ବିଜେଡିର ରାଜ୍ୟସଭା ନିର୍ବାଚନ କସରତ: ନବୀନ ନିବାସରେ ବିଧାୟକଙ୍କୁ ତାଲିମ

Madhusudan Das Picture
Published On

ଭୁବନେଶ୍ୱର: ଆସନ୍ତା ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ। ଏହା ପୂର୍ବରୁ ତିନି ପ୍ରମୁଖ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ନିଜନିଜର ଗୋଟି ଚାଳନା। ପୂର୍ବରୁ ବିଜେଡି ଓ କଂଗ୍ରେସ ନିଜ ଦଳର ବିଧାୟକମାନଙ୍କ ପାଇଁ ୩ ଧାଡ଼ିଆ ହ୍ୱିପ୍‌ ଜାରି କରିଥିବାବେଳେ ଆଜି ବିଜେପି ବି ନିଜ ଦଳର ବିଧାୟକଙ୍କ ପାଇ ଦୁଇ ଧାଡ଼ିଆ ହ୍ୱିପ୍‌ ଜାରି କରିଛି।  ସେହିପରି ବିଜେଡି ବିଧାୟକମାନେ ଆଜି ନବୀନ ନିବାସରେ ରାଜ୍ୟସଭା ଭୋଟ ସଂକ୍ରାନ୍ତରେ ତାଲିମ୍‌ ନେଇଛନ୍ତି। ଆସନ୍ତାକାଲି ଓ ରବିବାର ମଧ୍ୟ ନବୀନ ନିବାସ ଡ଼କରା ହୋଇଛି ଏବଂ କିପରି ଠିକ୍‌ଭାବରେ ବିଧାୟକମାନେ ଭୋଟ ଦେବେ ସେ ସମ୍ପର୍କରେ ପୁଣି ଅଭ୍ୟାସ କରାଯିବ ବୋଲି ସୂଚନା ମିଳିଛି। ସେପଟେ ବେଙ୍ଗାଲୁରୁ ଗସ୍ତରେ ଥିବା  କଂଗ୍ରେସର ୮ଜଣ ବିଧାୟକଙ୍କ ସହ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡ଼ି.କେ.ଶିବକୁମାର ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।   

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

ଆଜି ସନ୍ଧ୍ୟା ସାଢେ଼ ୫ଟାରେ ନବୀନ ନିବାସରେ ବିଧାୟକମାନଙ୍କୁ ରାଜ୍ୟସଭା ନିର୍ବାଚନରେ ମତଦାନ ନିମନ୍ତେ ତାଲିମ ଦିଆଯାଇଛି। ପ୍ରାରମ୍ଭରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭା ନିର୍ବାଚନ ଓ ଦଳୀୟ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଏହାପରେ ବରିଷ୍ଠ ବିଧାୟକ ଡ. ଅରୁଣ କୁମାର ସାହୁ ଏବଂ ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର ବିଧାୟକମାନଙ୍କୁ ଭୋଟଦାନ ସମ୍ପର୍କରେ ଅଭ୍ୟାସ କରାଇଥିଲେ। ଦଳୀୟ ପ୍ରାର୍ଥୀ ଡ. ସଂତୃପ୍ତ ମିଶ୍ର ଓ ବିଜେଡି ପକ୍ଷରୁ ଘୋଷିତ ମିଳିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତା ମଧ୍ୟ ଏହି ଟ୍ରେନିଂ କାର୍ଯ୍ୟକ୍ରମରେ ନିଜସ୍ୱ ବକ୍ତବ୍ୟ ରଖିଥିଲେ। ଯଦି ସେମାନେ ସାଂସଦ ଭାବେ ନିର୍ବାଚିତ ହୁଅନ୍ତି, ତାହେଲେ ରାଜ୍ୟସ୍ୱାର୍ଥକୁ ସର୍ବାଧିକ ପ୍ରାଥମିକତା ଦେବେ ଏବଂ ରାଜ୍ୟସଭାରେ ଓଡ଼ିଶାର ସ୍ୱାର୍ଥ ପାଇଁ ଲଢେ଼ଇ କରିବେ ବୋଲି ପ୍ରତିଶ୍ରୁତି ରଖିଥିଲେ। ଶେଷରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବକ୍ତବ୍ୟ ରଖିଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଟ୍ରେନିଂ ସମ୍ପର୍କରେ ସୂଚନା ଦେଇ ବିଧାୟକ ଡ. ସାହୁ କହିଛନ୍ତି ଯେ ଆଜି ଦଳର ବିଧାୟକମାନଙ୍କୁ ରାଜ୍ୟସଭା ଭୋଟଦାନ ସମ୍ପର୍କରେ ଅବଗତ କରାଗଲା। ବିଧାୟକମାନେ ଭୋଟଦାନ କେନ୍ଦ୍ରକୁ ଯାଇ କେମିତି ବାଲାଟ ପେପର ଓ ପେନ୍‌ ନେବେ, କିପରି ଭୋଟ ଦେବେ, ଦଳୀୟ ଏଜେଣ୍ଟଙ୍କୁ କିପରି ଭୋଟ ଦେଖାଇବେ ଓ ବାଲାଟବକ୍ସରେ କିପରି ଭୋଟ କାଗଜ ପକାଇବେ, ସେ ସମ୍ପର୍କରେ ତାଲିମ ଦିଆଯାଇଥିଲା। ରାଜ୍ୟସଭା ନିର୍ବାଚନରେ ୪ଟି ଆସନ ପାଇଁ ୫ଜଣ ପ୍ରାର୍ଥୀ ଅଛନ୍ତି। ବିଜେଡି ପାଖରେ ନିଜ ପ୍ରାର୍ଥୀ ପାଇଁ ଆବଶ୍ୟକୀୟ ଭୋଟ ଥିବା ବେଳେ ବଳକା ଭୋଟ କିପରି ମିଳିତ ପ୍ରାର୍ଥୀଙ୍କ ସପକ୍ଷରେ ଯିବ, ସେଥିପାଇଁ ଏହି ଟ୍ରେନିଂ କାର୍ଯ୍ୟକ୍ରମ କରାଯାଉଛି। ଖଣ୍ଡିଏ ଭୋଟ ଯେପରି ଏପଟ ସେପଟ ନହୁଏ, ତଥା ଆମର ନେତା ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଅନୁଯାୟୀ ପ୍ରାର୍ଥୀଙ୍କ ସପକ୍ଷରେ ସମସ୍ତ ଭୋଟ ପଡ଼ିବ, ସେନେଇ ରଣନୀତି ପ୍ରସ୍ତୁତ କରାଯାଇଛି। ଶନିବାର ଏବଂ ରବିବାର ମଧ୍ୟ ଟ୍ରେନିଂ କାର୍ଯ୍ୟକ୍ରମ ଆୟୋଜିତ ହେବ। ଯେଉଁମାନେ ଆଜିର ବୈଠକରେ ଉପସ୍ଥିତ ନ ଥିଲେ, ସେମାନେ ନିଜର କାରଣ ସମ୍ପର୍କରେ ଦଳକୁ ଅବଗତ କରାଇଛନ୍ତି। ଆସନ୍ତାକାଲି ଏବଂ ରବିବାର ଟ୍ରେନିଂରେ ସେମାନେ ଯୋଗଦେବେ ବୋଲି ଡ. ସାହୁ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର