କାଶୀପୁରରେ ଛତୁ ଚାଷ ଜରିଆରେ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ

Madhusudan Das Picture
Published On

ଭୁବନେଶ୍ୱର: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ଏହାର ଗୋଷ୍ଠୀ ଜୀବିକା କାର୍ଯ୍ୟକ୍ରମ ଅଧୀନରେ, ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକର ସୁଙ୍ଗେର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡୁମେରପାଦର ଏବଂ ପୋରଲୋଙ୍ଗ ଗ୍ରାମରେ ପ୍ରଥମ ଛତୁ ଚାଷ ପଦେକ୍ଷପକୁ ସଫଳତାର ସହ କାର୍ଯ୍ୟକାରୀ କରିଛି। 

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଏସଟି ଏବଂ ଏସସି ବିଭାଗର ୨ ଅଡିଟର, ୧୪ ଲକ୍ଷରୁ ଊର୍ଦ୍ଧ୍ୱ ସନ୍ଦିଗ୍ଧ ଲାଞ୍ଚ ଟଙ୍କା ଜବତ

ଏହି ପଦକ୍ଷେପର ଅଂଶବିଶେଷ ଭାବେ ୭୦ ଜଣ ମହିଳା ହିତାଧିକାରୀଙ୍କୁ ବୈଜ୍ଞାନିକ ପଦ୍ଧତିରେ ଛତୁ ଚାଷ, ଶଯ୍ୟା ପ୍ରସ୍ତୁତି, ପରିଷ୍କାର ପରିଚ୍ଛନ୍ନତା ଏବଂ ଛତୁ ଅମଳ ବୃଦ୍ଧିକୁ ବଜାୟ ରଖିବା ପାଇଁ ତାଲିମ ପ୍ରଦାନ କରାଯାଇଥିଲା । ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କୁ ଚାଷ ଆରମ୍ଭ କରିବା ପାଇଁ ଦୁଇଟି ଛତୁ ଶଯ୍ୟା ପ୍ରଦାନ କରାଯାଇଥିଲା। ଏହାଦ୍ବାରା ଅଙ୍କୁରୋଦଗମ ଠାରୁ ଅମଳ ପର୍ଯ୍ୟନ୍ତ ସୁରୁଖୁରୁରେ ଅଗ୍ରଗତି କରାଯାଇ ପାରିଥିଲା, ପ୍ରାରମ୍ଭିକ ଫଳାଫଳ ଭାବେ ପ୍ରତି ଥରରେ ଶଯ୍ୟା ପିଛା ୧ କିଲୋରୁ ୧.୨ କିଲୋଗ୍ରାମ ପର୍ଯ୍ୟନ୍ତ ଛତୁ ଉତ୍ପାଦନ ହୋଇଥିଲା, ଯାହା ଛତୁ ଚାଷକୁ ଏକ ଅଳ୍ପ ଖର୍ଚ୍ଚ, ଅଧିକ ଆୟ ଉଦ୍ୟୋଗ ଭାବରେ ପ୍ରମାଣିତ କରିଥିଲା। ଶଯ୍ୟା ପିଛା ୨୫ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏଥରୁ ମିଳୁଥିବା ଛତୁ କିଲୋଗ୍ରାମ ପିଛା ହାରାହାରି ୧୫୦ ଟଙ୍କାରେ ବିକ୍ରି ହୋଇଥିଲା । ଫଳରେ ଏହି ଚାଷରୁ ଯଥେଷ୍ଟ ଆୟ ସମ୍ଭାବନା ରହିଛି। ହାରାହାରି, ପ୍ରତ୍ୟେକ ହିତାଧିକାରୀ ପ୍ରତି ଥରରେ ପ୍ରାୟ ୨ କିଲୋଗ୍ରାମ ଛତୁ ଉତ୍ପାଦନ କରିବେ ବୋଲି ଆଶା କରାଯାଏ, ଯାହା ସେମାନଙ୍କ ପରିବାର ପାଇଁ ଏକ ଅତିରିକ୍ତ ଆୟର ଉତ୍ସ ସୃଷ୍ଟି କରିବ ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ବିରୂପା ନଦୀକୁ ଡେଇଁଲେ ଦମ୍ପତି, ସ୍ତ୍ରୀ ଉଦ୍ଧାର ଓ ସ୍ୱାମୀ ନିଖୋଜ

ଏକ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନା ମହିଳାମାନଙ୍କ ଆର୍ଥିକ ଭାଗିଦାରୀ ବୃଦ୍ଧି, କ୍ଷୁଦ୍ର ଉଦ୍ୟୋଗ ଦକ୍ଷତା ବିକାଶକୁ ପ୍ରୋତ୍ସାହନ ଏବଂ ଆୟରେ ଉନ୍ନତି ଆଣିବାର ସମ୍ଭାବନା ପ୍ରଦର୍ଶନ କରିଛି। ବଣ୍ଟନ ହୋଇଥିବା ୧୪୦ଟି ଶଯ୍ୟା ମଧ୍ୟରୁ ପ୍ରାୟ ୧୦୦ଟି ଶଯ୍ୟାରୁ ବର୍ତ୍ତମାନ ଉତ୍ପାଦନ ହେଉଛି। ବେଦାନ୍ତ ଆଲୁମିନିୟମ ଏକ ବର୍ଷ ମଧ୍ୟରେ ଏହାକୁ ୧୦,୦୦୦ ଶଯ୍ୟା କୁ ବୃଦ୍ଧି କରିବାକୁ ଯୋଜନା କରିଛି, ଯାହାକୁ ନିୟମିତ ସମର୍ଥନ, ସମୟୋଚିତ ସାମଗ୍ରୀ ଯୋଗାଣ, ଶଯ୍ୟା ବିତରଣ ଏବଂ ବଜାର ସୁବିଧା ଦ୍ୱାରା ସମର୍ଥନ ଜାରି ରହିବ । 
ଡୁମେରପାଦର ଗାଁର ଜଣେ ହିତାଧିକାରୀ ଯଶୋଦା ନାୟକ କହିଛନ୍ତି, "ଏହି ପଦକ୍ଷେପ ମାଧ୍ୟମରେ ଆମେ ବୈଜ୍ଞାନିକ ପଦ୍ଧତିରେ ଛତୁ ଚାଷ ଶିଖିଛୁ ଏବଂ ଏହାଦ୍ବାରା ଆମ ପରିବାର ଅତିରିକ୍ତ ଆୟ ହୋଇପାରୁଛି । ଏହା ଆମକୁ ଆମ ପରିବାରକୁ ସମର୍ଥନ କରିବାରେ ସାହାଯ୍ୟ କରୁଛି ଏବଂ ଆମକୁ ମିଳିତ ଭାବରେ କାର୍ଯ୍ୟ କରିବା ଏବଂ ଉଦ୍ୟୋଗୀ ଭାବରେ ଆଗକୁ ବଢିବାର ଆତ୍ମବିଶ୍ୱାସ ଦେଇଛି।" 

ଆହୁରି ପଢ଼ନ୍ତୁ: ଭୁଲିଗଲେ ୩୫୦୦ ଟଙ୍କା ପ୍ରତିଶ୍ରୁତି, ଭତ୍ତାକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେଡି

ପୋରଲୋଙ୍ଗ ଗାଁର ହିତାଧିକାରୀ ହିରାମଣି ନାୟକ କହିଛନ୍ତି, "ଆମେ ଛତୁ ବେଡ୍‍ ପ୍ରସ୍ତୁତ କରିବା, ସ୍ୱଚ୍ଛତା ବଜାୟ ରଖିବା ଏବଂ ବୃଦ୍ଧି ପ୍ରକ୍ରିୟା ସମୟରେ ଛତୁଗୁଡ଼ିକର ଯତ୍ନ ନେବା ଶିଖିଛୁ। ଏହି ତାଲିମ ଦ୍ୱାରା, ଆମ ଗାଁର ଅନେକ ମହିଳା ବର୍ତ୍ତମାନ ନିଜ ଘରେ ଛତୁ ଚାଷ କରିବାକୁ ଏବଂ ଏହାକୁ ଅତିରିକ୍ତ ଆୟର ପନ୍ଥା ଭାବେ ଗ୍ରହଣ କରିବାକୁ ସକ୍ଷମ ହୋଇଛନ୍ତି ।“

ବର୍ଷ ଧରି, ବେଦାନ୍ତ ଆଲୁମିନିୟମ ଓଡ଼ିଶା ଏବଂ ଛତିଶଗଡ଼ରେ ଏହାର କାର୍ଯ୍ୟକ୍ଷେତ୍ର ଆଖପାଖ ଅଞ୍ଚଳରେ ୧୬,୦୦୦ ରୁ ଅଧିକ ମହିଳାଙ୍କୁ ସମର୍ଥନ ଏବଂ ସଶକ୍ତ କରିଛି, ଯାହା ସେମାନଙ୍କର ଆୟ ଏବଂ ସାମାଜିକ-ଅର୍ଥନୈତିକ ବୃଦ୍ଧିର ମାଧ୍ୟମ ସାଜିଛି । ଏହି ପଦକ୍ଷେପର ଏକ ପ୍ରମୁଖ ସ୍ତମ୍ଭ ହେଉଛି ଦକ୍ଷତା, ଯାହା ସ୍ଥାନୀୟ ଗୋଷ୍ଠିର ମହିଳାମାନଙ୍କୁ ବ୍ୟବହାରିକ ଦକ୍ଷତା, ବଜାର ଅନୁକୂଳ ଜ୍ଞାନ ଏବଂ ଆର୍ଥିକ କ୍ଷେତ୍ରରେ ସ୍ୱାଧୀନ ହେବା ପାଇଁ ସଜ୍ଜିତ କରୁଛି । ଛତୁ ଚାଷ ପରି ଜୀବିକା ମଡେଲକୁ ବୃଦ୍ଧି କରି, କମ୍ପାନୀ ମହିଳାମାନଙ୍କ ପାଇଁ ଅର୍ଥନୈତିକ ଅଭିବୃଦ୍ଧିରେ ଅଂଶଗ୍ରହଣ ଲାଗି କ୍ଷେତ୍ର ପ୍ରସ୍ତୁତି ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର