କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

Madhusudan Das Picture
Published On

ଗଞ୍ଜାମ: ରାଜ୍ୟରେ ଦିନକୁ ଦିନ ବଢ଼ିଚାଲିଛି ଅପରାଧ । ଆଇନକୁ ଖାତିର ନକରି ଦିନ ଦ୍ଵିପ୍ରହରେ ହତ୍ୟାକାଣ୍ଡ ରଚୁଛନ୍ତି ଅସାମାଜିକ । ଅପରାଧୀଙ୍କ ଦୌରାତ୍ମ୍ୟରେ ଭୟଭୀତ ରାଜ୍ୟର ସାଧାରଣ ଜନତା । ଗଞ୍ଜାମ ଜିଲ୍ଲା ଭଞ୍ଜନଗର କୋର୍ଟ ସମ୍ମୁଖରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତ ଯୁବକ ଜଣକ ଭଞ୍ଜନଗର ଥାନା ବୁଦୁଲି ଗାଁର ଅଶୋକ ସ୍ବାଇଁ ବୋଲି ଜଣାପଡିଛି । ଏହି ଘଟଣା ପରେ ସହରରେ ଆତଙ୍କ ଖେଳି ଯାଇଛି ।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ସୂଚନା ଅନୁସାରେ, ଅଶୋକ କୌଣସି ଏକ କାମରେ ଭଞ୍ଜନଗର ଏଡିଜେ କୋର୍ଟକୁ ଆସିଥିଲେ । କାମ ସାରି ବାଇକରେ ଫେରୁଥିବା ବେଳେ କୋର୍ଟ ସାମନାରେ ଟାଙ୍ଗିଆରେ ଚୋଟ ପରେ ଚୋଟ ପକାଇ ଲହୁଲୁହାଣ କରିଥିଲା ଅଭିଯୁକ୍ତ ଦିଲ୍ଲୀପ ଜେନା । ଅଶୋକଙ୍କ ଶରୀରର ଦେହ ମୁଣ୍ଡ ସବୁଠି ୨୦ରୁ ଊର୍ଦ୍ଧ୍ବ ଚୋଟ ମାରିବା ପରେ ଦିଲ୍ଲୀପକୁ କୋର୍ଟ ପରିସରରେ ଥିବା ପୁଲିସ କାବୁ କରି ଥାନାକୁ ନେଇଥିଲେ। ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

05 Mar 2026 By Madhusudan Das

କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଗଞ୍ଜାମ: ରାଜ୍ୟରେ ଦିନକୁ ଦିନ ବଢ଼ିଚାଲିଛି ଅପରାଧ । ଆଇନକୁ ଖାତିର ନକରି ଦିନ ଦ୍ଵିପ୍ରହରେ ହତ୍ୟାକାଣ୍ଡ ରଚୁଛନ୍ତି ଅସାମାଜିକ । ଅପରାଧୀଙ୍କ ଦୌରାତ୍ମ୍ୟରେ ଭୟଭୀତ ରାଜ୍ୟର ସାଧାରଣ ଜନତା । ଗଞ୍ଜାମ ଜିଲ୍ଲା ଭଞ୍ଜନଗର କୋର୍ଟ ସମ୍ମୁଖରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତ ଯୁବକ ଜଣକ ଭଞ୍ଜନଗର ଥାନା ବୁଦୁଲି ଗାଁର ଅଶୋକ ସ୍ବାଇଁ ବୋଲି ଜଣାପଡିଛି । ଏହି ଘଟଣା ପରେ ସହରରେ ଆତଙ୍କ ଖେଳି ଯାଇଛି ।

ସୂଚନା ଅନୁସାରେ, ଅଶୋକ କୌଣସି ଏକ କାମରେ ଭଞ୍ଜନଗର ଏଡିଜେ କୋର୍ଟକୁ ଆସିଥିଲେ । କାମ ସାରି ବାଇକରେ ଫେରୁଥିବା ବେଳେ କୋର୍ଟ ସାମନାରେ ଟାଙ୍ଗିଆରେ ଚୋଟ ପରେ ଚୋଟ ପକାଇ ଲହୁଲୁହାଣ କରିଥିଲା ଅଭିଯୁକ୍ତ ଦିଲ୍ଲୀପ ଜେନା । ଅଶୋକଙ୍କ ଶରୀରର ଦେହ ମୁଣ୍ଡ ସବୁଠି ୨୦ରୁ ଊର୍ଦ୍ଧ୍ବ ଚୋଟ ମାରିବା ପରେ ଦିଲ୍ଲୀପକୁ କୋର୍ଟ ପରିସରରେ ଥିବା ପୁଲିସ କାବୁ କରି ଥାନାକୁ ନେଇଥିଲେ। ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

https://www.thesakala.in/latest-odisha-news/youth-stabbed-to-death-in-front-of-court-in-ganjam/article-45145
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର