ପ୍ରତିମା ବିଲ୍ଡର ନାମରେ ପୁଣି ଠକେଇ ଅଭିଯୋଗ

The Sakala Picture
Published On

ଭୁବନେଶ୍ୱର : ପ୍ଲଟ୍‍, ଘର ଦେବାକୁ ପ୍ରତିଶ୍ରୁତି ଦେଇ ପ୍ରତିମା ବିଲ୍ଡର ଠକିଥିବା ନେଇ ପୁଣି ଜମାକାରୀ ଅଭିଯୋଗ ଆଣିଛନ୍ତି। ସେମାନେ ଇଓଡବ୍ଲ୍ୟୁ( ଅର୍ଥନୈତିକ ଅପରାଧ ଶାଖା) ଏବଂ ପୁଲିସ ଡିଜିଙ୍କ ନିକଟରେ ଅଭିଯୋଗ କରିବା ପରେ ଏହାର ତନାଘନା ଆରମ୍ଭ ହୋଇଛି। ଏହି ସଂସ୍ଥାର ମାଲିକ ଚିତ୍ତରଞ୍ଜନ ଦାଶ ପୂର୍ବରୁ ଅନୁରୂପ ଠକେଇ ମାମଲାରେ ଗିରଫ ହୋଇଥିଲେ ମଧ୍ୟ ପୁଣି ତାଙ୍କ ବିରୋଧରେ ଠକେଇ ଅଭିଯୋଗ ଆସିଛି। ଚିତ୍ତରଞ୍ଜନ ଜେଲରୁ ବାହାରିବା ପରେ ସେ ଜମାକାରୀଙ୍କୁ […]

ଭୁବନେଶ୍ୱର : ପ୍ଲଟ୍‍, ଘର ଦେବାକୁ ପ୍ରତିଶ୍ରୁତି ଦେଇ ପ୍ରତିମା ବିଲ୍ଡର ଠକିଥିବା ନେଇ ପୁଣି ଜମାକାରୀ ଅଭିଯୋଗ ଆଣିଛନ୍ତି। ସେମାନେ ଇଓଡବ୍ଲ୍ୟୁ( ଅର୍ଥନୈତିକ ଅପରାଧ ଶାଖା) ଏବଂ ପୁଲିସ ଡିଜିଙ୍କ ନିକଟରେ ଅଭିଯୋଗ କରିବା ପରେ ଏହାର ତନାଘନା ଆରମ୍ଭ ହୋଇଛି। ଏହି ସଂସ୍ଥାର ମାଲିକ ଚିତ୍ତରଞ୍ଜନ ଦାଶ ପୂର୍ବରୁ ଅନୁରୂପ ଠକେଇ ମାମଲାରେ ଗିରଫ ହୋଇଥିଲେ ମଧ୍ୟ ପୁଣି ତାଙ୍କ ବିରୋଧରେ ଠକେଇ ଅଭିଯୋଗ ଆସିଛି। ଚିତ୍ତରଞ୍ଜନ ଜେଲରୁ ବାହାରିବା ପରେ ସେ ଜମାକାରୀଙ୍କୁ କୌଣସି ଟଙ୍କା ଫେରାଇନଥିଲେ କିମ୍ବା ଘର ଦେଇନଥିଲେ। ଯଦି କୌଣସି ଜମାକାରି ତାଙ୍କ ବିରୋଧରେ କୌଣସି ଜମାକାରୀ ମୁହଁ ଖୋଲୁଛନ୍ତି ତେବେ ସେମାନଙ୍କୁ ବିଭିନ୍ନ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ଜେନ୍‌-ଜିଙ୍କ ମନୋବଳ ବଢ଼ାଇଲେ ନବୀନ; ‘ଏକ୍ସ’ରେ ଛଅ ଧାଡ଼ିଆ ପୋଷ୍ଟକୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା

ତେଣୁ ବିଲ୍ଡର ଚିତ୍ତରଞ୍ଜନ ଜେଲରୁ ବାହାରିବା ସମୟରେ କୋର୍ଟରେ ଯେଉଁ ସର୍ତ୍ତ ରଖିଥିଲେ ତାହାକୁ ମଧ୍ୟ ଖୋଲାଖାଲି ଉଲ୍ଲଂଘନ କରୁଥିବାନେଇ ଅଭିଯୋଗ ହୋଇଛି। ସାକ୍ଷୀମାନଙ୍କୁ ଧମକ ଚମକ ଦେବା ସହ ଠକେଇର ଶିକାର ହୋଇଥିବା ଜମାକାରୀଙ୍କୁ ଟଙ୍କା ଫେରାଇ ନାହାନ୍ତି ବୋଲି ଜମାକାରୀ ଇଓଡବ୍ଲ୍ୟୁରେ ଲିଖିତ ଭାବେ ଅଭିେଯାଗ କରିଛନ୍ତି। ତାଙ୍କ ନାମରେ ଏକାଧିକ ମାମଲା ଥିଲେ ମଧ୍ୟ ତାଙ୍କୁ ଗିରଫ କରାଯାଉ ନଥିବା ନେଇ ଜମାକାରୀ ପ୍ରଶ୍ନ ଉଠାଇଛନ୍ତି। ଇଓଡବ୍ଲ୍ୟୁ ତଥ୍ୟ ଅନୁସାରେ, ପ୍ରତିମା ବିଲ୍ଡର ୨୦୦୬ ମସିହାରେ ପୁରୀ, ପିପିଲି ପୂର୍ବଶାସନରେ ‘ଅନିକେତ୍‍’ ନାମକ ଏକ ପ୍ରୋଜେକ୍ଟ ଆରମ୍ଭ କରୁଥିବା ବିଭିନ୍ନ ଖବର କାଗଜରେ ବିଜ୍ଞାପନ ଦେଇଥିଲା।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ପାଇଁ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଗସ୍ତରେ ପରିବର୍ତ୍ତନ, ନଭେମ୍ୱର ୪ରେ ଆସିପାରନ୍ତି ରାଷ୍ଟ୍ରପତି

ଏହି ବିଜ୍ଞାପନ ଦେଖି ଏକାଧିକ ଲୋକେ ତାଙ୍କ ସହ ଯୋଗାଯୋଗ କରିଥିଲେ। ବିଲ୍ଡର ଚିତ୍ତରଞ୍ଜନ ସେମାନଙ୍କୁ ବିଭିନ୍ନ ପ୍ରକାର ମିଥ୍ୟ ପ୍ରଲୋଭନ ଦେଖାଇଥିଲେ। ସେ ଆରମ୍ଭ କରିବାକୁ ଯାଉଥିବା ପ୍ରୋଜେକ୍ଟ ପାଇଁ ସବୁ ପ୍ରକାର ଆପ୍ରୁଭାଲ ମିଳିଥିବା କହିଥିଲେ। ରେରା ଠାରୁ ଆରମ୍ଭ କରି ଏକାଧିକ ବ୍ୟାଙ୍କ୍‍ ଆପ୍ରୁଭାଲ ଦେଇଥିବା କହି ଜାଲ ଡକ୍ୟୁମେଣ୍ଟ୍‍ ମଧ୍ୟ ଦେଖାଇଥିଲେ। ଏହି ଡକ୍ୟୁମେଣ୍ଟ ଦେଖିବା ପରେ ଅନେକ ଲୋକେ ଚିତ୍ତରଞ୍ଜନକୁ ବିଶ୍ୱାସ କରି ଟଙ୍କା ଦେଇଥିଲେ। ଜମି କିଣିଥିବା କିଛି ବ୍ୟକ୍ତିଙ୍କୁ ସେ ବ୍ୟାଙ୍କ୍‍ରେ ଧରାଧରି କରି ଲୋନ୍‍ କରାଇଦେଇଥିଲେ। ହେଲେ ଅନେକ ଜମାକାରୀଙ୍କୁ ସେ ଘର କରିବା ପାଇଁ ଲୋନ୍‍ କରାଇ ଦେବ ବୋଲି କହି କାଗଜପତ୍ର ସଂଗ୍ରହ କରିଥିଲେ।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୂଜା ଗେଟ୍ ଏବଂ ତୋରଣ ହଟାଇବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଏହି ଡକ୍ୟୁମେଣ୍ଟ ମାଧ୍ୟମରେ ସେ ଏକାଧିକ ବ୍ୟାଙ୍କ୍‍ରୁ ଋଣରେ ଲକ୍ଷାଧିକ ଟଙ୍କା ଉଠାଇ ନେଇଥିଲେ। ସେ ଫେରାର ହୋଇ କିଛି ଦିନ ମୁମ୍ବାଇରେ ଆତ୍ମଗୋପନ କରିଥିଲେ। ସେଠାରେ ମଧ୍ୟ ସେ ଲୋକଙ୍କୁ ଠକେଇ କରିଥିବାରୁ ମୁମ୍ବାଇ କ୍ରାଇମ୍‍ବ୍ରାଞ୍ଚ ମଧ୍ୟ ତାଙ୍କୁ ଖୋଜୁଥିଲେ। ପ୍ରତିମା ବିଲ୍ଡର ବିରୋଧରେ ରାଜଧାନୀର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। କିନ୍ତୁ ଚିତ୍ତରଞ୍ଜନଙ୍କ ବିରୋଧରେ ଏକାଧିକ ଜମାକାରୀ ଲୋକପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଲୋକପାଳ ଏହି ମାମଲାର ଗୁରୁତ୍ୱକୁ ଦେଖି ସମସ୍ତ ଥାନାକୁ ଅଭିଯୋଗ ଆଧାରରେ ମାମଲା ରୁଜୁ କରିବାକୁ କହିଥିଲେ। ହେଲେ ପୁଲିସ ଚିତ୍ତରଞ୍ଜନକୁ ସୁରକ୍ଷା ଦେଇ ଗିରଫ କରିନଥିଲା। ଶେଷରେ ୨୦୧୧ମସିହାରେ କ୍ରାଇମ୍‍ବ୍ରାଞ୍ଚରେ ଅଭିଯୋଗ ହେବା ପରେ ମାମଲାକୁ କ୍ରାଇମ୍‍ବ୍ରାଞ୍ଚ ହାତକୁ ଯାଇଥିଲା।

କିନ୍ତୁ ବିଲ୍ଡର ଚିତ୍ତରଞ୍ଜନ ଗିରଫଦାରୀକୁ ଏଡାଇବା ପାଇଁ ସୁପ୍ରିମ୍‍କୋର୍ଟ ଯାଇଥିଲେ। କୋର୍ଟ ତାଙ୍କୁ ୬ ମାସ ପର୍ଯ୍ୟନ୍ତ ଗିରଫ ନକରିବା ପାଇଁ ଷ୍ଟେ ଲଗାଇଥିଲେ। ହେଲେ ଇଓଡବ୍ଲ୍ୟୁ ଏହି ଷ୍ଟେ ବିରୋଧରେ ହାଇକୋର୍ଟରେ ଆବେଦନ କରିବା ପରେ କୋର୍ଟ ଏହାକୁ ହଟାଇ ଦେଇଥିଲେ। ପୂର୍ବରୁ ଠକେଇ ମାମଲାରେ ଚିତ୍ତରଞ୍ଜନକୁ ସହିଦନଗର ଥାନା ପୁଲିସ ଗିରଫ କରିଥିଲା। ତାଙ୍କ ନାମରେ ଖାରବେଳନଗର, ଲକ୍ଷ୍ମୀସାଗର ଥାନା,ଖଣ୍ଡଗିରି ଥାନାରେ ମାମଲା ରହିଥିଲା। ଇଓଡବ୍ଲ୍ୟୁ ଏସ୍‍ପି ଅଭିନାଷ କୁମାର କହିଛନ୍ତି ଯେ, ତାଙ୍କ ବିରୋଧରେ ପୁଣି ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ ଆମେ ତଦନ୍ତ କରୁଛି। ଯଦି ଅଭିଯୋଗ କୁ ଯାଞ୍ଚ କରାଯାଇ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର