କମ୍‌‌ ପଇସାରେ ହାଲୁକା ନିଶା: କଫ୍‌‌ ସିରପ୍‌‌ ମାୟାରେ ଟୁଇନସିଟିର ଯୁବପିଢ଼ି

Madhusudan Das Picture
Published On

ଭୁବନେଶ୍ୱର: ଶସ୍ତା ନିଶା ମାୟାରେ ଟୁଇନସିଟିର ନିଶାଡ଼ି। ଗଞ୍ଜେଇ ଓ ବ୍ରାଉନସୁଗରକୁ ପରେ ଏବେ କଫ୍‌‌ ସିରପ୍‌‌ ନିଶାରେ ମତୁଆଲା ହେଉଛନ୍ତି ଯୁବପିଢ଼ି। ବେଆଇନ କଫ୍‌‌ ସିରପ୍‌‌ ଚୋରା ଚାଲାଣରେ ପଶ୍ଚିମ ଓଡ଼ିଶା ହଟସ୍ପଟ ପାଲଟିଥିବା ବେଳେ ଦ୍ୱୈତନଗରୀ ଏଥିରୁ ବାଦ୍‌‌ ପଡ଼ିନାହିଁ। ବିପୁଳ ପରିମାଣର ବେଆଇନ କଫ୍‌‌ ସିରପ ଜବତ ହେଉଥିଲେ ମଧ୍ୟ ଏଥିରେ ସମ୍ପୂର୍ଣ୍ଣ ଭାବେ ରୋକ୍‌‌ ଲାଗି ପାରିନାହିଁ। କଫ୍‌‌ ସିରପ୍‌‌ ନିଶା ବର୍ଷ ବର୍ଷ ଧରି ଯୁବପିଢ଼ିଙ୍କୁ କାବୁ କରି ରଖିଛି। ପୁଲିସ ବେଳେ ବେଳେ ଚଢ଼ଉ କରୁଥିବା ବେଳେ ଭେଷଜ ନିର୍ଦ୍ଦେଶାଳୟ ଆଖିଦୃଶିଆ ପଦକ୍ଷେପ ନେଉ ନ ଥିବାରୁ ଏହି ବେଆଇନ କାରବାର ବଢ଼଼ିବାରେ ଲାଗିଛି । 

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

 କାଶ ରୋକିବାକୁ ନିର୍ଦ୍ଦିଷ୍ଟ ମାତ୍ରାର କଫ୍‌‌ ସିରପ୍‌‌ ପିଇବା ଲାଗି ଡାକ୍ତର ପରାମର୍ଶ ଦେଇଥାନ୍ତି। ନିର୍ଦ୍ଦିଷ୍ଟ ମାତ୍ରା ଠାରୁ ଅଧିକ ସେବନ କଲେ ଏହା ନିଶା ଭାବେ ପରିଗଣିତ ହୋଇଥାଏ। କଫ ସିରପ୍‌‌ରେ ମଦ ଭଳି ଗନ୍ଧ ନଥିବାରୁ ଅନେକ ଲୋକ ମଦର ବିକଳ୍ପ ନିଶା ଭାବେ କୋଡିନଯୁକ୍ତ କଫ୍‌‌ ସିରପକୁ ବ୍ୟବହାର କରୁଛନ୍ତି। ସହଜ ଓ ଶସ୍ତାରେ ମିଳୁଥିବାରୁ ଯୁବପିଢ଼ି ଏହାକୁ ଅଧିକ ପସନ୍ଦ କରୁଛନ୍ତି। ନାମୀଦାମୀ କମ୍ପାନୀର କଫ୍‌‌ ସିରପ୍‌‌ ବେଆଇନ ଭାବେ ବର୍ଷ ବର୍ଷ ଧରି ଚାଲାଣ ଚାଲିଛି। ଅନେକ ସମୟରେ ଗିରଫଦାରୀ ହେଉଥିଲେ ମଧ୍ୟ ହାତଗଣତି ମାମଲାରେ କମ୍ପାନୀର ଆକାଉଣ୍ଟ ଫ୍ରିଜ୍‌‌ କରାଯାଉଥିବା ଘଟଣା ନଜରକୁ ଆସୁଛି। 

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

 କମିସନରେଟ ପୁଲିସ ଦେଇଥିବା ତଥ୍ୟ ଅନୁସାରେ, ୨୦୨୩ ମସିହାରେ ମାତ୍ର ୫୯୬ ବୋତଲ କଫ୍‌‌ ସିରପ୍‌‌ ଜବତ ହୋଇଥିଲା। ୨୦୨୪ରେ ଏହି ଜବତ ପରିମାଣ ୧୬୯ ଲିଟର ଅତିକ୍ରମ କରିଥିଲା। ଆଉ ଏହାର ପରବର୍ଷ ଅର୍ଥାତ୍‌‌ ୨୦୨୫ ମସିହାରେ ୧୮୬୬ ଲିଟର କଫ୍‌‌ ସିରପ୍‌‌ ଜବତ ହୋଇଛି। ୨୦୨୪ ଓ ୨୦୨୫ ମସିହାର ତଥ୍ୟକୁ ତୁଳନା କଲେ ସାଂଘାତିକ କଥା ପଦାକୁ ଆସିଛି। ବର୍ଷକ ମଧ୍ୟରେ ଜବତ ପରିମାଣ ହଜାରେ ପ୍ରତିଶତ ବଢ଼଼ିଛି। ଯୁବପିଢ଼ିମାନେ କଫ୍‌‌ ସିରପ୍‌‌ ଭଳି ନିଶାରେ କେତେ ମସଗୁଲ, ତାହା ଜବତ ପରିମାଣରୁ ହିଁ ସ୍ପଷ୍ଟ ହୋଇଛି। ତେବେ ବେଆଇନ କୋଡିନ୍‌‌ ଯୁକ୍ତ କଫ୍‌‌ ସିରପ୍‌‌ ଜବତ ହେବା ନୂଆ ଘଟଣା ନୁହେଁ। ବହୁ ବର୍ଷ ହେବ ଏହି ବେଆଇନ କଫ୍‌‌ ସିରପ୍‌‌ ରାଜୁତି କରୁଛି। କଫ୍‌‌ ସିରପର ବିକ୍ରି ସମ୍ପର୍କିତ ଆଗୁଆ ଗୁଇନ୍ଦା ସୂଚନା ପାଇବା ଓ ନିୟମିତ ଯାଞ୍ଚ ହେଉନଥିବାରୁ, ଏହି ନିଶା ବିକ୍ରି ଓ ସେବନ ଦିନକୁ ଦିନ ବୃଦ୍ଧି ପାଉଛି। 

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

 ହିମାଚଳପ୍ରଦେଶ, ସିକ୍କିମ ଓ ଉତ୍ତରାଖଣ୍ଡରେ କଫ୍‌‌ ସିରପ୍‌‌ ପ୍ରସ୍ତୁତି ହେଉଛି। ସେଠାରୁ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡକୁ ଚୋରା ଚାଲାଣ ହେଉଛି । କୋଲକାତା ଓ ରାୟପୁର ବାଟ ଦେଇ କଫ୍‌‌ ସିରପ୍‌‌ ଓଡ଼ିଶାରେ ପ୍ରବେଶ କରୁଛି। ଗୋଟିଏ ସ୍ଥାନ ପାଇଁ ନକଲି ବିଲ୍‌‌ ପ୍ରସ୍ତୁତ କରାଯାଇ ଅନ୍ୟ ସ୍ଥାନକୁ ଚାଲାଣ ହେଉଛି। ଫଳରେ ସହଜରେ ଏହାକୁ ଟ୍ରେସ୍‌‌ କରି ହେଉନାହିଁ। ଓଡ଼ିଶାକୁ ଆସୁଥିବା କଫ୍‌‌ ସିରପ୍‌‌ ସମ୍ପର୍କରେ କାହାରିକୁ ଅଛପା ନ ଥିବା ବେଳେ, ଏହାକୁ ରୋକିବାରେ ସଫଳତା ମିଳିପାରିନାହିଁ।

10 Mar 2026 By Madhusudan Das

କମ୍‌‌ ପଇସାରେ ହାଲୁକା ନିଶା: କଫ୍‌‌ ସିରପ୍‌‌ ମାୟାରେ ଟୁଇନସିଟିର ଯୁବପିଢ଼ି

ଭୁବନେଶ୍ୱର: ଶସ୍ତା ନିଶା ମାୟାରେ ଟୁଇନସିଟିର ନିଶାଡ଼ି। ଗଞ୍ଜେଇ ଓ ବ୍ରାଉନସୁଗରକୁ ପରେ ଏବେ କଫ୍‌‌ ସିରପ୍‌‌ ନିଶାରେ ମତୁଆଲା ହେଉଛନ୍ତି ଯୁବପିଢ଼ି। ବେଆଇନ କଫ୍‌‌ ସିରପ୍‌‌ ଚୋରା ଚାଲାଣରେ ପଶ୍ଚିମ ଓଡ଼ିଶା ହଟସ୍ପଟ ପାଲଟିଥିବା ବେଳେ ଦ୍ୱୈତନଗରୀ ଏଥିରୁ ବାଦ୍‌‌ ପଡ଼ିନାହିଁ। ବିପୁଳ ପରିମାଣର ବେଆଇନ କଫ୍‌‌ ସିରପ ଜବତ ହେଉଥିଲେ ମଧ୍ୟ ଏଥିରେ ସମ୍ପୂର୍ଣ୍ଣ ଭାବେ ରୋକ୍‌‌ ଲାଗି ପାରିନାହିଁ। କଫ୍‌‌ ସିରପ୍‌‌ ନିଶା ବର୍ଷ ବର୍ଷ ଧରି ଯୁବପିଢ଼ିଙ୍କୁ କାବୁ କରି ରଖିଛି। ପୁଲିସ ବେଳେ ବେଳେ ଚଢ଼ଉ କରୁଥିବା ବେଳେ ଭେଷଜ ନିର୍ଦ୍ଦେଶାଳୟ ଆଖିଦୃଶିଆ ପଦକ୍ଷେପ ନେଉ ନ ଥିବାରୁ ଏହି ବେଆଇନ କାରବାର ବଢ଼଼ିବାରେ ଲାଗିଛି । 

 କାଶ ରୋକିବାକୁ ନିର୍ଦ୍ଦିଷ୍ଟ ମାତ୍ରାର କଫ୍‌‌ ସିରପ୍‌‌ ପିଇବା ଲାଗି ଡାକ୍ତର ପରାମର୍ଶ ଦେଇଥାନ୍ତି। ନିର୍ଦ୍ଦିଷ୍ଟ ମାତ୍ରା ଠାରୁ ଅଧିକ ସେବନ କଲେ ଏହା ନିଶା ଭାବେ ପରିଗଣିତ ହୋଇଥାଏ। କଫ ସିରପ୍‌‌ରେ ମଦ ଭଳି ଗନ୍ଧ ନଥିବାରୁ ଅନେକ ଲୋକ ମଦର ବିକଳ୍ପ ନିଶା ଭାବେ କୋଡିନଯୁକ୍ତ କଫ୍‌‌ ସିରପକୁ ବ୍ୟବହାର କରୁଛନ୍ତି। ସହଜ ଓ ଶସ୍ତାରେ ମିଳୁଥିବାରୁ ଯୁବପିଢ଼ି ଏହାକୁ ଅଧିକ ପସନ୍ଦ କରୁଛନ୍ତି। ନାମୀଦାମୀ କମ୍ପାନୀର କଫ୍‌‌ ସିରପ୍‌‌ ବେଆଇନ ଭାବେ ବର୍ଷ ବର୍ଷ ଧରି ଚାଲାଣ ଚାଲିଛି। ଅନେକ ସମୟରେ ଗିରଫଦାରୀ ହେଉଥିଲେ ମଧ୍ୟ ହାତଗଣତି ମାମଲାରେ କମ୍ପାନୀର ଆକାଉଣ୍ଟ ଫ୍ରିଜ୍‌‌ କରାଯାଉଥିବା ଘଟଣା ନଜରକୁ ଆସୁଛି। 

 କମିସନରେଟ ପୁଲିସ ଦେଇଥିବା ତଥ୍ୟ ଅନୁସାରେ, ୨୦୨୩ ମସିହାରେ ମାତ୍ର ୫୯୬ ବୋତଲ କଫ୍‌‌ ସିରପ୍‌‌ ଜବତ ହୋଇଥିଲା। ୨୦୨୪ରେ ଏହି ଜବତ ପରିମାଣ ୧୬୯ ଲିଟର ଅତିକ୍ରମ କରିଥିଲା। ଆଉ ଏହାର ପରବର୍ଷ ଅର୍ଥାତ୍‌‌ ୨୦୨୫ ମସିହାରେ ୧୮୬୬ ଲିଟର କଫ୍‌‌ ସିରପ୍‌‌ ଜବତ ହୋଇଛି। ୨୦୨୪ ଓ ୨୦୨୫ ମସିହାର ତଥ୍ୟକୁ ତୁଳନା କଲେ ସାଂଘାତିକ କଥା ପଦାକୁ ଆସିଛି। ବର୍ଷକ ମଧ୍ୟରେ ଜବତ ପରିମାଣ ହଜାରେ ପ୍ରତିଶତ ବଢ଼଼ିଛି। ଯୁବପିଢ଼ିମାନେ କଫ୍‌‌ ସିରପ୍‌‌ ଭଳି ନିଶାରେ କେତେ ମସଗୁଲ, ତାହା ଜବତ ପରିମାଣରୁ ହିଁ ସ୍ପଷ୍ଟ ହୋଇଛି। ତେବେ ବେଆଇନ କୋଡିନ୍‌‌ ଯୁକ୍ତ କଫ୍‌‌ ସିରପ୍‌‌ ଜବତ ହେବା ନୂଆ ଘଟଣା ନୁହେଁ। ବହୁ ବର୍ଷ ହେବ ଏହି ବେଆଇନ କଫ୍‌‌ ସିରପ୍‌‌ ରାଜୁତି କରୁଛି। କଫ୍‌‌ ସିରପର ବିକ୍ରି ସମ୍ପର୍କିତ ଆଗୁଆ ଗୁଇନ୍ଦା ସୂଚନା ପାଇବା ଓ ନିୟମିତ ଯାଞ୍ଚ ହେଉନଥିବାରୁ, ଏହି ନିଶା ବିକ୍ରି ଓ ସେବନ ଦିନକୁ ଦିନ ବୃଦ୍ଧି ପାଉଛି। 

 ହିମାଚଳପ୍ରଦେଶ, ସିକ୍କିମ ଓ ଉତ୍ତରାଖଣ୍ଡରେ କଫ୍‌‌ ସିରପ୍‌‌ ପ୍ରସ୍ତୁତି ହେଉଛି। ସେଠାରୁ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡକୁ ଚୋରା ଚାଲାଣ ହେଉଛି । କୋଲକାତା ଓ ରାୟପୁର ବାଟ ଦେଇ କଫ୍‌‌ ସିରପ୍‌‌ ଓଡ଼ିଶାରେ ପ୍ରବେଶ କରୁଛି। ଗୋଟିଏ ସ୍ଥାନ ପାଇଁ ନକଲି ବିଲ୍‌‌ ପ୍ରସ୍ତୁତ କରାଯାଇ ଅନ୍ୟ ସ୍ଥାନକୁ ଚାଲାଣ ହେଉଛି। ଫଳରେ ସହଜରେ ଏହାକୁ ଟ୍ରେସ୍‌‌ କରି ହେଉନାହିଁ। ଓଡ଼ିଶାକୁ ଆସୁଥିବା କଫ୍‌‌ ସିରପ୍‌‌ ସମ୍ପର୍କରେ କାହାରିକୁ ଅଛପା ନ ଥିବା ବେଳେ, ଏହାକୁ ରୋକିବାରେ ସଫଳତା ମିଳିପାରିନାହିଁ।

https://www.thesakala.in/latest-odisha-news/youth-are-becoming-addicted-to-cough-syrup/article-45241
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର