କ ସପକ୍ଷରେ ଭୋଟ ଦେବାକୁ ନିଷ୍ପତ୍ତି ହୋଇଥିଲା । ଏହାକୁ ଦଳର ସବୁ ବିଧାୟକ ମାନିବା ପାଇଁ ତିନି ଧାଡ଼ିଆ ହ୍ୱିପ୍‌ ଜାରି ହୋଇଥିଲା।   ମାତ୍ର ଦଳୀୟ ନିର୍ଦ୍ଦେଶକୁ ଭାଙ୍ଗି ସୁବାସିନୀ ଜେନା, ଦେବୀରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ୱାଳ, ରମାକାନ୍ତ ଭୋଇ, ନବ ମଲ୍ଲିକ ଓ ଚକ୍ରମଣି କହଁର ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀଙ୍କ ସପକ୍ଷରେ କ୍ରସ ଭୋଟିଂ କରିଥିଲେ । ନବୀନ ନିବାସରେ ୩ ଦିନ ଧରି ଏ ସଂକ୍ରାନ୍ତରେ ନିରନ୍ତର ବୈଠକ ହୋଇଥିଲା। ଚକ୍ରମଣି ଓ ନବଙ୍କ ବ୍ୟତୀତ ଅନ୍ୟ ୪ ଜଣ ବିଧାୟକ ଏହି ବୈଠକରେ ଯୋଗ ଦେଇଥିଲେ । ସୁବାସିନୀ ଦଳର ନିଷ୍ପତ୍ତି ମାନିବେ ବୋଲି ଗଣମାଧ୍ୟମକୁ କହିଥିଲେ, ରମାକାନ୍ତ ଭୋଇ  ଲୁଙ୍ଗି ପିନ୍ଧି ଅନ୍ୟ ବିଧାୟକଙ୍କ ସହ ମତଦାନ ପୂର୍ବ ରାତିରେ ଫଟୋ ଉଠାଇଥିଲେ।  ଦେବୀରଞ୍ଜନ ଓ ସୌଭିକ ମଧ୍ୟ ଦଳୀୟ ନିଷ୍ପତ୍ତିକୁ ବିରୋଧ କରିବା ପରି କୌଣସି ମତ ମନ୍ତବ୍ୟ ଦେଇ ନ ଥିଲେ । ମାତ୍ର ପରଦିନ ମତଦାନ ବେଳେ ଏହି ୬ ବିଧାୟକ ଦଳ ପିଠିରେ ପଛରୁ ଛୁରୀ ମାରି କ୍ରସ ଭୋଟିଂ କରିଥିଲେ । ଯାହା ଫଳରେ ମିଳିତ ପ୍ରାର୍ଥୀ ଦତ୍ତେଶ୍ୱର ହୋତାଙ୍କ ପରାଜିତ ହୋଇଥିଲେ ଓ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀଙ୍କ ବିଜୟ ସୁଗମ ହୋଇଥିଲା । ଯାହାକୁ ନେଇ ସମ୍ପୃକ୍ତ ବିଧାୟକମାନଙ୍କ ବିରୋଧରେ ସେମାନଙ୍କ ନିର୍ବାଚନମଣ୍ଡଳୀରେ ଅସନ୍ତୋଷ ତୀବ୍ର ରୂପେ ନେଇଛି । ସେମାନଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ଦାବି ତେଜିଛି ।

 ଜାରି ନୋଟିସରେ କୁହାଯାଇଛି ଯେ ବିଜୁ ଜନତା ଦଳ ଟିକେଟରୁ ଆପଣ ବିଧାୟକ  ଭାବରେ ନିର୍ବାଚିତ ହୋଇଛନ୍ତି। ତେବେ ଗତ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନ ସମୟରେ ଆପଣ ଏପରି ଆଚରଣ କରିଛନ୍ତି ଯାହା ବିଜୁ ଜନତା ଦଳର ଗଭୀର ଅନୁଶାସନ ଭଙ୍ଗ ସହ ଦଳ ଆପଣଙ୍କ ଉପରେ ରଖିଥିବା ବିଶ୍ୱାସକୁ ଭାଙ୍ଗିଥିବା ନେତୃତ୍ୱଙ୍କ ନଜରକୁ ଆସିଛି। ଆପଣମାନେ ଦଳ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଏବଂ ୧୫ ତାରିଖରେ ଅନୁଷ୍ଠିତ ବିଜେଡି ବିଧାୟକ ଦଳ ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ ଉଲ୍ଲଙ୍ଘନ କରିଛନ୍ତି। ଆପଣଙ୍କ ଏହି ଆଚରଣ ବିଜେଡି ସମ୍ବିଧାନର ମୂଳ ସିଦ୍ଧାନ୍ତର ଉଲ୍ଲଙ୍ଘନ କରୁଛି।  ଏହା ମଧ୍ୟ ପ୍ରମାଣିତ ହୋଇଛି ଯେ ଆପଣ ଉପରୋକ୍ତ ନିର୍ଦ୍ଦେଶକୁ ବିରୋଧ କରି ବିଜୁ ଜନତା ଦଳ ଦ୍ୱାରା ସମର୍ଥିତ ନଥିବା ଏକ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛନ୍ତି। ରାଜ୍ୟସଭା ନିର୍ବାଚନରେ ଦଳର ଅଧିକୃତ ପ୍ରତିନିଧିଙ୍କ ସମ୍ମୁଖରେ ଆପଣଙ୍କ ଦ୍ୱାରା ପ୍ରଦର୍ଶିତ ବାଲଟ୍‌ ବାଧ୍ୟତାମୂଳକ ପ୍ରଦର୍ଶନ ଦ୍ୱାରା ଏହା ପ୍ରମାଣିତ ହୋଇସାରିଛି। ଏହି ଆଚରଣ ଗମ୍ଭୀର ଅନୁଶାସନହୀନତା, ଦଳୀୟ ବିଶ୍ୱାସର ଭଙ୍ଗ ଏବଂ ବିଜୁ ଜନତା ଦଳର ଶୃଙ୍ଖଳା ପ୍ରତି ସ୍ପଷ୍ଟ ଭାବେ ହାନୀକାରକ ଅଟେ। ଏହା ଆପଣଙ୍କୁ ଦଳର ସଦସ୍ୟତା ସ୍ୱେଚ୍ଛାରେ ତ୍ୟାଗ କରିବା ସହ ସମାନ ବିବେଚନା କରାଯାଉଛି ବୋଲି ଶ୍ରୀମତି ମଲ୍ଲିକ ନୋଟିସରେ ଉଲ୍ଲେଖ କରିଛନ୍ତି। ଆପଣଙ୍କ ଉପରିଲିଖିତ ଆଚରଣ ପ୍ରାଥମିକ ଭାବରେ ଏହା ପ୍ରମାଣ କରୁଛି ଯେ ଆପଣ ଯେଉଁ ରାଜନୈତିକ ଦଳର ଟିକେଟରୁ ନିର୍ବାଚିତ ହୋଇଥିଲେ ତାହାର ସଦସ୍ୟତା ସ୍ୱେଚ୍ଛାରେ ତ୍ୟାଗ କରିଛନ୍ତି। ତେଣୁ ଧାର୍ଯ୍ୟ ସମୟ ମଧ୍ୟରେ ଉତ୍ତର ରଖିବାକୁ ଶ୍ରୀମତି ମଲ୍ଲିକ ନୋଟିସରେ ଉଲ୍ଲେଖ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର