ବନ୍ୟା ମୁକାବିଲାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

ନବୀନଙ୍କ ଜିରୋ କାଜୁଆଲିଟି ନୀତି ଥିବାବେଳେ ବର୍ତ୍ତମାନର ସରକାର କାଜୁଆଲ ହୋଇଯାଇଛନ୍ତି

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ, ବନ୍ୟା ଜଳରେ ଭାସିଯାଇ ୪ ଜଣଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସରକାର ସ୍ୱୀକାର କରିଛନ୍ତି। ବନ୍ୟା ପରିଚାଳନାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛି ବିଜୁ ଜନତା ଦଳ। ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବିଧାୟକ ବ୍ୟୋମକେଶ ରାୟ, ଗୌତମବୁଦ୍ଧ ଦାସ ଓ ସଞ୍ଜୀବ ମଲ୍ଲିକ ବନ୍ୟା ପରିଚାଳନା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଚରମ ବିଫଳତାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଅଭିମୁଖେ ହଜାର ହଜାର ଭକ୍ତ: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ପ୍ରବଳ ଟ୍ରାଫିକ୍ ଜାମ୍

ବ୍ୟୋମକେଶ ରାୟ କହିଥିଲେ ଯେ ବର୍ଷା ଜନିତ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଲୋକଙ୍କ ଅବସ୍ଥା ବେହାଲ ହୋଇଥିବା ବେଳେ ରାଜ୍ୟ ସରକାର ପ୍ରଭାବିତ ଲୋକଙ୍କୁ ସାମାନ୍ୟ ସୁବିଧା ପହଞ୍ଚାଇବାରେ ବିଫଳ ହୋଇଛନ୍ତି। ପାଣିପାଗ ବିଭାଗର ପୂର୍ବ ସୂଚନା ଥିଲେ ମଧ୍ୟ ସରକାରଙ୍କ କୌଣସି ପ୍ରସ୍ତୁତି ନଥିଲା, ଯେଉଁଥିପାଇଁ ୪ଟି ମୂଲ୍ୟବାନ ଜୀବନ ଯାଇଛି। ବନ୍ୟା ମୁକାବିଲା କରିବାରେ ବିଫଳ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ ବୋଲି ବ୍ୟୋମକେଶ ରାୟ କହିଥିଲେ। ନବୀନ ସରକାରଙ୍କ ସମୟରେ ବିପର୍ଯ୍ୟୟ ପରିଚାଳନା ପାଇଁ ଓଡ଼ିଶା ସାରା ବିଶ୍ୱରେ ପ୍ରଶଂସିତ ହୋଇଥିଲା। ଏବେ ପ୍ରତ୍ୟେକ ଘଟଣାରେ ଜୀବନହାନୀ ଏକ ସାଧାରଣ ଘଟଣାରେ ପରିଣତ ହୋଇଛି। କଟକ ବଡ଼ ମେଡିକାଲରେ ସରକାରଙ୍କ ଅବହେଳା ଯୋଗୁଁ ଅଗ୍ନିକାଣ୍ଡ ଘଟି ୧୩ଟି ମୂଲ୍ୟବାନ ଜୀବନ ଯାଇଥିଲା । ରଥଯାତ୍ରାରେ ସରକାରଙ୍କ ଅବହେଳା ପାଇଁ ଚଳିତ ବର୍ଷ ୪ ଜଣଙ୍କ ମୃତ୍ୟୁ ହୋଇଛି। 

ଆହୁରି ପଢ଼ନ୍ତୁ: ଯାଜପୁରରେ କୁମ୍ଭୀର ଆତଙ୍କ: ଖରସ୍ରୋତା ନଦୀରେ ଗାଧୋଇବା ବେଳେ ଟାଣିନେଲା କୁମ୍ଭୀର, ଉଦ୍ଧାର କାର୍ଯ୍ୟ ଜାରି

ଗୌତମବୁଦ୍ଧ ଦାସ କହିଥିଲେ ଯେ ବିପର୍ଯ୍ୟୟ ପରିଚାଳନା କଥା ଉଠିଲେ, ସମଗ୍ର ଦେଶ ଓ ବିଶ୍ୱ ଓଡ଼ିଶା ଆଡ଼କୁ ଅନାଏ। ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ଜିରୋ କାଜୁଆଲିଟି ନୀତି ସାରା ବିଶ୍ୱ ପାଇଁ ଉଦାହରଣ ହୋଇପାରିଥିଲା। ଜିରୋ କାଜୁଆଲିଟି ନୀତି ପରେ ବର୍ତ୍ତମାନର ସରକାର କାଜୁଆଲ ହୋଇଯାଇଛନ୍ତି, ଯାହାଫଳରେ ସାଧାରଣ ଲୋକଙ୍କ ମୃତ୍ୟୁ ଏକ ସାଧାରଣ ଘଟଣା ହୋଇଯାଇଛି। ସରକାରଙ୍କ ଅପାରଗତା ଜଳ ଜଳ ହୋଇ ଦିଶୁଛି। ସଞ୍ଜୀବ ମଲ୍ଲିକ କହିଥିଲେ ଯେ ବନ୍ୟା ସମୟରେ ପ୍ରଭାବିତ ଲୋକଙ୍କ ପାଖରେ ସର୍ବନିମ୍ନ ନିତ୍ୟ ଆବଶ୍ୟକୀୟ ଜିନିଷ ପହଞ୍ଚାଇବାରେ ସରକାର ବିଫଳ ହୋଇଛନ୍ତି। ଭଦ୍ରକ ନିର୍ବାଚନ ମଣ୍ଡଳୀର ଅଧିକାଂଶ ପଞ୍ଚାୟତ ଅଞ୍ଚଳ ଜଳମଗ୍ନ ହୋଇସାରିଥିବା ବେଳେ, ପ୍ରଭାବିତ ଅଞ୍ଚଳରେ ଶୁଖିଲା ଖାଦ୍ୟ ପହଞ୍ଚାଇବାରେ ସରକାର ବିଫଳ ହୋଇଛନ୍ତି। ପରିସ୍ଥିତିରେ ସୁଧାର ନଆସିଲେ, ଲୋକଙ୍କ ସ୍ୱାର୍ଥ ହାସଲ ପାଇଁ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଭଦ୍ରକରେ ବନ୍ୟା ବିପତ୍ତି: ୨୪ ଘଣ୍ଟା ଧରି ତାଳଗଛ ଉପରେ ଫସି ରହିବା ପରେ ଚାଷୀଙ୍କୁ ଉଦ୍ଧାର କଲା ଓଡ୍ରାଫ୍ ଟିମ୍

29 Jul 2026 By Madhusudan Das

ବନ୍ୟା ମୁକାବିଲାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

ନବୀନଙ୍କ ଜିରୋ କାଜୁଆଲିଟି ନୀତି ଥିବାବେଳେ ବର୍ତ୍ତମାନର ସରକାର କାଜୁଆଲ ହୋଇଯାଇଛନ୍ତି

ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ, ବନ୍ୟା ଜଳରେ ଭାସିଯାଇ ୪ ଜଣଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସରକାର ସ୍ୱୀକାର କରିଛନ୍ତି। ବନ୍ୟା ପରିଚାଳନାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛି ବିଜୁ ଜନତା ଦଳ। ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବିଧାୟକ ବ୍ୟୋମକେଶ ରାୟ, ଗୌତମବୁଦ୍ଧ ଦାସ ଓ ସଞ୍ଜୀବ ମଲ୍ଲିକ ବନ୍ୟା ପରିଚାଳନା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଚରମ ବିଫଳତାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

ବ୍ୟୋମକେଶ ରାୟ କହିଥିଲେ ଯେ ବର୍ଷା ଜନିତ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଲୋକଙ୍କ ଅବସ୍ଥା ବେହାଲ ହୋଇଥିବା ବେଳେ ରାଜ୍ୟ ସରକାର ପ୍ରଭାବିତ ଲୋକଙ୍କୁ ସାମାନ୍ୟ ସୁବିଧା ପହଞ୍ଚାଇବାରେ ବିଫଳ ହୋଇଛନ୍ତି। ପାଣିପାଗ ବିଭାଗର ପୂର୍ବ ସୂଚନା ଥିଲେ ମଧ୍ୟ ସରକାରଙ୍କ କୌଣସି ପ୍ରସ୍ତୁତି ନଥିଲା, ଯେଉଁଥିପାଇଁ ୪ଟି ମୂଲ୍ୟବାନ ଜୀବନ ଯାଇଛି। ବନ୍ୟା ମୁକାବିଲା କରିବାରେ ବିଫଳ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ ବୋଲି ବ୍ୟୋମକେଶ ରାୟ କହିଥିଲେ। ନବୀନ ସରକାରଙ୍କ ସମୟରେ ବିପର୍ଯ୍ୟୟ ପରିଚାଳନା ପାଇଁ ଓଡ଼ିଶା ସାରା ବିଶ୍ୱରେ ପ୍ରଶଂସିତ ହୋଇଥିଲା। ଏବେ ପ୍ରତ୍ୟେକ ଘଟଣାରେ ଜୀବନହାନୀ ଏକ ସାଧାରଣ ଘଟଣାରେ ପରିଣତ ହୋଇଛି। କଟକ ବଡ଼ ମେଡିକାଲରେ ସରକାରଙ୍କ ଅବହେଳା ଯୋଗୁଁ ଅଗ୍ନିକାଣ୍ଡ ଘଟି ୧୩ଟି ମୂଲ୍ୟବାନ ଜୀବନ ଯାଇଥିଲା । ରଥଯାତ୍ରାରେ ସରକାରଙ୍କ ଅବହେଳା ପାଇଁ ଚଳିତ ବର୍ଷ ୪ ଜଣଙ୍କ ମୃତ୍ୟୁ ହୋଇଛି। 

ଗୌତମବୁଦ୍ଧ ଦାସ କହିଥିଲେ ଯେ ବିପର୍ଯ୍ୟୟ ପରିଚାଳନା କଥା ଉଠିଲେ, ସମଗ୍ର ଦେଶ ଓ ବିଶ୍ୱ ଓଡ଼ିଶା ଆଡ଼କୁ ଅନାଏ। ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ଜିରୋ କାଜୁଆଲିଟି ନୀତି ସାରା ବିଶ୍ୱ ପାଇଁ ଉଦାହରଣ ହୋଇପାରିଥିଲା। ଜିରୋ କାଜୁଆଲିଟି ନୀତି ପରେ ବର୍ତ୍ତମାନର ସରକାର କାଜୁଆଲ ହୋଇଯାଇଛନ୍ତି, ଯାହାଫଳରେ ସାଧାରଣ ଲୋକଙ୍କ ମୃତ୍ୟୁ ଏକ ସାଧାରଣ ଘଟଣା ହୋଇଯାଇଛି। ସରକାରଙ୍କ ଅପାରଗତା ଜଳ ଜଳ ହୋଇ ଦିଶୁଛି। ସଞ୍ଜୀବ ମଲ୍ଲିକ କହିଥିଲେ ଯେ ବନ୍ୟା ସମୟରେ ପ୍ରଭାବିତ ଲୋକଙ୍କ ପାଖରେ ସର୍ବନିମ୍ନ ନିତ୍ୟ ଆବଶ୍ୟକୀୟ ଜିନିଷ ପହଞ୍ଚାଇବାରେ ସରକାର ବିଫଳ ହୋଇଛନ୍ତି। ଭଦ୍ରକ ନିର୍ବାଚନ ମଣ୍ଡଳୀର ଅଧିକାଂଶ ପଞ୍ଚାୟତ ଅଞ୍ଚଳ ଜଳମଗ୍ନ ହୋଇସାରିଥିବା ବେଳେ, ପ୍ରଭାବିତ ଅଞ୍ଚଳରେ ଶୁଖିଲା ଖାଦ୍ୟ ପହଞ୍ଚାଇବାରେ ସରକାର ବିଫଳ ହୋଇଛନ୍ତି। ପରିସ୍ଥିତିରେ ସୁଧାର ନଆସିଲେ, ଲୋକଙ୍କ ସ୍ୱାର୍ଥ ହାସଲ ପାଇଁ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର